ରାମ ମନ୍ଦିର ମାମଲା : ମଧ୍ୟସ୍ଥତା ପ୍ୟାନେଲର ସମାଧାନ ରାସ୍ତାରେ ହିନ୍ଦୁ ଓ ମୁସଲମାନ ଉଭୟଙ୍କର ହେବ ବିଜୟ

ନୂଆଦିଲ୍ଲୀ,୧୭।୧୦: ରାମମନ୍ଦିର ମାମଲାରେ ସୁନି ଓ୍ବାକଫ ବୋର୍ଡର ଓକିଲ କହିଛନ୍ତି, ସୁପ୍ରିମକୋର୍ଟଙ୍କ ଦ୍ବାରା ନିଯୁକ୍ତ ମଧ୍ୟସ୍ଥତା ପ୍ୟାନେଲ ଦ୍ବାରା ଦିଆଯାଇଥିବା ପ୍ରସ୍ତାବ ହିନ୍ଦୁ ଓ ମୁସଲମାନ ଉଭୟଙ୍କ ପାଇଁ ବିଜୟ ସଦୃଶ୍ୟ ହେବ ବୋଲି କୁହାଯାଉଛି। ସୁନ୍ନି ଓ୍ବାକଫ୍ ବୋର୍ଡର ଓକିଲ ଶାହିଦ ରିଜଭି କହିଛନ୍ତି, ଆମେ ମଧ୍ୟସ୍ଥତା ପ୍ୟାନେଲକୁ ନିଜର ବିଚାର ଦେଇଛୁ କିନ୍ତୁ ଆମେ କୋର୍ଟରେ ପ୍ରସ୍ତୁତ କରାଯାଇଥିବା ସମାଧାନର ଯୋଜନାକୁ ଖୋଲିକି କହିପାରିବୁନି। ଏହା ସକାରତ୍ମକ ଓ ସମସ୍ତ ଲୋକ, ହିନ୍ଦି ଓ ମୁସଲମାନ ଦୁହେଁ ଖୁସି ହେବେ।’

ଏଥିରେ ଏକ ବଡର ଖବର ଯେ, ସୁନ୍ନି ଓ୍ବାକଫ୍ ବୋର୍ଡ ସରକାରଙ୍କୁ ଜମି ଦେବାକୁ ପ୍ରସ୍ତୁତ ହୋଇଛି। ତା ସହିତ  ସୁନ୍ନି ଓ୍ବାକଫ୍ ବୋର୍ଡ ଅନ୍ୟ ସ୍ଥାନରେ ମସଜିଦ ତିଆରି କରିବାକୁ ମଧ୍ୟ ପ୍ରସ୍ତୁତ ହୋଇଛି। ବାବ୍ରି ମସଜିଦର ପକ୍ଷକାର ଇକବାଲ ଅନସାରୀ କହିଛନ୍ତି, ସେ ରାମ ଜନ୍ମଭୂମି ବାବ୍ରି ମସଜିଦ ମାମଲାରେ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିକୁ ସ୍ବୀକାର କରିବେ ଓ ନିଷ୍ପତ୍ତକୁ ଚ୍ୟାଲେଞ୍ଜ ଦେଉଥିବା କୌଣସି ଆବେଦନ କରିବେ ନାହିଁ। ଉଲ୍ଲେଖନୀୟ ଯେ, ଏହା ପୂର୍ବରୁ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କ ନେତୃତ୍ବରେ ଗଠିତ ୫ ଜଣିଆ ବିଚାରପତିଙ୍କ ଖଣ୍ଡପୀଠ ଏହି ମାମଲାରେ ୪୦ ଦିନ ପର୍ଯ୍ୟନ୍ତ ଶୁଣାଣି କରିବା ପରେ ଦଲିଲ ପୁରା କରିଛନ୍ତି। ସୁପ୍ରିମକୋର୍ଟ ନଭେମ୍ବରରେ ରାମ ଜନ୍ମଭୂମି-ବାବ୍ରି ମସଜିଦ ଜମି ବିବାଦର ରାୟ ପ୍ରକାଶ କରିବେ।

   ସମ୍ବନ୍ଧିତ ଖବର


ବିଶ୍ୱ ବିଦ୍ୟାଳୟ ଓ ମହାବିଦ୍ୟାଳୟମାନଙ୍କୁ ଫାଇନାଲ୍‌ ପରୀକ୍ଷା କରିବା ପାଇଁ କେନ୍ଦ୍ର ଗୃହ ମନ୍ତ୍ରାଳୟ ଦେଲେ ଅନୁମତି

ସ୍ତ୍ରୀ ରାଜନୀତିରେ , ପୁଅ ଇଂଲଣ୍ଡରେ ପଢୁଛନ୍ତି MBBS: ୮ଜଣ ପୁଲିସଙ୍କୁ ମାରି ବାପା ଫେରାର୍

କରୋନା ପଜିଟିଭ ଜଣାପଡିବା ପରେ ହସ୍ପିଟାଲର ଚତୁର୍ଥ ମହଲାରୁ ଡେଇଁ ଆତ୍ମହତ୍ୟା କଲେ ସାମ୍ବାଦିକ

Mylan ଭାରତରେ ଲଞ୍ଚ କଲା କୋଭିଡ୍-୧୯ର ଔଷଧ, ଜାଣନ୍ତୁ କେତେ ରହିଛି ଏହାର ଦାମ୍

ସୁଶାନ୍ତଙ୍କ ମୃତ୍ୟୁର ସିବିଆଇ ତଦନ୍ତ ନେଇ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ନିବେଦନ, ଟୁଇଟରରେ ଟ୍ରେଣ୍ଡ କଲା #PMModiCBIForSSR

ସୁଶାନ୍ତ ସିଂ ମାମଲା : ବାନ୍ଦ୍ରା ପୋଲିସ ଷ୍ଟେସନରେ ସଞ୍ଜୟ ଲୀଲା ଭନ୍‌ସାଲୀ, ଚାଲିଛି ପଚରାଉଚରା