ଅଯୋଧ୍ୟା ମାମଲାର ରାୟ ନେଇ ମୋଦିଙ୍କ ଟ୍ବିଟ୍: କହିଲେ-ରାମ ହେଉ କିମ୍ବା ରହୀମ ଭକ୍ତି, ସବୁଠାରୁ ଉପରେ ରହିଛି…

ନୂଆଦିଲ୍ଲୀ, ୧୧।୯: ଅଯୋଧ୍ୟା ମାମଲାରେ ସୁପ୍ରିମକୋର୍ଟ ଆଜି ଐତିହାସିକ ରାୟ ପ୍ରଦାନ କରିଛନ୍ତି। ସୁପ୍ରିମକୋର୍ଟ ବିବାଦୀୟ ଜମି ଉପରେ ରାମଲଲା ବିରାଜମାନ କରିବାକୁ  ରାୟ ଦେଇଛନ୍ତି। ସୁପ୍ରିମକୋର୍ଟଙ୍କ ଏହି ଐତିହାସିକ ରାୟ ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ବିଟ୍ କରି କହିଛନ୍ତି, ସୁପ୍ରିମକୋର୍ଟ ଅଯୋଧ୍ୟା ମାମଲାରେ ନିଜର ରାୟ ପ୍ରଦାନ କରିଛନ୍ତି। ଏହାକୁ  କେହି ହାରିବା କିମ୍ବା ଜିତିବା ଦୃଷ୍ଟିରୁ ଦେଖିବା ଉଚିତ୍ ନୁହେଁ। ରାମ ଭକ୍ତି ହେଉ କିମ୍ବା ରହୀମ ଭକ୍ତି, ଏହି ସମୟରେ ଆମ ସମସ୍ତଙ୍କ ପାଇଁ ରାଷ୍ଟ୍ରଭକ୍ତିର ଭାବନାକୁ ସୁଦୃଢ କରିବା ଦରକାର। ଦେଶବାସୀଙ୍କୁ ମୁଁ ଆହ୍ବାନ କରୁଛି ସେମାନେ ଶାନ୍ତି, ସଦ୍ଭାବ ଓ ଏକତା ବଜାୟ ରଖନ୍ତୁ।’

ଏହାପରେ ଆଉ ଏକ ଟ୍ବିଟ ଯୋଗେ ମୋଦି କହିଛନ୍ତି, ସୁପ୍ରିମକୋର୍ଟଙ୍କ ଏହି ରାୟ ବହୁ କାରଣରୁ ଗୁରୁତ୍ବପୂର୍ଣ୍ଣ। କୌଣସି ବିବାଦକୁ ସମାଧାନ କରିବାରେ ଆଇନଗତ ପକ୍ରିୟାର ପାଳନ କେତେ ଗୁରୁତ୍ବପୂର୍ଣ୍ଣ ତାହା ଦର୍ଶାଉଛି। ପ୍ରତିପକ୍ଷଙ୍କୁ ନିଜ ନିଜର ଦଲିଲ ଉପସ୍ଥାପନ କରିବାକୁ ପର୍ଯ୍ୟାପ୍ତ ସୁଯୋଗ ଦିଆଯାଇଛି। ନ୍ୟାୟର ମନ୍ଦିରରେ ବହୁ ଦଶକ ପୁରୁଣା ମାମଲାକୁ ସୌହାର୍ଦ୍ଦପୂର୍ଣ୍ଣ ଭାବରେ ସମାଧାନ କରାଯାଇଛି।

ମୋଦି ତାଙ୍କର ତୃତୀୟ ଟ୍ବିଟରେ ଲେଖିଛନ୍ତି, ଏହି ରାୟ ନ୍ୟାୟିକ ପକ୍ରିୟାରେ ଜନ ସାମାନ୍ୟ ବିଶ୍ବାସକୁ ଆହୁରି ମଜବୁତ କରିବ। ଆମ ଦେଶରେ ହଜାର ହଜାର ବର୍ଷ ପୁରାତନ ଭାଇଚାରା ଭାବନାର ଅନୁରୂପ ଆମେ ୧୩୦ କୋଟି ଭାରତୀୟଙ୍କୁ ଶାନ୍ତି ଓ ସଂଯମତାର ପରିଚୟ ଦେବାର ଅଛି। ଭାରତ ଶାନ୍ତିପୂର୍ଣ୍ଣ ସହ-ଅସ୍ତିତ୍ବର ଅନ୍ତର୍ନିହିତ ଭାବନାର ପରିଚୟ ଦେଉଛି।

ଉଲ୍ଲେଖନୀୟ ଯେ, ଦେଶର ସର୍ବପୁରାତନ ଏବଂ ବହୁତ ସମ୍ବେଦନଶୀଳ ଅଯୋଧ୍ୟା ମାମଲାରେ ଆଜି ସୁପ୍ରିମକୋର୍ଟରୁ ରାୟ ପ୍ରକାଶ ପାଇଛି । ସୁପ୍ରିମକୋର୍ଟଙ୍କ ୫ଜଣିଆ ଖଣ୍ଡପୀଠ ରାୟ ଶୁଣାଇଛନ୍ତି । ମୁସଲିମ୍ ପକ୍ଷଙ୍କୁ ଅନ୍ୟତ୍ର ଜାଗା ଦେବା ପାଇଁ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ସୁନ୍ନି ଓ୍ବାକଫ ବୋର୍ଡକୁ ଅଯୋଧ୍ୟାର ଏକ ପ୍ରମୁଖ ସ୍ଥାନରେ ୫ ଏକର ଜମି ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

   ସମ୍ବନ୍ଧିତ ଖବର


ଭୁଲ୍ ଆଧାର ନମ୍ବର ଦେଲେ ଲାଗିପାରେ ୧୦ ହଜାର ପର୍ଯ୍ଯନ୍ତ ଜୋରିମାନା

ଭାରତର ମହାନ କ୍ରିକେଟରଙ୍କର ନାମରେ ରଖାଗଲା ବୁଢିଆଣୀର ନୂଆ ପ୍ରଜାତିର ନାମ, ଜାଣିବା ପରେ ଆଶ୍ଚର୍ଯ୍ୟ ହେବେ

ବିବାହ ପାଇଁ ମହିଳା ଆଥଲେଟଙ୍କୁ ଚାପ୍ ପକାଉଥିଲେ କୋଚ୍,ନଶୁଣିବାରୁ ବନ୍ଧୁକ ଆଣି…

‘ଗୁରୁଜୀ ମୁଁ ଆସୁଛି’ କହି ୭ମ ମହଲାରୁ ଡେଇଁ ପଡିଲେ ଇଞ୍ଜିନିୟରିଂ ଛାତ୍ର