ଅଯୋଧ୍ୟା ମାମଲାରେ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତିଙ୍କ ଡେଡଲାଇନ୍,ଶୁଣାଣି ପାଇଁ ମାତ୍ର ସାଢେ ୧୦ ଦିନ, ନଚେତ ନିଷ୍ପତ୍ତି…

ନୂଆଦିଲ୍ଲୀ,୨୬।୯: ରାମ ଜନ୍ମଭୂମି ବାବ୍ରି ମସଜିଦ ମାମଲାରେ ମୁଖ୍ୟ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇ ଗୁରୁବାର ମହତ୍ତ୍ବପୂର୍ଣ୍ଣ ମନ୍ତବ୍ୟ ଦେଇଛନ୍ତି। ମୁଖ୍ୟ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇ କହିଛନ୍ତି, ଅଯୋଧ୍ୟ ମାମଲାର ଶୁଣାଣି ୧୮ ଅକ୍ଟୋବରରେ ଶେଷ ହେବା ଜରୁରୀ। ଯଦି ଶୁଣାଣି ଏହି ତାରିଖ ସୁଦ୍ଧା ଶେଷ ହୁଏ ନାହିଁ ଚାନ୍ସ ଶେଷ ହୋଇଯିବ। ଏହାପରେ ଗୁରୁବାର ମଧ୍ୟାହ୍ନରେ ଲଞ୍ଚ ପରେ ନିର୍ବାଣୀ ଆଖଡା ହସ୍ତକ୍ଷେପ କରିବା ପରେ ମୁଖ୍ୟ ବିଚାରପତି ରାଗି ଯାଇ ପଚାରିଥିଲେ, କ’ଣ ମୁଁ କାର୍ଯ୍ୟକାଳର ଶେଷ ଦିନ ପର୍ଯ୍ୟନ୍ତ ଶୁଣାଣି  କରିବି?

ଆଜି ସୁପ୍ରିମକୋର୍ଟରେ ଅଯୋଧ୍ୟ ମାମଲା ଉପରେ ଶୁଣାଣିର ୩୨ ତମ ଦିନ ଥିଲା। ଗୁରୁବାର ଯେତେବେଳେ ମାମଲାର ଶୁଣାଣି ଆରମ୍ଭ ହୋଇଥିଲା ସବୁଠାରୁ ପ୍ରଥମେ ଜଷ୍ଟିସ୍ ରଞ୍ଜନ ଗୋଗୋଇ ଏହି ମାମଲାରେ ନିଜର ରାୟ ରଖିଥିଲେ। ମୁଖ୍ୟ ବିଚାରପତି ପୁଣିଥରେ ଏହି କଥା ସମ୍ପର୍କରେ ଆଲୋଚନା କରିଥିଲେ ଓ କେସର ଶୁଣାଣି ୧୮ ଅକ୍ଟୋବରରେ ଶେଷ ହେବା ଜରୁରୀ ବୋଲି କହିଥିଲେ। ଯଦି ଆମେ ୪ ସପ୍ତାହ ଭିତରେ ନିଷ୍ପତ୍ତି ଦେଇଦେବୁ ତେବେ ଏହା ଏକ ଚମତ୍କାର ହୋଇଯିବ। ଯଦି ଶୁଣାଣି ନିର୍ଦ୍ଧାରିତ ସମୟରେ ଶେଷ ହୁଏ ନାହିଁ ତେବେ ନିଷ୍ପତ୍ତି ଦେବାର ସୁଯୋଗ ଶେଷ ହୋଇଯିବ।

 ଉଲ୍ଲେଖନୀୟ ଯେ, ଏହା ପୂର୍ବରୁ ମଧ୍ୟ ମୁଖ୍ୟ ବିଚାରପତି ରଞ୍ଜନ ଗୋଗୋଇ ଏହି  କଥା ଉପରେ ମନ୍ତବ୍ୟ ଦେଇସାରିଛନ୍ତି। ସେ କହିଛନ୍ତି ସମସ୍ତ ପକ୍ଷକୁ ଚେଷ୍ଟା କରିବା ଦରକାର ୧୮ ଅକ୍ଟୋବର ପର୍ଯ୍ୟନ୍ତ ଅଯୋଧ୍ୟ ମାମଲାର ଶୁଣାଣି ଯେପରି ହୋଇପାରିବ। କାରଣ ଏହାପରେ ୧ ମାସ ପର୍ଯ୍ୟନ୍ତ ଏହି ପ୍ରସଙ୍ଗ ଉପରେ ନିଷ୍ପତ୍ତି ଲେଖିବାକୁ ସମୟ ଦରକାର ପଡିବ।

ମୁଖ୍ୟ ବିଚାରପତିଙ୍କ ଏହି ବୟାନ ପରେ ସୁପ୍ରିମକୋର୍ଟ ଏହି ମାମଲାର ଶୁଣାଣି ସମୟ ସୀତା ବଢାଇ ଦେଇଛନ୍ତି। ଏବେ ସୁପ୍ରିମକୋର୍ଟରେ ଅଯୋଧ୍ୟ ମାମଲା  ସପ୍ତାହରେ ୫ ଦିନ ଶୁଣାଣି ହେବ, ଏହା ସହିତ ଏହି ପ୍ରସଙ୍ଗରେ କୋର୍ଟ ପ୍ରତିଦିନ ଅଧିକ ୧ ଘଣ୍ଟା ଶୁଣାଣି କରିବେ। ଅର୍ଥାତ ଶୁଣାଣି ଏବେ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ କରାଯିବ। କୋର୍ଟ ଏହି ମାମଲାରେ ଏହା ମଧ୍ୟ କହିଛନ୍ତି ଯେ, ଯଦି ଦରକାର ପଡେ ତେବେ ତେବେ ଶନିବାର ମଧ୍ୟ ଶୁଣାଣି କରାଯିବ।ଶୁଣାଣି ସମୟରେ ମୁଖ୍ୟ ବିଚାରପତି କହିଥିଲେ, ଆଜିର ଦିନ (ଗୁରୁବାର)କୁ ମିଶାଇ ଆମ ପାଖରେ କେବଳ ଶୁଣାଣି ଶେଷ କରିବା ପାଇଁ ସାଢେ ୧୦ ଦିନ ବାକି ରହିଛି। ଉଲ୍ଲେଖନୀୟ ଯେ, ମୁଖ୍ୟ ବିଚାରପତି ଗୋଗୋଇ ୧୭ ନଭେମ୍ବରରେ ଅବସର ଗ୍ରହଣ କରିବାକୁ ଯାଉଛନ୍ତି।

   ସମ୍ବନ୍ଧିତ ଖବର


କୋକେଇରେ ବସି ନିର୍ବାଚନ ପ୍ରଚାର, ଏପର୍ଯ୍ୟନ୍ତ ୧୧ ଥର ହାରି ସାରିଲେଣି

ପୁଅର ଅସ୍ଥି ଟିକକ ମିଳିଲେ ଗଙ୍ଗାରେ ବିସର୍ଜନ କରନ୍ତି…

ନିର୍ବାଚନ ସଭାରେ ଉଦବୋଧନ ବେଳେ ସଭାମଞ୍ଚରୁ ଗଳି ପଡିଲେ କଂଗ୍ରେସ ନେତା, ଦେଖନ୍ତୁ ଭିଡିଓ…

କୋଠା ଉପରେ ସ୍କର୍ପିଓ ଡିଜାଇନ୍‌ର ପାଣିଟାଙ୍କି, ଦେଖିବାକୁ ଜମୁଛି ଲୋକଙ୍କ ଭିଡ଼

କେନ୍ଦ୍ର କ୍ୟାବିନେଟର ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି: ନଦୀବନ୍ଧ ମରାମତି ପାଇଁ ୧୦,୦୦୦ କୋଟି ମଞ୍ଜୁରୀ, ଚୟନ ହୋଇଥିବା ନଦୀବନ୍ଧ ମଧ୍ୟରୁ ୩୬ଟି ଓଡ଼ିଶାର

ଭାରତୀୟ ସେନା ଲଞ୍ଚ କଲା ସ୍ବଦେଶୀ ମେସେଜିଂ ଆପ୍ SAI, ହ୍ବାଟସଆପ୍‌ଠାରୁ ମଧ୍ୟ ଆହୁରି ସୁରକ୍ଷିତ