PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କ୍ରୁଜ୍ ଡ୍ରଗ୍ସ ପାର୍ଟି ମାମଲା –ଅକ୍ଟୋବର ୩୦ ତାରିଖ ଯାଏ ଜେଲରେ ରହିବେ ଆର୍ୟନ ଖାନ୍ , ଆର୍ୟନଙ୍କ ହାଜତ ମିଆଦ ବୃଦ୍ଧ କଲେ ସ୍ୱତନ୍ତ୍ର ଏନ୍ସିବି କୋର୍ଟ
  • ||
  • ନଵମ ଓ ଦଶମ ଶ୍ରେଣୀ ପରୀକ୍ଷା ପଦ୍ଧତିରେ ପରିଵର୍ତ୍ତନ : ଵର୍ଷକୁ ୪ଟି ଫରମେଟିଭ୍ ଆସେସମେଣ୍ଟ ହେଵ
  • ||
  • କଳାହାଣ୍ଡି ମମିତା ମେହେର ହତ୍ୟା ମାମଲା – କେ ଗାଁ ଥାନା ଆଇଆଇସି ଡମୁ ପରଜା ନିଲମ୍ୱିତ , କର୍ତ୍ତବ୍ୟରେ ଅବହେଳା ପାଇଁ କାର୍ଯ୍ୟାନୁଷ୍ଠାନ ନେଲେ କଳାହାଣ୍ଡି ଏସ୍‌ପି
  • ||
  • ୩ ପ୍ରତିଶତ ବଢ଼ିଲା କେନ୍ଦ୍ରୀୟ କର୍ମଚାରୀଙ୍କ ମହଙ୍ଗା ଭତ୍ତା, ବୃଦ୍ଧି ପ୍ରସ୍ତାବକୁ କ୍ୟାବିନେଟର ମଞ୍ଜୁରୀ
  • ||
  • ପାଡ଼ୁଆ: ଜଙ୍ଗଲରୁ ପାଡ଼ୁଆ: ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ କଲା ପାଡୁଆ ଥାନା ପୋଲିସ, ଗଞ୍ଜେଇ ମାଫିଆଙ୍କୁ ଧରିବା ପାଇଁ ତଦନ୍ତ ଜାରି
  • ||
  • ବଲାଙ୍ଗୀର: ମମିତା ମେହେର ମର୍ଡର ମିଷ୍ଟ୍ରି, ଅଟକ ଜେସିବି ଡ୍ରାଇଭର ଗିରଫ କରିପାରେ ପୋଲିସ
  • ||
  • ରାୟଗଡ଼​‌: ଗୁଣି ଗାରେଡି ସନ୍ଦେହରେ ଟ୍ରିପଲ ମର୍ଡର ଘଟଣା, ୯ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କଲେ ଜିଲ୍ଲା ଓ ଦୌରା ଜଜ ଅଦାଲତ
  • ||
  • ଭବାନୀପାଟଣା: ମମିତା ମେହର ହତ୍ୟା ଘଟଣାରେ ସିବିଆଇ ତଦନ୍ତ କରାଯାଉ : ସ୍ମୃତିରାଣୀ ପଟ୍ଟନାୟକ
  • ||
  • ଭୁବନେଶ୍ୱର: ଆଜିଠୁ ଯୁକ୍ତ ଦୁଇ ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କ କ୍ଲାସରୁମ ପାଠପଢ଼ା, ନଭେମ୍ୱର ପହିଲାରୁ ୟୁନିଫର୍ମ ବାଧ୍ୟତାମୂଳକ
  • ||
  • ପୁରୀ: ଆଜିଠୁ ସେବାୟତଙ୍କ ଡ୍ରେସ୍‌କୋଡ୍, ଶ୍ରୀମନ୍ଦିରରେ ପାରମ୍ପରିକ ବସ୍ତ୍ର ପରିଧାନ କରି ପ୍ରବେଶ କରିବେ ସେବକ
  • ||
  • ବଲାଙ୍ଗୀର: ଆଜି ବିଜେପି ପକ୍ଷରୁ ବଲାଙ୍ଗୀର ବନ୍ଦ ପାଳନ, ସକାଳ ୬ରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଯାତାୟତ ଠପ୍
  • ||
  • ଭୁବନେଶ୍ୱର: ଆଜି ଯୁକ୍ତ ୩ ସ୍ପଟ୍‌ ନାମଲେଖା ଆବେଦନ କପି ଦାଖଲ ଶେଷ, ୨୭ରୁ ନାମଲେଖା
  • ||
  • ଭୁବନେଶ୍ୱର: ଆଜିଠୁ ଶୁଖିଲା ପାଗ, ୨୩ ସୁଦ୍ଧା ସମ୍ପୂର୍ଣ୍ଣ ରୂପେ ଫେରିଯିବ ମୌସୁମୀ ବାୟୁ
  • ||

ଭୂମି ପୂଜନ ପୂର୍ବରୁ ରାମମୟ ହେଲା ଅଯୋଧ୍ୟା, ସବୁଜ ରଙ୍ଗର ବସ୍ତ୍ର ପିନ୍ଧି ବିରାଜମାନ ହେଲେ ରାମଲାଲା

https://hindi.news18.com/

ଅଯୋଧ୍ୟା,୬।୮: ରାମ ମନ୍ଦିର ଭୂମି ପୂଜନ ପାଇଁ ଅଯୋଧ୍ୟା ପ୍ରସ୍ତୁତ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସକାଳ ୧୧ଟା ୩୦ ମିନିଟରେ ଅଯୋଧ୍ୟା ପହଁଞ୍ଚିବେ। ଭୂମି ପୂଜନର ଶୁଭ ମୂହୁର୍ତ୍ତ ୧୨ଟା ୪୪ ମିନିଟର ରହିଛି। ଏଥିପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିଦିଆଯାଇଛି। ରାମ ଜନ୍ମଭୂମି ପରିସର ଓ ଆଖପାଖ ଅଞ୍ଚଳକୁ ରେଡ୍ ଜୋନ୍ ଘୋଷଣା କରାଯାଇଛି। ରାମ ଜନ୍ମଭୂମି ପରିସରରେ ସୁରକ୍ଷା ବ୍ୟବସ୍ଥାର ଦାୟିତ୍ବ ଏସପିଜି ଗ୍ରହଣ କରିଛି। ସୁରକ୍ଷା କାରଣରୁ ସିକ୍ୟୁରିଟି କୋଡରୁ ଏଣ୍ଟ୍ରି କରାଯିବ।

ଭୂମି ପୂଜନ ପୂର୍ବରୁ ରାମଲାଲାଙ୍କ ଫଟୋ ସାମନାକୁ ଆସିଛି। ରାମଲାଲାଙ୍କୁ ସବୁଜ ରଙ୍ଗର ବସ୍ତ୍ର ପିନ୍ଧାଯାଇଛି ଓ ତାଙ୍କର ଶୃଙ୍ଗାର କରାଯାଇଛି। ଅନ୍ୟପକ୍ଷେହନୁମାନଗଢୀ ମନ୍ଦିରର ମୁଖ୍ୟ ପୂଜାରୀ ପ୍ରେମଦାସଜୀ ମହାରାଜଙ୍କ କହିବା ଅନୁସାରେ, ପ୍ରଧାନମନ୍ତ୍ରୀ ଅଯୋଧ୍ୟା ଆସିବା ଏକ ଐତିହାସିକ ମୂହୁର୍ତ୍ତ। ଆମେ ତାଙ୍କୁ ସମ୍ମାନ କରିବୁ। ପ୍ରଧାନମନ୍ତ୍ରୀଙ୍କୁ ଏହି ସମୟରେ ରୂପାର ମୁକୁଟ, ଗାମୁଛା ଦିଆଯିବ। ପ୍ରଧାନମନ୍ତ୍ରୀ ମୋଦି ଆଜି ରାମ ମନ୍ଦିର ପ୍ରାଙ୍ଗଣରେ ଏକ ଗଛ ଲଗାଇବେ।  

ସମ୍ବନ୍ଧିତ ଖବର