PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଳାହାଣ୍ଡି ସନ୍‌ସାଇନ୍‌ ସ୍କୁଲ୍‌ ସଭାପତି ଗୋବିନ୍ଦ ସାହୁ ଗିରଫ , ମମିତା ମର୍ଡର ମିଷ୍ଟ୍ରିର ମୋଷ୍ଟ ୱାଣ୍ଟେଡ୍‌ ଗୋବିନ୍ଦ ସାହୁ
  • ||
  • ବଲାଙ୍ଗୀର: ମୁଖ୍ୟଅଭିଯୁକ୍ତ ଚମ୍ପଟ ପରେ ଜବତ କାରର ବଢ଼ିଲା ସୁରକ୍ଷା, ଗୋବିନ୍ଦଙ୍କ ପରେ କାରକୁ ଉଠାଇଥିଲା ପୁଲିସ
  • ||
  • ବଲାଙ୍ଗୀର : ଫେରାର୍ ଗୋବିନ୍ଦ ସାହୁକୁ ଧରିବା ପାଇଁ ବଢିଲା ପୁରସ୍କାର ରାଶି, ସୂଚନା ଦେଲେ ମିଳିବ ୧ ଲକ୍ଷ୍ୟ ଟଙ୍କା ପୁରସ୍କାର ରାଶି
  • ||
  • ବଲାଙ୍ଗୀର: ମୋଷ୍ଟ ଓ୍ବାଣ୍ଟେଡ ଗୋବିନ୍ଦ ସାହୁ, ଧରାଇ ଦେଲେ ଦିଆଯିବ ୨୦ ହଜାର ଟଙ୍କାର ପୁରଷ୍କାର
  • ||
  • ବ୍ରହ୍ମପୁର: ଗୋପାଳପୁର ଛକ ନିକଟରେ ବାଇକକୁ ଧକ୍କା ଦେଲା କାର୍, ଜଣେ ମୃତ ଓ ଦୁଇ ଜଣ ଆହତ
  • ||
  • ବଲାଙ୍ଗୀର: ମହାଲିଙ୍ଗ ମିନି ଷ୍ଟାଡିୟମରୁ ପୋତା ଯାଇଥିବା ମମିତା ମେହେରଙ୍କ ମୃତ ଦେହ ଉଦ୍ଧାର, ଡିଏନଏ ପରୀକ୍ଷା ପରେ ସ୍ପଷ୍ଟ ହେବ।
  • ||
  • ରଙ୍ଗେଇଲୁଣ୍ଡା: ଚାଟ୍ ମାଗିବାକୁ ନେଇ ଗଣ୍ଡଗୋଳରେ ଜଣେ ଗୁରୁତର, ଦମ୍ପତ୍ତି ଆହତ
  • ||
  • ଟିକିଟି: ସିଦ୍ଧ ବାରାହୀ ପୀଠରୁ ଚୋରି, ଦେବୀଙ୍କ ପିତଳ ମୁକୁଟ (ପ୍ରାୟ ଦେଢ଼ କିଲୋ) ସହ ୨୦ ତୋଳାରୁ ଅଧିକ ରୁପା ଅଳଙ୍କାର ଚୋରି ଅଭିଯୋଗ
  • ||
  • ଭୁବନେଶ୍ୱର: ରାଜ୍ୟରେ ଆଉ ୪ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୨୯୪କୁ ବୃଦ୍ଧି
  • ||
  • ଭୁବନେଶ୍ୱର : ରାଜ୍ୟରେ ଗତ ୨୪ ଘଣ୍ଟାରେ ଚିହ୍ନଟ ହେଲେ ୫୫୬ କୋଭିଡ୍ ପଜିଟିଭ୍
  • ||
  • ସାଲେପୁର : ବନ୍ଦ କୋଠରୀରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
  • ||
  • ନୀଳଗିରି: ନିଶ୍ଚିତପୁରରେ ଭାଲୁ ଆକ୍ରମଣରେ ଜଣେ ଗୁରୁତର
  • ||
  • ଜଳେଶ୍ବର: ଜଳେଶ୍ବର ଷ୍ଟେସନ ବଜାରସ୍ଥିତ ଡାଇମଣ୍ଡ ହୋଟେଲ ଉପରେ ଚଢାଉ, ୨ କୋଟିରୁ ଊର୍ଦ୍ଧ୍ବ ଟଙ୍କାର ବ୍ରାଉନସୁଗାର ଜବତ
  • ||

ଜାଣନ୍ତୁ ଅଯୋଧ୍ୟା ରାମ ମନ୍ଦିର ଭୂମିପୂଜନରେ ପଣ୍ଡିତଜୀ କ’ଣ ମାଗିଲେ ଦକ୍ଷିଣା

ଅଯୋଧ୍ୟା – ଅଯୋଧ୍ୟାରେ ରାମମନ୍ଦିରର ଭୂମି ପୂଜନ ମହା ଧୂମଧାମ୍‌ରେ ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପାରମ୍ପରିକ ପୂଜା ସହ ଏହାର ଭୂମିପୂଜନ କରିଛନ୍ତି । ବୁଧବାର ମଧ୍ୟାହ୍ନ ସମୟରେ ପ୍ରଧାନମନ୍ତ୍ରୀ ମୋଦୀ ଏହାର ଆଧାର ଶିଳା ସ୍ଥାପନ କରିଥିଲେ । ଏଥିରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ , ରାଜ୍ୟପାଳ ଆନନ୍ଦୀ ବେନ୍ ପଟେଲ୍‌ ଆର୍‌ଏସ୍‌ଏସ୍‌ ପ୍ରମୁଖ ମୋହନ ଭାଗବତ ପ୍ରମୁଖ ସାମିଲ ଥିଲେ ।

ପ୍ରଧାନମନ୍ତ୍ରୀ ମୋଦୀ ପ୍ରଥମେ ହନୁମାନ ଗଡ ଯାଇ ବଜରଙ୍ଗବାଲୀ ଏବଂ ରାମଲାଲାଙ୍କର ଦର୍ଶନ କରିଥିଲେ । ଏହାପରେ ଭୂମି ପୂଜନ କରିଥିଲେ । ଭୂମି ପୂଜନ ସମୟରେ ପ୍ରଧାନମନ୍ତ୍ରୀ ମୋଦୀ ସାଷ୍ଟାଙ୍ଗ ପ୍ରଣାମ କରିଥିଲେ । ଦକ୍ଷିଣା ମାଗିବା ସମୟ ଆସିବାରୁ ପଣ୍ଡିତ ଜୀ କୌଣସି ଯଜ୍ଞରେ ଦକ୍ଷିଣାର ଆବଶ୍ୟକତା ରହିଥାଏ ବୋଲି କହିଥିଲ । ହେଲେ ଆମମାନଙ୍କୁ ଏପରି ଯଜମାନ କେଉଁଠାରୁ ମିଳବେ । ପଣ୍ଡିତଜୀ କହିଥିଲେ ଦକ୍ଷିଣା ଏତେ ମିଳିଛି ଯାହା କୋଟି କୋଟି ଆଶୀର୍ବାଦ ସହ ସମାନ, ଏହି କୋଟି କୋଟି ଆଶୀର୍ବାଦ ହିଁ ଦକ୍ଷିଣା । ଭାରତର ଏପରି କିଛି ସମସ୍ୟା ରହିଛି ଯାହାକୁ ଦୂର କରିବା ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ସଙ୍କଳ୍ପ ନେଇଛନ୍ତି ବୋଲି ପଣ୍ଡିତଜୀ ସୂଚନା ଦେଇଛନ୍ତି । ଅଗଷ୍ଟ ୫ ତାରିଖରେ ଏପରି ଏକ ପବିତ୍ର ତାରିଖ ହୋଇଯାଇଛି ଯେଉଁ ତାରିଖରେ ଭାରତର ଅନେକ ବଡ ନିଷ୍ପତ୍ତି ନିଆଯାଇଛି । ଏଥିରେ ଭଗବାନ୍ ଶ୍ରୀ ରାମ ଚନ୍ଦ୍ରଙ୍କର କୃପା ଯୋଡି ହୋଇଯାଇଛି ବୋଲି ପଣ୍ଡିତଜୀ କହିଛନ୍ତି । ଏପରି ଯଜମାନ ମିଳିବା ଏବଂ ଶିଳାନ୍ୟାସ କାର୍ଯ୍ୟ ତାଙ୍କର ସୌଭାଗ୍ୟ ବୋଲି ପୂଜା କରିଥିବା ପଣ୍ଡିତଜୀ କହିଛନ୍ତି । ଏହି ପବିତ୍ର କାର୍ଯ୍ୟ ପାଇଁ ତାଙ୍କର ଜନ୍ମ ହୋଇଥିବା କଥା ପଣ୍ଡିତ ଜୀ କହିଛନ୍ତି ।

ଅଯୋଧ୍ୟାରେ ରାମ ମନ୍ଦିର ଏବଂ ଶିଳାନ୍ୟାସ କାର୍ଯ୍ୟରେ ପ୍ରଧାନମନ୍ତ୍ରୀ ପୀତାମ୍ବରି ପାଟ ସହ ସୁନେଲୀ କୁର୍ତ୍ତା ପିନ୍ଧି ପହଞ୍ଚିଥିଲେ । ଅଯୋଧ୍ୟାରେ ଭଗବାନ ରାମଙ୍କ ଭବ୍ୟ ମନ୍ଦିର ପାଇଁ ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭୂମି ପୂଜନ କରିଛନ୍ତି। ଭୂମି ପୂଜନ ବେଳେ ପ୍ରଧାନମନ୍ତ୍ରୀ ମୋଦି ରାମ ମନ୍ଦିର ନିର୍ମାଣ ପାଇଁ ଶିଳାନ୍ୟାସ କରିଥିଲେ। ଭୂମି ପୂଜନ କାର୍ଯ୍ୟକ୍ରମ ପରେ ପ୍ରଧାନମନ୍ତ୍ରୀ ମୋଦି ନିଜର ସମ୍ବୋଧନ ପ୍ରଦାନ କରିଥିଲେ । ମୋଦି ନିଜର ସମ୍ବୋଧନ ଜୟ ସିୟା ରାମ ସ୍ଲୋଗାନ ଦେଇ ଆରମ୍ଭ କରିଥିଲେ। ଏହାପରେ ସାରା ବିଶ୍ବର ରାମଭକ୍ତଙ୍କୁ କୋଟି-କୋଟି ଅଭିନନ୍ଦନ ଦେଇଥିଲେ।

https://aajtak.intoday.in/

ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ଏହା ମୋର ସୌଭାଗ୍ୟ ଯେ, ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ ମୋତେ ନିମନ୍ତ୍ରଣ କରିଥିଲେ। ଏହି ଐତିହାସିକ କ୍ଷଣର ସାକ୍ଷୀ ହେବାର ସୁଯୋଗ ଦେଇଛି। ମୁଁ ଏଥିପାଇଁ ହୃଦୟରୁ ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟକୁ ଧନ୍ୟବାଦ ଦେଉଛି। ବର୍ଷ ବର୍ଷ ଅସ୍ଥାୟୀ ମନ୍ଦିରରେ ଥିବା ଆମ ରାମଲାଲାଙ୍କ ପାଇଁ ଏବେ ଏକ ଭବ୍ୟ ମନ୍ଦିର ନିର୍ମାଣ ହେବ। ଭାଙ୍ଗିପଡିବା ଓ ଉଠିବା, ଶହ ଶହ ବର୍ଷ ଧରି ଚାଲିଥିବା ଏହି ବ୍ୟତିକ୍ରମରୁ ରାଜଜନ୍ମଭୂମି ଆଜି ମୁକ୍ତ ହୋଇଯାଇଛି। ସାରା ଦେଶ ଆଜି ରୋମାଞ୍ଚିତ। ପ୍ରତି ମନ ଦୀପମୟ ଅଟେ। ଶତାବ୍ଦୀର ଅପେକ୍ଷା ଆଜି ଶେଷ ହେଉଛି।’

https://zeenews.india.com/

ଆମର ସ୍ବାଧୀନତା ଆନ୍ଦୋଳନ ସମୟରେ ବହୁ ପୀଢି ନିଜର ସବୁକିଛି ସମର୍ପିତ କରିଦେଇଥିଲେ। ପରାଧୀନତାର କାଳଖଣ୍ଡରେ କୌଣସି ଏଭଳି ସମୟ ନଥିଲା ଯେତେବେଳେ ସ୍ବାଧୀନତା ପାଇଁ ଆନ୍ଦୋଳନ ହୋଇନଥିଲା, ଦେଶର କୌଣସି ଭୂଖଣ୍ଡ ଏଭଳି ନଥିଲା, ଯେଉଁଠି ସ୍ବାଧୀନତା ପାଇଁ ବଳିଦାନ ଦିଆନଯାଇଛି।’

ସେ ଆଗକୁ କହିଛନ୍ତି, ରାମ ମନ୍ଦିର ପାଇଁ ଚାଲିଥିବା ଆନ୍ଦୋଳନରେ ଅର୍ପଣ ବି ଥିଲା, ତର୍ପଣ ବି ଥିଲା, ସଂଘର୍ଷ ମଧ୍ୟ ଥିଲା,ସଂକଳ୍ପ ମଧ୍ୟ ଥିଲା। ଯେଉଁମାନଙ୍କୁ ତ୍ୟାଗ, ବଳିଦାନ ଓ ସଂଘର୍ଷରୁ ଆଜି ସ୍ବପ୍ନ ସାକାର ହେଉଛି, ଯେଉଁମାନଙ୍କ ତପସ୍ୟା ରାମମନ୍ଦିର ଶିଳାନ୍ୟାସ ଆଡକୁ ଯୋଡି ହୋଇଯାଇଛି। ମୁଁ ସେ ସମସ୍ତଙ୍କୁ ଆଜି ୧୩୦ କୋଟି ଦେଶବାସୀଙ୍କ ପକ୍ଷରୁ ପ୍ରଣାମ କରିବାକୁ ଚାହେଁ। ରାମ ଆମର ମନରେ ଅଛନ୍ତି, ଆମ ଭିତରେ ମିଶି ଯାଇଛନ୍ତି। କୌଣସି କାମ ଯଦି କରିବାର ଅଛି, ତେବେ ପ୍ରେରଣା ପାଇଁ ଆମେ ଭଗବାନ ରାମଙ୍କ ଆଡକୁ ଦେଖୁ।’

ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ଭଗବାନ ରାମଙ୍କ ଅଦ୍ଭୁତ ଶକ୍ତି ଦେଖନ୍ତୁ। ରାମ ଆଜି ବି ଆମର ମନରେ ବସି ରହିଛନ୍ତି, ଆମର ସଂସ୍କୃତିର ଆଧାର ଅଟେ। ଶ୍ରୀରାମ ଭାରତର ମର୍ଯ୍ୟାଦା ଅଟନ୍ତି, ଶ୍ରୀରାମ ମର୍ଯ୍ୟାଦା ପୁରୁଷୋତ୍ତମ ଅଟନ୍ତି। ରାମ ମନ୍ଦିର ଆମ ସଂସ୍କୃତିର ଆଧୁନିକତାର ପ୍ରତୀକ ହେବ। ଆମର ଶ୍ବାଶତ ଆସ୍ଥାର ପ୍ରତୀକ ହେବ। ଭାରତର ଏଭଳି କୌଣସି ଭାବନା ନାହିଁ ଯେଉଁଥିରେ ପ୍ରଭୁ ରାମଙ୍କର ଝଲକ ନାହିଁ। ଆମର ଆସ୍ଥା,ଆଦର୍ଶ ଓ ଦିବ୍ୟତାରେ ରାମ ଅଛନ୍ତି।

ଭାରତ ବାହାରେ ବହୁ ଦେଶରେ ସେଠାର ଭାଷାରେ ରାମକଥା ପ୍ରଚଳିତ ରହିଛି। ମୋ​‌ତେ ବିଶ୍ବାସ ଯେ, ଆଜି ସେହି ଦେଶରେ ମଧ୍ୟ କୋଟି କୋଟି ଲୋକ ରାମ ମନ୍ଦିରର ନିର୍ମାଣ କାମ ଆରମ୍ଭ କରିବାରେ ଖୁବ୍ ଖୁସି ଅନୁଭବ କରୁଛନ୍ତି। କାରଣ ପ୍ରଭୂ ରାମ ହେଉଛନ୍ତି ସମସ୍ତଙ୍କର। ଶ୍ରୀରାମଙ୍କ ନାମ ଭଳି ଅଯୋଧ୍ୟାରେ ତିଆରି ହେବାକୁ ଥିବା ଭବ୍ୟ ମନ୍ଦିର ଭାରତୀୟ ସଂସ୍କୃତିର ସମୃଦ୍ଧ ଉତ୍ତରାଧିକାରୀ ପ୍ରତୀକ ହେବ। ଏଠାରେ ନିର୍ମିତ ହେବାକୁ ଥିବା ରାମମନ୍ଦିର ଅନନ୍ତକାଳ ପର୍ଯ୍ୟନ୍ତ ମାନବିକତାକୁ ପ୍ରେରଣା ଦେବ।