ପ୍ରମୁଖ ଖବର
  • ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ୨୦୨୪: ଆଜି ଭାରତ-ବାଂଲାଦେଶ ଅଭ୍ୟାସ ମ୍ୟାଚ୍‌
  • ||
  • ଶ୍ରୀଗୁଣ୍ଡିଚା ମନ୍ଦିର ନାକଚଣା ଦ୍ୱାର ନିକଟରେ ଅଗ୍ନିକାଣ୍ଡ, ଧୂଆଁମୟ ହୋଇଗଲା ଆକାଶ
  • ||
  • ଓଡିଶା ଦେଉଛି ଶେଷ ପର୍ଯ୍ୟାୟ ଭୋଟ: ୬ ଲୋକସଭା,୪୨ ବିଧାନସଭା ସିଟ୍‌ରେ ୪୬୦ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ମତଦାତା
  • ||
  • କେନ୍ଦୁଝର: ପଦ୍ମଶ୍ରୀ ମାଗୁଣି ଚରଣ କୁଅଁର ଙ୍କ ଦେହାନ୍ତ, କାଠ କଣ୍ଢେଇ ନୃତ୍ୟ ପାଇଁ ପାଇଥିଲେ ସମ୍ମାନ
  • ||
  • ଦେଶରେ ଶେଷ ପର୍ଯ୍ୟାୟ ମତଦାନ ଆରମ୍ଭ, ୯୦୪ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ମତଦାତା
  • ||

୨୮ଲକ୍ଷର ଚାକିରି ଛାଡ଼ି ଆରମ୍ଭ କଲେ ୟୁପିଏସସିର ପ୍ରସ୍ତୁତି, ବିନା କୋଚିଂରେ ପ୍ରଥମ ପ୍ରୟାସରେ ହେଲେ ଆଇଏଏସ

ନୂଆଦିଲ୍ଲୀ, ୧୬/୫ :  ପ୍ରତ୍ୟେକ  ମଣିଷ ଚାହିଁଥାଏ କି ସେ ଉଚ୍ଚ ଦରମାର ପ୍ୟାକେଜ ସହ ଏକ ବଡ଼ କମ୍ପାନୀ‌ରେ କୌଣସି ବଡ଼ ପୋଷ୍ଟରେ କାମ କରିବେ । କିନ୍ତୁ କିଛି ଲୋକ ଏଭଳି ଅଛନ୍ତି କି ଯିଏ ଏଥିରୁ ସମ୍ପୂର୍ଣ୍ଣ ଭିନ୍ନ ରାସ୍ତା ବାଛିଥାନ୍ତି । କେତେକ ଲୋକ ଏଭଳି ଅଛନ୍ତି ଯିଏ ଉଚ୍ଚ ଦରମାରେ ଚାକିରି ନୁହେଁ ବରଂ ଏକ ଆକର୍ଷକ ଫିଲ୍ଡରେ କାମ କରିବାର ଆଶା ରଖିଥାନ୍ତି । ଏଥିରୁ ଗୋଟିଏ ଫିଲ୍ଡ ହେଲା ସିଭିଲ ସେବା । 

ଆଜି ଆମେ ଆପଣଙ୍କୁ ଏକ ଏଭଳି ପ୍ରାର୍ଥୀଙ୍କ ବିଷୟରେ କହିବୁ ଯିଏ ସିଭିଲ ସର୍ଭିସ ଜଏନ କରିବା ଲାଗି ନିଜ ୨୮ଲକ୍ଷ ଟଙ୍କାର ଉଚ୍ଚ ଦରମା ଆରାମଦାୟକ ଚାକିରି ଛାଡ଼ି ଦେଇଛନ୍ତି । ପ୍ରକାଶ ଯେ, ଆମେ କହୁଛୁ ଦିଲ୍ଲୀରେ ରହୁଥିବା ଆୟୁଷ ଗୋୟଲଙ୍କ କଥା । ଯିଏ ଏତେ ବଡ଼ ପଦକ୍ଷେପ ଉଠାଇବା ପରେ ନିଜ ପ୍ରଥମ ପ୍ରୟାସରେ ୟୁପିଏସସିର ସିଭିଲ ସେବା ପରୀକ୍ଷା ପାସ୍ କରିନେଇଛନ୍ତି । ଆଇଏଏସ ଅଫିସର ଆୟୁଷ ଗୋୟଲ ଦିଲ୍ଲୀରେ ସରକାରଙ୍କ ଦ୍ବାରା ପରିଚାଳିତ ରାଜକୀୟ ପ୍ରତିଭା ବିକାଶ ବିଦ୍ୟାଳୟରେ ନିଜ ସ୍କୁଲ ଶିକ୍ଷା ପୂରା କରିଥିଲେ । ଆୟୁଷ ୧୦ମର ବୋର୍ଡ଼ ପରୀକ୍ଷାରେ ୯୧.୨% ପ୍ରାପ୍ତ କରିଥିଲେ । ଯାହାକି ଦ୍ବାଦଶର ବୋର୍ଡ଼ ପରୀକ୍ଷାରେ ତାଙ୍କୁ ୯୬.୨% ସଂଖ୍ୟା ମିଳିଥିଲା । ଦ୍ବାଦଶ ପରେ ଆୟୁଷ ଦିଲ୍ଲୀ ବିଶ୍ବ ବିଦ୍ୟାଳୟର ହଂସରାଜ କଲେଜରୁ ଇକୋନମିକ୍ସ ଅନର୍ସରେ ଗ୍ରାଜୁଏଶନର ଡିଗ୍ରୀ ହାସଲ କରିଥିଲେ । 

ଗ୍ରାଜୁଏଶନ କରିବା ପରେ ଆୟୁଷ କ୍ୟାଟର ପରୀକ୍ଷା ଲାଗି ପ୍ରସ୍ତୁତି କରିବା ଆରମ୍ଭ କରି ଦେଇଛନ୍ତି । କ୍ୟାଟର ପରୀକ୍ଷାରେ ସଫଳତା ହାସଲ କରିବା ପରେ ସେ କେରଳର ଆଇଆଇଏମ କୋଝିକୋଡ଼ରେ ଏମବିଏରେ ଆଡ଼ମିଶନ ନେଇଥିଲେ । ତାଙ୍କ ଲିଙ୍କ୍ଡଇନ ପ୍ରୋଫାଇଲ ଅନୁସାରେ ଏମବିଏ କରିବା ପରେ ଆୟୁଷ ଜେପି ମାର୍ଗନ ଚେଞ୍ଜ ଏଡ କମ୍ପାନୀରେ ଏକ ଆନାଲିଷ୍ଟ ଭାବେ କାମ କରିବାକୁ ଲାଗିଥିଲେ । ତାଙ୍କୁ ଏହି ପଦରେ ବର୍ଷକୁ ୨୮ଲକ୍ଷ ଟଙ୍କାର ପ୍ୟାକେଜରେ ରଖାଯାଇଥିଲା ।

ଆୟୁଷଙ୍କ ବାପା ସୁଭାଷ ଚନ୍ଦ୍ର ଗୋପାଳ ଏକ ଦୋକାନର ମାଲିକ ଅଟନ୍ତି । ଯାହାକି ତାଙ୍କ ମା’ ମୀରା ଗୋୟଲ ଜଣେ ଗୃହିଣୀ ଅଟନ୍ତି । ପ୍ରକାଶ ଯେ ଆୟୁଷଙ୍କୁ ନିଜ ପଢା ଲାଗି ୨୦ଲକ୍ଷ ଟଙ୍କାର ଲୋନ ନେବାକୁ ପଡ଼ିଥିଲା । ସେହିଭଳି ଯେତେବେଳେ ଆୟୁଷଙ୍କୁ ଚାକିରି ମିଳିଥିଲା ତ ତାଙ୍କ ବାପା-ମା ବହୁତ ଖୁସି ହୋଇଥିଲେ । କିନ୍ତୁ ପୁଅର ୟୁପିଏସସିର ପ୍ରସ୍ତୁତ କରିବା ନିଷ୍ପତ୍ତି ପରେ ତାଙ୍କୁ ଟିକେ  ମନ ଉଣା କରିବାକୁ ପଡ଼ିଥିଲା ।

୮ମାସର ଚାକିରି ପରେ ଆୟୁଷ ନିଜ ଚାକିରି ଛାଡ଼ି ଦେଇଥିଲେ । ସେ ନିଜ ପୂରା ଧ୍ୟାନ ୟୁପିଏସସିର ସିଭିଲ ସେବା ପରୀକ୍ଷାରେ ଦେଇଥିଲେ । ଏତେ ଭଲ ଦରମାର ଚାକିରି ଛାଡ଼ିବା ପରେ ତାଙ୍କ ଉପରେ ପାଠ ପଢାର ବହୁ ଚାପ ଥିଲା । ସେ ୟୁପିଏସସି ପରୀକ୍ଷା ଲାଗି ଦିନ ରାତି ପଢାରେ ଲାଗି ରହିଥିଲେ । ଆୟୁଷ ୟୁପିଏସସି ଲାଗି ପୂରା ଦେଢ ବର୍ଷ ପର୍ଯ୍ୟନ୍ତ ଘରେ ହିଁ ପଢିଥିଲେ । ଏଥିଲାଗି ସେ କୌଣସି କୋଚିଂ ବି ନେଇନଥିଲେ । ସେ ପ୍ରତିଦିନ ୮ରୁ ୧୦ଘଣ୍ଟା ଇଣ୍ଟରନେଟରେ ଭିଡ଼ିଓ ଦେଖି ଏବଂ ବହି ପଢିବାରେ ଲାଗିଥିଲେ । ଯାହାର ଫଳାଫଳ ଏହା ରହିଛି କି ସେ ନିଜ ପ୍ରଥମ ପ୍ରୟାସରେ ହିଁ ସଫଳ ହୋଇଛନ୍ତି । ତାଙ୍କୁ ଏହି କଥା କେବେ ବି ଭାବି ନ ଥିଲେ କି ସେ ଏତେଶୀଘ୍ର ନିଜର ଏହି ଲକ୍ଷକୁ ହାସଲ କରିପାରିବେ । ମାତ୍ର ତାଙ୍କ ପ୍ରସ୍ତୁତି କିଛି ଏଭଳି ଥିଲା କି ସେ ଏହି ପରୀକ୍ଷାରେ ୧୭୧ରାଙ୍କ ସହ ସଫଳତା ପ୍ରାପ୍ତ କରି ନେଇଛନ୍ତି ଏବଂ ଆଇଏଏସ ଅଫିସର ହୋଇଯାଇଛନ୍ତି ।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.