ମୋଦି ସରକାରର ଆଉ ଜଣେ ମନ୍ତ୍ରୀ ହେଲେ କରୋନା ସଂକ୍ରମିତ

ନୂଆଦିଲ୍ଲୀ – ଦେଶରେ କରୋନା ଭାଇରସରର ସଙ୍କଟ ଲଗାତାର ବଢ଼ିବାରେ ଲାଗିଛି । ପ୍ରତିଦିନ ହଜାର ହଜାର ସଂଖ୍ୟାରେ ଲୋକେ କରୋନା ଭାଇରସ୍‌ରେ ସଂକ୍ରମିତ ହେଉଛନ୍ତି ।  ଏବେ ମୋଦି ସରକାରର ମନ୍ତ୍ରୀ ମଧ୍ୟ କରୋନା ଭାଇରସ୍‌ କବଳରେ ଆସିଛନ୍ତି । ମୋଦି ସରକାରଙ୍କର ଆଉ ଜଣେ ମନ୍ତ୍ରୀ  କରୋନା ଭାଇରସ୍‌ ସଂକ୍ରମିତ ହୋଇଛନ୍ତି ।

କେନ୍ଦ୍ରୀୟ ଆୟୁଷ ମନ୍ତ୍ରୀ ଶ୍ରୀପଦ ନାଏକ କରୋନା  ଭାଇରସ୍‌ ପଜିଟିଭ୍ ରିପୋର୍ଟ ଆସିଛି । ସେ ନିଜେ ଟ୍ୱିଟ୍‌ କରି କରୋନା ଭାଇରସ୍‌ରେ ସଂକ୍ରମିତ ହେବାର ସୂଚନା ଦେଇଛନ୍ତି । ସେ କହିଛନ୍ତି , ମୁଁ ଆଜି କୋଭିଡ୍‌-୧୯ ଟେଷ୍ଟ କରିଥିଲି ଏବଂ ଏଥିରେ ପଜିଟିଭ୍‌ ଆସିଛି । ମୁଁ ହୋମ୍‌ ଆଇସୋଲେସନରେ ରହିଛି । ଯେଉଁ ଲୋକ ଗତ କିଛି ଦିନ ହେଲା ମୋ ସଂସ୍ପର୍ଶରେ ଆସିଛନ୍ତି , ସେମାନେ ନିଜକୁ ପରୀକ୍ଷା କରିବା ସହ ଆବଶ୍ୟକ ସାବଧନତା ଅବଲମ୍ୱନ କରନ୍ତୁ । ଅମିତ ଶାହାଙ୍କୁ କରୋନା- ଟ୍ୱିଟ୍‌ କରି ଦେଲେ ସୂଚନା