PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କ୍ରୁଜ୍ ଡ୍ରଗ୍ସ ପାର୍ଟି ମାମଲା –ଅକ୍ଟୋବର ୩୦ ତାରିଖ ଯାଏ ଜେଲରେ ରହିବେ ଆର୍ୟନ ଖାନ୍ , ଆର୍ୟନଙ୍କ ହାଜତ ମିଆଦ ବୃଦ୍ଧ କଲେ ସ୍ୱତନ୍ତ୍ର ଏନ୍ସିବି କୋର୍ଟ
  • ||
  • ନଵମ ଓ ଦଶମ ଶ୍ରେଣୀ ପରୀକ୍ଷା ପଦ୍ଧତିରେ ପରିଵର୍ତ୍ତନ : ଵର୍ଷକୁ ୪ଟି ଫରମେଟିଭ୍ ଆସେସମେଣ୍ଟ ହେଵ
  • ||
  • କଳାହାଣ୍ଡି ମମିତା ମେହେର ହତ୍ୟା ମାମଲା – କେ ଗାଁ ଥାନା ଆଇଆଇସି ଡମୁ ପରଜା ନିଲମ୍ୱିତ , କର୍ତ୍ତବ୍ୟରେ ଅବହେଳା ପାଇଁ କାର୍ଯ୍ୟାନୁଷ୍ଠାନ ନେଲେ କଳାହାଣ୍ଡି ଏସ୍‌ପି
  • ||
  • ୩ ପ୍ରତିଶତ ବଢ଼ିଲା କେନ୍ଦ୍ରୀୟ କର୍ମଚାରୀଙ୍କ ମହଙ୍ଗା ଭତ୍ତା, ବୃଦ୍ଧି ପ୍ରସ୍ତାବକୁ କ୍ୟାବିନେଟର ମଞ୍ଜୁରୀ
  • ||
  • ପାଡ଼ୁଆ: ଜଙ୍ଗଲରୁ ପାଡ଼ୁଆ: ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ କଲା ପାଡୁଆ ଥାନା ପୋଲିସ, ଗଞ୍ଜେଇ ମାଫିଆଙ୍କୁ ଧରିବା ପାଇଁ ତଦନ୍ତ ଜାରି
  • ||
  • ବଲାଙ୍ଗୀର: ମମିତା ମେହେର ମର୍ଡର ମିଷ୍ଟ୍ରି, ଅଟକ ଜେସିବି ଡ୍ରାଇଭର ଗିରଫ କରିପାରେ ପୋଲିସ
  • ||
  • ରାୟଗଡ଼​‌: ଗୁଣି ଗାରେଡି ସନ୍ଦେହରେ ଟ୍ରିପଲ ମର୍ଡର ଘଟଣା, ୯ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କଲେ ଜିଲ୍ଲା ଓ ଦୌରା ଜଜ ଅଦାଲତ
  • ||
  • ଭବାନୀପାଟଣା: ମମିତା ମେହର ହତ୍ୟା ଘଟଣାରେ ସିବିଆଇ ତଦନ୍ତ କରାଯାଉ : ସ୍ମୃତିରାଣୀ ପଟ୍ଟନାୟକ
  • ||
  • ଭୁବନେଶ୍ୱର: ଆଜିଠୁ ଯୁକ୍ତ ଦୁଇ ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କ କ୍ଲାସରୁମ ପାଠପଢ଼ା, ନଭେମ୍ୱର ପହିଲାରୁ ୟୁନିଫର୍ମ ବାଧ୍ୟତାମୂଳକ
  • ||
  • ପୁରୀ: ଆଜିଠୁ ସେବାୟତଙ୍କ ଡ୍ରେସ୍‌କୋଡ୍, ଶ୍ରୀମନ୍ଦିରରେ ପାରମ୍ପରିକ ବସ୍ତ୍ର ପରିଧାନ କରି ପ୍ରବେଶ କରିବେ ସେବକ
  • ||
  • ବଲାଙ୍ଗୀର: ଆଜି ବିଜେପି ପକ୍ଷରୁ ବଲାଙ୍ଗୀର ବନ୍ଦ ପାଳନ, ସକାଳ ୬ରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଯାତାୟତ ଠପ୍
  • ||
  • ଭୁବନେଶ୍ୱର: ଆଜି ଯୁକ୍ତ ୩ ସ୍ପଟ୍‌ ନାମଲେଖା ଆବେଦନ କପି ଦାଖଲ ଶେଷ, ୨୭ରୁ ନାମଲେଖା
  • ||
  • ଭୁବନେଶ୍ୱର: ଆଜିଠୁ ଶୁଖିଲା ପାଗ, ୨୩ ସୁଦ୍ଧା ସମ୍ପୂର୍ଣ୍ଣ ରୂପେ ଫେରିଯିବ ମୌସୁମୀ ବାୟୁ
  • ||

୯୦୦ ଅଡିଓ କ୍ଲିପ୍ ରେକର୍ଡିଂ ନେଇ ଥାନାରେ ପହଁଞ୍ଚିଲେ ସ୍ବାମୀ, ପ୍ରେମିକ ସହ ମିଶି ହତ୍ୟା ଷଡଯନ୍ତ୍ର କରୁଥିଲା ସ୍ତ୍ରୀ

https://aajtak.intoday.in/

ଆଜମଗଡ,୬।୮: ଷଡଯନ୍ତ୍ର କରି ବାହାଘର। ଆଉ ତା ପରେ ସ୍ବାମୀ ହତ୍ୟା କରିବାର ଯୋଜନା କରି ଧରାପଡିଛନ୍ତି ଜଣେ ମହିଳା କନଷ୍ଟେବଳ। ଦୁଇ ମାସ ତ​‌ଳେ ମହିଳ କନଷ୍ଟେବଳ ଜଣକ ବିବାହ କରିବା ପରେ  ସ୍ବାମୀକୁ ହତ୍ୟା କରିବାର ଯୋଜନା କରିଥିଲେ। ଆଉ ଏହି କାମ​‌ରେ ମହିଳା କନଷ୍ଟେବଳଙ୍କ ସହ ୪ ବର୍ଷ ଧରି ସମ୍ପର୍କରେ ଥିବା ପୋଲିସ ଇନ୍ସପେକ୍ଟର ଓ ତାଙ୍କର ନିଜ ଭଉଣୀ ସାହାଯ୍ୟ କରୁଥିଲେ।

ମହିଳାଙ୍କ ସ୍ବାମୀଙ୍କୁ ଯେତେବେଳେ ଏନେଇ ସନ୍ଦେହ ହୋଇଥିଲା ସେ ପ୍ରଥମେ ତାଙ୍କ ସ୍ତ୍ରୀଙ୍କ ମୋବାଇଲରେ କଲ୍ ରେକର୍ଡିଂ ଆପ୍ ଡାଉନଲୋଡ୍ କରି ଶୁଣିବା ପରେ ତାଙ୍କ ପାଦ ତଳୁ ମାଟି ଖସି ଯାଇଥିଲା। ୯୦୦ ଅଡିଓ ରେକର୍ଡିଂରେ ସେ ଜାଣିବାକୁ ପାଇଥିଲେ ତାଙ୍କୁ ହତ୍ୟା କରି ସ୍ତ୍ରୀ କୋଟି କୋଟି ଟଙ୍କାର ତାଙ୍କର ଜମିବାଡି ହଡପ କରି ତାଙ୍କୁ ହତ୍ୟା କରିବାକୁ ଯୋଜନା କରୁଥିଲେ। ଉତ୍ତରପ୍ରଦେଶର ଆଜମଗଡରେ ମହିଳା ପୋଲିସଙ୍କ ଦ୍ବାରା ନିଜ ସ୍ବାମୀ ହତ୍ୟା କରିବା ମାମଲା ଜଣାପଡିବା ପରେ ଏବେ ସେଠାରେ ଚାଞ୍ଚଲ୍ୟ ଖେଳିଯାଇଛି।  ଏହି ମାମଲା ଜଣାପଡିବା ପରେ ପୋଲିସ ମହିଳା କନଷ୍ଟେବଳ ଓ ତାଙ୍କ ଇନ୍ସପେକ୍ଟର ପ୍ରେମିକଙ୍କୁ ଚାକିରୀରୁ ସସପେଣ୍ଡ କରିଦିଆଯାଇଛି। ପୀଡିତ ସ୍ବାମୀ ଜଣକ ୯୦୦ ଅଡିଓ କ୍ଲିପ୍ ସହିତ ମହତ୍ବପୂର୍ଣ୍ଣ ସାକ୍ଷୀ ପୋଲିସକୁ ଦେଇଛନ୍ତି।

ଏହି ମାମଲା ବଲିୟା ଜିଲାରେ ରହୁଥିବା ସନ୍ତ କୁମାରଙ୍କ, ଯିଏକି ଏବେ ଅଣ୍ଡ ଟ୍ରେନିଂ ପୋଲିସ ବିଭାଗରେ ଅଛନ୍ତି। ତାଙ୍କର ବିବାହ ଆଜମଗଡରେ ମୁତୟନ ମହିଳା କନଷ୍ଟେବଳ ବିକାଶ ଲତା ସିଂଙ୍କ ସହିତ ଲକଡାଉନ୍ ସମୟରେ ମନ୍ଦିର​‌ରେ ହୋଇଥିଲା। ଏହି ବିବାହରେ ସ୍ବାମୀ ସନ୍ତ କୁମାର ଖୁବ୍ ଖୁସି ଥିଲେ। ଘରର ଏକମାତ୍ର ପୁଅ ଥିଲେ ସନ୍ତ କୁମାର। ଘରେ କେବଳ ତାଙ୍କର ବାପା-ମା। ତେଣୁ ପତ୍ନୀ ଆସିବା ପରେ ଘର ପୁରିଲା ପୁରିଲା ଭଳି ତାଙ୍କୁ ଲାଗିଥିଲା।  ନିକଟରେ ତାଙ୍କର ପୋଲିସ ବିଭାଗରେ କନଷ୍ଟେବଳ ପଦରେ ଚାକିରୀ ହୋଇଯାଇଥିଲା। ଏବେ ଅଣ୍ଡର ଟ୍ରେନିଂ ପ୍ରୋସେସିଂରେ ମଧ୍ୟ ରହିଛନ୍ତି। ବିବାହର ଦେଢ ମାହସ ପରେ ଆଜମଗଡ ଜିଲ୍ଲାରେ ପୋଷ୍ଟିଂ ସମୟରେ ସ୍ତ୍ରୀ ପାଖକୁ ଯିବା ଆସିବା ଲାଗି ରହିଥିଲା। ସ୍ବାମୀ-ସ୍ତ୍ରୀ ଆଜମଗଡର ଏକ ଭଡା ଘରେ ରହୁଥିଲେ। ଏହା ଭିତରେ ମୋବାଇଲ ଫୋନରେ ସବୁବେଳେ କଥା ହେବାପାଇଁ ସେ ତାଙ୍କସ୍ବାମୀଙ୍କଠାରୁ ଦୂରେଇକି ଯାଇ କଥା ହେଉଥିଲେ।

ଏହି ସବୁ ଆଚରଣ ପାଇଁ ତାଙ୍କ ସ୍ବାମୀଙ୍କୁ ସନ୍ଦେହ ହୋଇଥିଲା। ସେ ମୋବାଇଲରେ କଲ୍ ରେକର୍ଡିଂ ଆପ୍ ଡାଉନଲୋହ୍ କରିଥିଲେ, ଯାହାକି ତାଙ୍କର ସ୍ତ୍ରୀ ମଧ୍ୟ ଜାଣିପାରିନଥିଲେ।  ଏହାପରେ ସେ ନିଜର ଘର ବଳିୟା ଯାଇଥିଲେ। ଏହାପରେ ୧୦ ଦିନ ପରେ ବଲିୟାରୁ ଆଜମଗଡ ଭଡା ଘରକୁ ଯାଇଥିଲେ ତେବେ ସେତେବେଳେ ସ୍ତ୍ରୀଙ୍କର ବ୍ୟବହାରରେ ପରିବର୍ତ୍ତନ ଦେଖିଥିଲେ। ସୁଯୋଗ ପାଇଁ ନିଜ ସ୍ତ୍ରୀର ମୋବାଇଲରୁ ସବୁ ଭଏସ୍ କଲିଂ ରେକର୍ଡିଂକୁ ସେୟାରଇଟ୍ ଆପ୍ ଦ୍ବାରା ନିଜର ମୋବାଇଲକୁ ଟ୍ରାନ୍ସଫର କରି ରେକର୍ଡିଂ ଶୁଣିବା ପରେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।

ଏଥିରେ ତାଙ୍କ ସ୍ତ୍ରୀ ଓ ପୁରାତନ ପ୍ରେମିକ ରାମସୁରତ୍ ଯାଦବଙ୍କ କଥାବାର୍ତ୍ତା ଥିଲା, ଯିଏକି ମିର୍ଜାପୁରରେ ରୁହନ୍ତି। ତାଙ୍କ ଭିତରେ ବହୁ ରୋମାଣ୍ଟିକ୍ କଥାବାର୍ତ୍ତାଠାରୁ ନେଇ ତାଙ୍କୁ ହତ୍ୟା କରିବାର ଯୋଜନା ମଧ୍ୟ ରହିଥିଲା। ନିଜ ସ୍ବାମୀକୁ ହତ୍ୟା କରିବାକୁ ମହିଳା କନଷ୍ଟେବଳ ଜଣକ ରିଭଲଭର ମଧ୍ୟ ମଗାଇଥିଲେ। ଏହି ଘଟଣାରେ ମହିଳା କନଷ୍ଟେବଳଙ୍କ ନିଜ ଭଉଣୀଙ୍କ ଅଡିଓ କ୍ଲିପିଂ ମଧ୍ୟ ଆସିଥିଲା।ଏହି ଘଟଣାର ସମସ୍ତ ଅଡିଓ କ୍ଲିପିଂକୁ ନେଇ ସନ୍ତ କୁମାର ଆଜମଗଡ ଏସପିଙ୍କୁ ଶୁଣାଇଥିଲେ। ସେ ଏହାକୁ ଗମ୍ଭୀରତାର ସହ ନେଇ ସ୍ଥାନୀୟ ପୋଲିସଙ୍କୁ ଅଡିଓ କ୍ଲିପିଂର ଯାଞ୍ଚ କରାଇଥିଲେ। ମହିଳା କନଷ୍ଟେବଳ, ତାଙ୍କର ଇନ୍ସପେକ୍ଟର ପ୍ରେମିକଙ୍କ ଉପରେ ହତ୍ୟା ଷଡଯନ୍ତ୍ର କରିବା ନେଇ ମାମଲା ରୁଜୁ କରାଯାଇଛି। ଏହା ସହିତ ଦୁହିଁଙ୍କୁ ସସପେଣ୍ଡ କରିଦିଆଯାଇଛି।

ସମ୍ବନ୍ଧିତ ଖବର