PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପଞ୍ଜାବ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ୍‌ ଅମରିନ୍ଦର ସିଂହ
  • ||
  • ଏସିଏଫ୍‌ ସୌମରଞ୍ଜନ ମହାପାତ୍ର ମୃତ୍ୟୁ ଘଟଣା – ଭୁବନେଶ୍ୱର ଫରେନସିକ୍‌ ଲ୍ୟାବ୍‌ରେ ଡିଏଫ୍‌ଓ , ରୋଷେୟାଙ୍କ ଲାଇ ଡିଟେକ୍ସନ ଟେଷ୍ଟ ଚାଲିଛି
  • ||
  • କେନ୍ଦୁଝର: ମହିଳାଙ୍କୁ ନିର୍ଯାତନା ଦେବା କାରଣରୁ ସ୍ୱାମୀ, ଶାଶୁ, ଶଶୁର ଓ ସଉତୁଣୀକୁ ୩ ବର୍ଷ ଜେଲ୍
  • ||
  • ଲୋଇସିଂହା: ଟ୍ରେନ ଆଗକୁ ଡେଇଁ ଯୁବକଙ୍କ ମୃତ୍ୟୁ, ପରିଚୟ ଅସ୍ପଷ୍ଟ
  • ||
  • ଦାରିଙ୍ଗବାଡି : ସଂରକ୍ଷିତ ଜଙ୍ଗଲରୁ ଚୋରା ଚାଲାଣ ବେଳେ କାଠପଟା ଜବତ, ଜଣେ ଗିରଫ
  • ||
  • ଲୋଇସିଂହା : ଚଳନ୍ତା ଟ୍ରେନ୍ ଆଗକୁ ଡେଇଁ ଆତ୍ମହତ୍ୟା କଲେ ଯୁବକ, କାରଣ ଅସ୍ପଷ୍ଟ
  • ||
  • କେନ୍ଦୁଝର : ମହିଳାଙ୍କୁ ନିର୍ଯାତନା ଦେବାରୁ ସ୍ୱାମୀ, ଶାଶୁ, ଶ୍ଵଶୁର ଓ ସଉତୁଣୀକୁ ୩ ବର୍ଷ ଜେଲ ଦଣ୍ଡ
  • ||
  • ପଦ୍ମପୁର: ଗଜଲକ୍ଷ୍ମୀ ଷ୍ଟୋରରେ ଜିଏସଟି ବିଭାଗର ଚଢ଼ାଉ
  • ||
  • ବ୍ରହ୍ମପୁର: ଗଞ୍ଜାମରେ ୧୦୧୦ଗାଁ ବାଲ୍ୟ ବିବାହ ମୁକ୍ତ ଘୋଷଣା କଲା ପ୍ରଶାସନ
  • ||
  • ବଲାଙ୍ଗୀର: ରାତିରେ ପରିବାର ଲୋକଙ୍କ ସହ ଶୋଇଥିଲା ବେଳେ ମହିଳାଙ୍କୁ କାମୁଡି ଦେଲା ବିଷାକ୍ତ ସାପ, ଆଖିବୁଜଲେ ମହିଳା
  • ||
  • ପାଟଣା: ପୂର୍ବତନ ପାଟଣା ବିଧାୟକ ରାମରାଇ ମୁଣ୍ଡାଙ୍କ ପରଲୋକ
  • ||
  • ସମ୍ବଲପୁର: ହୀରାକୁଦର ପୁଣି ବନ୍ଦ ହେଲା ୬ ଗେଟ୍, ୧୮ଟି ଗେଟ୍ ଦେଇ ଜଳ ନିଷ୍କାସନ ଜାରି
  • ||
  • ବାଙ୍କୀ : ହୁଳୁହୁଳା ପୋଲ ଉପରେ ୪ ଫୁଟର ବନ୍ୟାଜଳ ପ୍ରବାହିତ, ବାଙ୍କୀର ବହୁ ପଞ୍ଚାୟତ ବାହ୍ୟ ଜଗତରୁ ବିଚ୍ଛିନ୍ନ
  • ||
  • ଭୁବନେଶ୍ୱର: ଓଡ଼ିଶାରେ ଆଉ ୬ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୧୨୮କୁ ବୃଦ୍ଧି
  • ||
  • ଭୁବନେଶ୍ୱର: ରାଜ୍ୟରୁ ୨୪ ଘଣ୍ଟା ମଧ୍ୟରେ ଆଉ ୬୯୫ଜଣ କରୋନା ପଜିଟିଭ୍ ଚିହ୍ନଟ
  • ||
  • ସଠିପୁର : ଦୁଇ କଣ୍ଟେନର ମୁହାଁମୁହିଁ ଧକ୍କା, ଉଭୟ ଡ୍ରାଇଭର ଆହତ
  • ||
  • ଜଗତସିଂହପୁ : ହଂସୁଆ ନଈରେ ଘାଇ, ୧୦ରୁ ଅଧିକ ଗାଁ ଜଳମଗ୍ନ
  • ||
  • ସମ୍ବଲପୁର : ସୁଧୁରୁଛି ଉପରମୁଣ୍ଡର ବନ୍ୟା ସ୍ଥିତି, ହୀରାକୁଦରେ ବନ୍ଦ ହେଲା ୪ ଗେଟ୍‌, ୨୪ ଗେଟ୍‌ ଦେଇ ଜଳ ନିଷ୍କାସନ ଜାରି
  • ||
  • କାମାକ୍ଷାନଗର : ଚାଷୀଙ୍କୁ ଦଳି ମାରିଲା ଦନ୍ତା
  • ||
  • ରାଉରକେଲା : ବିମାନଘାଟି ପରିସରରେ ଜଣେ ମହିଳା ଶ୍ରମିକଙ୍କୁ ଦୁଷ୍କର୍ମ ଉଦ୍ୟମ, ଠିକା କର୍ମଚାରୀ ଅଟକ
  • ||

କରୋନାର ଚିକିତ୍ସାରେ ପ୍ରଭାବହୀନ azithromycin, ଘାତକ ସାଇଡ ଇଫେକ୍ଟ ହେଉଥିବା ନେଇ ବିଶେଷଜ୍ଞଙ୍କ ସୂଚନା

https://www.dnaindia.com

ନୂଆଦିଲ୍ଲୀ,୨୪।୩: ଆଜିଥ୍ରୋମାଇସିନ୍ (azithromycin) ଔଷଧକୁ କରୋନାରୁ ସୁସ୍ଥ ହେବା ପାଇଁ ଗତ ବର୍ଷ ଖୁବ୍ ବ୍ୟବହାର କରାଯାଉଥିଲା। ତେବେ କରୋନା ରୋଗୀଙ୍କୁ ଦିଆଯାଉଥିବା ଏହି ଆଣ୍ଟିବାୟୋଟିକ୍ ଔଷଧ ଏବେ ରୋଗୀଙ୍କ ପାଇଁ ପ୍ରାଣଘାତୀ ସାଜିଛି। ଏକ ଷ୍ଟଡିରୁ ଜଣାପଡିଛି ଏହି ଔଷଧ ରୋଗୀଙ୍କ ଚିକିତ୍ସା ବଦଳରେ ପ୍ଲେସେବୋ ବା ଗୋଟିଏ ନିଷ୍କ୍ରିୟ ଚିକିତ୍ସା ଭାବରେ କାମ କରିଥାଏ। ଔଷଧ, ଟିକା କିମ୍ବା ଅନ୍ୟ କୌଣସି ପଦ୍ଧତି ଦ୍ୱାରା କରାଯାଇଥିବା ନକଲି ଚିକିତ୍ସାକୁ ପ୍ଲେସେବୋ କୁହାଯାଏ। ପ୍ଲେସବୋରେ କୌଣସି ସକ୍ରିୟ ପଦାର୍ଥ ନଥାଏ ଯାହା ସ୍ୱାସ୍ଥ୍ୟ ଉପରେ ସିଧାସଳଖ ପ୍ରଭାବ ପକାଇବ।

Azithromycin ଏକ ବ୍ୟାପକ ସ୍ପେକ୍ଟ୍ରମ ଆଣ୍ଟିବାୟୋଟିକ୍ ଅଟୋ, ଯାହାକି ବ୍ୟାପକ ରୂପରେ ଉପଲବ୍ଧ ଅଟେ। ଏହା ବହୁ ପ୍ରକାର ବ୍ୟାକ୍ଟେରିଆଲ ଇମ୍ପେକସନ୍ ପାଇଁ ଦିଆଯାଇଥାଏ। ଆରମ୍ଭରୁ ଏହି ଔଷଧର ବ୍ୟବହାର କରୋନାର ଚିକିତ୍ସାରେ କରାଯାଉଥିଲା। ଭାରତରେ ଏହାର ବହୁଳ ବ୍ୟବହାର କରାଯାଉଥିଲା। ବିଶେଷଜ୍ଞଙ୍କ ମତରେ ଗତ ବର୍ଷ ତୁଳନାରେ ଏହି ଔଷଧର ବ୍ୟବହାର ଖୁବ୍ କମ୍ ହୋଇଛି। ଏହାକୁ ନ୍ୟାସନାଲ ଷ୍ଟେଟ୍ ଗାଇଡଲାଇଫ୍ ଫର ଟ୍ରୀଟମେଣ୍ଟ ଅଫ୍ କୋଭିଡ୍-୧୯ ରୁ ବାହାର କରାଯାଇଥିଲା।

ଏହି ଷ୍ଟଡି ଗତ ସପ୍ତାହରେ ‘ଜର୍ନାଲ ଅଫ୍ ଦ ଆମେରିକାନ୍ ଆସୋସିଏସନ୍’ରେ ପ୍ରକାଶିତ ହୋଇଥିଲା। ଏହି ଷ୍ଟଡିରେ ୟୁନିଭର୍ସିଟି ଅଫ୍ କାଲିଫର୍ନିଆ, ସାନ୍ ଫ୍ରାନସିସ୍କୋ ଓ ଷ୍ଟାନଫୋର୍ଡ ୟୁନିଭର୍ସିଟିର ଗବେଷକମାନେ ୨୬୩ ଭଲ୍ୟୁଣ୍ଟରଙ୍କୁ ସାମିଲ କରିଥିଲେ। ଏଥିରେ ୧୭୧ ଜଣ ଭଲ୍ୟୁଣ୍ଟର୍ସଙ୍କୁ Azithromycinର ସିଙ୍ଗିଲ ଓରାଲ ଡୋଜ୍ ଦିଆଯାଇଥିଲା, ସେଭଳି ଅନ୍ୟ ୯୨ ଜଣଙ୍କୁ ମ୍ୟାଚିଂ ପ୍ଲେସେବୋ ମିଳିଥିଲା। Azithromycin ବନାମ ମ୍ୟାଚିଂ ପ୍ଲେସେବୋର ଏହି କ୍ଲିନିକାଲ ଟ୍ରାଏଲ ମଇ ୨୦୨୦ରୁ  ନେଇ ମାର୍ଚ୍ଚ ୨୦୨୧ ପର୍ଯ୍ୟନ୍ତ ଚାଲିଥିଲା।

ଅଧ୍ୟୟନ ଲେଖକ କ୍ୟାଥରିନ୍ ଓଲଡେନବର୍ଗଙ୍କ ଅନୁଯାୟୀ, ପ୍ଲେସେବୋ ଅପେକ୍ଷା ଆଜିଥ୍ରୋମାଇସିନ୍ ର ସିଙ୍ଗିଲ ଡୋଜ୍ ସହିତ ୧୪ ଦିନରେ ଲକ୍ଷଣରୁ ମୁକ୍ତି ହେବାର ଅଧିକ ସମ୍ଭାବନା ନାହିଁ । ବିଶେଷଜ୍ଞ କହିବା ଅନୁସାରେ, ଅଧ୍ୟୟନ ତଥ୍ୟରୁ ଜଣାପଡିଛି ଯେ SARS-CoV2 ସଂକ୍ରମଣକୁ ମୁକାବିଲା କରିବା ପାଇଁ ଆଜିଥ୍ରୋମାଇସିନ୍ ବ୍ୟବହାରକୁ ସମର୍ଥନ କରେ ନାହିଁ। ଭାରତରେ Azithromycinର କରୋନା ଚିକିତ୍ସା ବେଳେ ବ୍ୟବହାର କରାଯାଉଥିଲା, କିନ୍ତୁ କାର୍ଡିଆକ୍ ଆରେଷ୍ଟ ଭଳି ସାଇଡ୍ ଇଫେକ୍ଟକୁ ଦେଖି ଏହି ଔଷଧର ବ୍ୟବହାରକୁ ବନ୍ଦ କରି ଦିଆଯାଇଥିଲା।

ସମ୍ବନ୍ଧିତ ଖବର