PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ତେଲକୋଇ: ଟ୍ରକ୍ ପଛରେ ପିଟି ହେଲା ବାଇକ୍ : ୨ ଗୁରୁତର
  • ||
  • ୩ୟ ଟେଷ୍ଟ ଜିତିଲା ଭାରତ – ଇଂଲଣ୍ଡକୁ ୧୦ ୱିକେଟ୍‌ରେ ହରାଇଲା ଟିମ୍ ଇଣ୍ଡିଆ
  • ||
  • ଭୁବନେଶ୍ୱର- ୨୨ ବର୍ଷ ପରେ ବହୁ ଚର୍ଚ୍ଚିତ ବାରଙ୍ଗ ଦୁଷ୍କର୍ମ ଘଟଣାର ମୁଖ୍ୟ ଅଭିଯୁକ୍ତକୁ ଗିରଫ ଘଟଣାରେ କମିଶନରେଟ୍‌ ପୋଲିସୁ ଶୁଭେଚ୍ଛା ଜଣାଇଲେ ରାଜ୍ୟପାଳ
  • ||
  • ଚନ୍ଦକା ଜଙ୍ଗଲରେ ନିଆଁ – ନିଆଁକୁ ଆୟତ୍ତ କଲା ଜଙ୍ଗଲ ବିଭାଗ
  • ||
  • ଭଞ୍ଜନଗର – ଅଚିହ୍ନା ପ୍ରେମୀ ଯୁଗଳଙ୍କ ଆତ୍ମହତ୍ୟା ସନ୍ଦେହ , ଜଙ୍ଗଲ ନିଆଁରେ ଜଣେ ସଂପୂର୍ଣ୍ଣ ପାଉଁଶ, ଗଛରେ ଝୁଲୁଛି ଅର୍ଦ୍ଧଦଗ୍ଧ ଯୁବତୀର ଶବ।
  • ||
  • ଅହମ୍ମଦାବାଦରେ ଭାରତ-ଇଂଲଣ୍ଡ ୩ୟ ଟେଷ୍ଟ , ୨ୟ ଇନିଂସ୍‌ରେ ୮୧ ରନରେ ଇଂଲଣ୍ଡ ଅଲ୍ଆଉଟ୍
  • ||
  • ଭାରତ ଇଂଲଣ୍ଡ ଟେଷ୍ଟ ମ୍ୟାଚ- ଭାରତ ୧୪୫ ରନ୍‌ରେ ଅଲ୍‌ ଆଉଟ୍‌
  • ||
  • ନବରଙ୍ଗପୁର- ପରକିୟାପ୍ରୀତି ମହଙ୍ଗା , ପ୍ରେମିକ ସହ ବିବାହିତ ମହିଳା ଫେରାର ହୋଇ ଧରାପଡିବା ପରେ ଗାଁ ଦାଣ୍ଡରେ ବାନ୍ଧି ନିର୍ଧୁମ ଛେଚା ଖାଇଲେ ।
  • ||
  • ପାରାଦୀପ- ପାରଦୀପ ବନ୍ଦର ପକ୍ଷରୁ ୨୭ ହଜାର କୋଟି ଟଙ୍କାରୁ ଉର୍ଦ୍ଧ୍ଵ ୨୭ ଟି ବିଭିନ ପ୍ରକଳ୍ପର ଏମଓୟୁ ସ୍ୱାକ୍ଷରିତ
  • ||
  • ଅନୁଗୁଳ: ଓଡ଼ପଡ଼ାରେ ୮ ବଖରା ଘର ଭାଙ୍ଗିଲେ ହାତୀ ପଲ
  • ||
  • ରାଜଗାଙ୍ଗପୁର ସମିତିସଭ୍ୟ ଉପନିର୍ବାଚନ । କୁକୁଡ଼ାମୁଣ୍ଡାରେ ପୁଷ୍ପିତା ଓ ବୁଚକୁପଡା ରେ ବସନ୍ତଙ୍କ ବିଜୟ । ଦୁଇଟିରେ ବିଜେଡି ସମର୍ଥିତ ପାର୍ଥୀଙ୍କ ବାଜିମାତ।
  • ||
  • ନୂଆପଡ଼ା – ଜିଲ୍ଲା ପରିଷଦ ଜୋନ୍ ୨ ନିର୍ବାଚନ ଫଳାଫଳ ବିଜେଡ଼ି ପ୍ରାର୍ଥୀ ଅବନୀ ରଞ୍ଜନ ଯୋଶୀ ୧୦୬୨୪ ଭୋଟରେ ବିଜୟୀ
  • ||
  • ଭଦ୍ରକ: ଦୁଷ୍କର୍ମ ଉଦ୍ୟମ କରି ବିଫଳ ହେବା ପରେ ମହିଳାଙ୍କୁ ଏସିଡ ମାଡ଼ ଘଟଣା, ୨୦ବର୍ଷ ପରେ ଗିରଫ ହେଲା ଅଭିଯୁକ୍ତ ସୁବାସ
  • ||
  • ବାଲେଶ୍ବର: ଯୌତୁକ ନିର୍ଯାତନା ମୃତ୍ୟୁ ଅଭିଯୋଗ ମାମଲା, ୫ଜଣଙ୍କୁ ଆଜୀବନ କାରାଦଣ୍ଡ ଶୁଣାଇଛନ୍ତି ବାଲେଶ୍ୱର ଏଡିଜେମ କୋର୍ଟ
  • ||
  • ନୀଳଗିିରି: ଓଡ଼ିଆ ପଥର କାରିଗରଙ୍କ କମାଲ୍, ରାଜସ୍ଥାନରେ ଟ୍ରାଫିକ ସମସ୍ୟା ଓ ତାର ସୁଧାର ପାଇଁ ଗାଇଲେ ଗୀତ,
  • ||
  • ରାୟଗଡା: ନାଗାବଳି ନଦୀରୁ ଅଜଣା ମହିଳାଙ୍କ ମୃତଦେହ ଉଦ୍ଧାର, ତଦନ୍ତ କରୁଛି ପୁଲିସ
  • ||
  • କଟକ: ବୀରମିତ୍ରପୁର ନାବାଳିକା ଦୁଷ୍କର୍ମ ମାମଲା, ଗର୍ଭପାତ କରାଇଥିବା ଡାକ୍ତର ଦେବାଶିଷ ଘୋଷଙ୍କୁ ହାଇକୋର୍ଟରୁ ମିଳିଲା ଜାମିନ
  • ||
  • ଅନୁଗୁଳ: NTPC CISF ଯବାନଙ୍କ ଏକାଉଣ୍ଟରୁ ଟଙ୍କା ଲୁଟ ଘଟଣା, ସାଇବର ଲୁଟେରାକୁ ପଶ୍ଚିମବଙ୍ଗରୁ ଗିରଫ କଲା ପୁଲିସ୍
  • ||
  • ତାଳଚେର ଥର୍ମାଲ ବନ୍ଦ ପ୍ରସଙ୍ଗ: ଆଜି ଠାରୁ ପ୍ରତୀକ ଆନ୍ଦୋଳନ ଆରମ୍ଭ
  • ||
  • ବାଲେଶ୍ବର: ଓଡ଼ିଶା-ପଶ୍ଚିମବଙ୍ଗ ସୀମା ବିଦାଦର ସମାଧାନ ପାଇଁ ପଶ୍ଚିମବଙ୍ଗରେ ବୈଠକ
  • ||

ବିଭୂତି ଲଗାଇ ଟଙ୍କା ଓ ମୋବାଇଲ ଠକିନେଲେ ଦୁଇ ମହାକାଳ ବାବା, ସିସିଟିଭି କଏଦ ହେଲା ଭଣ୍ଡଙ୍କ କାରନାମା

ସଇଁନ୍ତଳା/ଆମ୍ବପାଲି,୨୩/୦୨ ବଲାଙ୍ଗିର ଜିଲ୍ଲା ସଇଁନ୍ତଳା ଷ୍ଟେଟବ୍ୟାଙ୍କ ଛକଠାରେ ଥିବା ରମେଶ ମୋବାଇଲ ଦୋକାନକୁ ଦୁଇଜଣ ବାବା ଆସି ଦୋକାନୀଙ୍କ ବଶୀଭୂତ କରିବା ପରେ ଟଙ୍କା ଓ ମୋବାଇଲ ଠକି ନେଇଥିବା ଥାନାରେ ଅଭିଯୋଗ ହୋଇଛି । ଦୋକାନରେ ଲାଗିଥିବା ସିସିଟିଭି କ୍ୟାମେରାରେ ଦୁଇ ଭଣ୍ଡ ବାବାଙ୍କ କାରନାମା କଏଦ ହୋଇଥିବାରୁ ସେମାନେ ତୁରନ୍ତ ଧରାପଡିବେ ବୋଲି ପୁଲିସ କହିଛି ।

ସୂଚନା ମୁତାବିକ, ସେମାବର ଦିନ ପୂର୍ବାହ୍ଣ ୧୦ଟାରେ ସଇଁତଲା ଷ୍ଟେଟବ୍ୟାଙ୍କ ଛକଠାରେ ଥିବା ରମେଶ ମୋବାଇଲ ଦୋକାନକୁ ବୋଲେରୋ ଗାଡ଼ିରେ ଦୁଇଜଣ ମହାକାଳ ବାବା ଆସିଥିଲେ । ବାବା ଦ୍ୱୟ ମୋବାଇଲ ଦୋକାନକୁ ଯାଇ ଦୋକାନ ମାଲିକ ରମେଶ ସାହୁଙ୍କୁ ଆମ୍ଭେ ମହାକାଳ ବାବା ଆସିଛୁ । ଚା,ପାଣି ବ୍ୟବସ୍ଥା କର ବୋଲି କହିଥିଲେ । ରମେଶ ଏକ ପାଣି ବୋତଲ ଦେଇଥିଲେ । ଜଣେ ବାବା ପାଣି ପାଇବା ପରେ ଅନ୍ୟଜଣେ ବାବା ଆଶୀର୍ବାଦ ଦେଉଛି କହି ମୁଣ୍ଡ ଆଉଁସି ଦେଇଥିଲା । ଏହାପରେ ମୁଣ୍ଡରୁ ବିଭୂତି ବାହାରିଥିଲା । ବିଭୂତିକୁ ସାର୍ଟ ପକେଟରେ ରଖିବାକୁ ବାବା କହିଥିଲେ । ଏହାପରଠୁ ରମେଶ କେବଳ ହସିବାକୁ ଲାଗିବା ସହ ଭଲ ଭାବେ କଥା ମଧ୍ୟ କହିପାରୁନଥିଲେ ।

କେବଳ ବାବାଙ୍କ ନିର୍ଦ୍ଦେଶରେ କାମ କରୁଥିଲେ । ଦୋକାନୀ ରମେଶକୁ ବଶୀଭୂତ କରି ଡ୍ରୟରରେ ଥିବା ୨ହଜାର ଟଙ୍କା ଓ ଏକ ଦାମୀ ମୋବାଇଲ ନେଇ ଫେରାର ହୋଇଥିଲେ । ବାବା ଦୁଇ ଜଣ ଚାଲିଯିବାର ଘଣ୍ଟାଏ ପରେ ରମେଶ ସାର୍ଟ ପକେଟରୁ ବିଭୂତି କାଢ଼ିଥିଲେ । ପରେ ସେ ସ୍ୱାଭାବିକ ସ୍ଥିତିକୁ ଫେରି ଦୋକାନରେ ଥିବା ୨ହଜାର ଟଙ୍କା ଓ ଏକ ଦାମୀ ମୋବାଇଲ ବାବା ଦୁଇ ଜଣ ଠକି ନେଇଥିବା ଜାଣିବାକୁ ପାଇଥିଲେ । ଏନେଇ ରମେଶ ସଇଁତଲା ଥାନା ଲିଖିତ ଅଭିଯୋଗ ପରେ ପୁଲିସ ତଦନ୍ତ ଆରମ୍ଭ କରିଛି ।