PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସମ୍ବଲପୁର : ଭିଜିଲାନ୍ସ ପଞ୍ଝାରେ OCCL ସିନିୟର ମ୍ୟାନେଜର, ଆୟ ବର୍ହିଭୁକ୍ତ ସମ୍ପତ୍ତି ଠୁଳ ଅଭିଯୋଗ
  • ||
  • ଗଞ୍ଜାମ: ରାତି ଅଧରେ ବିଭତ୍ସ ହତ୍ୟା, ଶୋଇଥିବା ବେଳେ ଯୁବକଙ୍କୁ ହାଣିବା ପରେ ମୁହଁକୁ ପଥରରେ ଛେଚି ହତ୍ୟା
  • ||
  • ଖୋର୍ଦ୍ଧା: ସଦର ଥାନା ତାପଙ୍ଗ ଗ୍ରାମରେ ଖୁଦୁରୁକୁଣୀକୁ ନେଇ ଗଣ୍ଡଗୋଳ ଜଣକୁ ହତ୍ୟା
  • ||
  • ଭୁବନେଶ୍ୱର: ୨୪ ଘଣ୍ଟା ମଧ୍ୟରେ ଆଉ ୫୧୦ ଜଣ ପଜିଟିଭ୍ ଚିହ୍ନଟ, ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୨୦ ହଜାର ପାର୍
  • ||
  • ଭୁବନେଶ୍ୱର: ରାଜ୍ୟରେ ଆଉ ୬ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୧୪୧କୁ ବୃଦ୍ଧି
  • ||
  • ଭୁବନେଶ୍ୱର: ଖୋଲା ଡ୍ରେନ୍‌ରେ ଛାତ୍ର ଭାସିଯିବା ଘଟଣା, ୧୮ ଘଣ୍ଟା ପରେ ଠାବ ହେଲା ରାଜାଙ୍କ ମୃତଦେହ
  • ||
  • ବୁର୍ଲା : ଭିସୁଟ୍‌ରେ ପଶିଲା କରୋନା, କୁଳପତିଙ୍କ ସମେତ ୨ ଛାତ୍ର ଆକ୍ରାନ୍ତ ଚିହ୍ନଟ
  • ||
  • ଭୁବନେଶ୍ୱର : ଆଗାମୀ ୧୦ ଦିନ ମଧ୍ୟରେ ବଙ୍ଗୋପସାଗରରେ ଏକାଧିକ ଘୁର୍ଣ୍ଣିବଳୟର ସୃଷ୍ଟି, ଓଡିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା
  • ||
  • ଅନୁଗୁଳ : ବନ୍ଦ କ୍ୱାର୍ଟର୍ସରେ ଲୁଚାଇ ରଖିଥିଲେ, ଏକ୍ସପାରି ହେବା ପରେ ରାତାରାତି ଗାଡ଼ି ଗାଡ଼ି ଔଷଧ ଫିଙ୍ଗି ଦେଲେ…
  • ||
  • ପୁରୀ : ଆଜି ଶ୍ରୀମନ୍ଦିରରେ ଇନ୍ଦ୍ର ଗୋବିନ୍ଦ ବନ୍ଦାପନା
  • ||
  • ପିପିଲି : ଆଜିଠୁ ଜମିବ ଉପନିର୍ବାଚନ ପ୍ରଚାର, ମଇଦାନକୁ ଓହ୍ଲାଇବେ ତିନି ଦଳର ଷ୍ଟାର ପ୍ରଚାରକ
  • ||

ଭୋଟ୍ ଦେଲେ ବାବା ରାମଦେବ, ଭୋଟ୍ ଦେଇ ଏପରି ମତ ରଖିଲେ ଯୋଗଗୁରୁ…

ହରିଦ୍ବାର ୧୧।୪: ହରିଦ୍ବାରରୁ ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ଯୋଗ ଗୁରୁ ବାବା ରାମଦେବ ମତାଦାନ କରିଛନ୍ତି। ଭୋଟ୍‌ ଦେଇସାରିବା ପରେ ରାମଦେବ କହିଛନ୍ତି, ‘ଯେମିତି କୁମ୍ଭ ଆମର ମହାପର୍ବ ସେହିଭଳି ଲୋକତନ୍ତ୍ରର ମହାପର୍ବ ହେଉଛି ମତଦାନ। ଜାତୀୟତାବାଦ ଓ ବିକାଶ ହେଉଛି ନିର୍ବାଚନର ପ୍ରମୁଖ ବିଷୟବସ୍ତୁ। ଯଦିଓ ବେରୋଜଗାରୀ, ଦାରିଦ୍ର୍ୟ, କଳାଧନ, ଦୁର୍ନୀତି, କୃଷି ଆଦି ପ୍ରସଂଗ ବେଶି ଗୁରୁତ୍ୱପୂର୍ଣ୍ଣ ମାତ୍ର ଜାତୀୟ ସୁରକ୍ଷା ସହ କେବେ ବି ସାଲିସ୍‌ କରାନଯିବା ଉଚିତ।’

ସେ ଆହୁରି ବି କହିଛନ୍ତି ଯେ ଯେଉଁମାନେ ଜାତି, ଧର୍ମ ଓ ସ୍ତର ବିବେଚନା କରି ସମାଜରେ ସୀମା ଟାଣିଥାଆନ୍ତି ସେମାନେ ଭୋଟ୍‌ ନ ଦେବା ଉଚିତ।  ନିକଟରେ ବାବା ରାମଦେବ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଥିଲେ। ସେ ପ୍ରଧାନମନ୍ତ୍ରୀଙ୍କୁ ଭେଟିବା ପରେ ତାଙ୍କ ଟ୍ଵିଟର୍‌ରେ ଲେଖିଥିଲେ ଯେ ‘ଦେଶ ଆଉ ଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭୋଟ୍‌ ଦେଇ ଜିତାଇବା ଉଚିତ।’

ବାବା ରାମଦେବଙ୍କୁ ‘ନୋଟା’ ବିଷୟରେ ପଚରାଯିବାରୁ ସେ କହିଥିଲେ କି ‘ନୋଟା’ରେ ଭୋଟ ଦେବା ଅପେକ୍ଷା କୌଣସି ଜଣେ ପସନ୍ଦର ପ୍ରାର୍ଥୀଙ୍କୁ ଭୋଟ୍‌ ଦେବା ଶ୍ରେୟସ୍କର।

ସମ୍ବନ୍ଧିତ ଖବର