PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଜଗତସିଂପୁର ଜିଲାର ଢିଙ୍କିଆ ପଞ୍ଚାୟତରେ ଆସନ୍ତା ବର୍ଷ ହେବ ପଞ୍ଚାୟତ ନିର୍ବାଚନ ।
  • ||
  • କୋଭିଡ୍‌ର କେବେ ବି ଅନ୍ତ ହେବ ନାହିଁ, ଭାଇରସ୍ ତାହାର ଚରିତ୍ର ବଦଳାଇବ : ସ୍ଵାସ୍ଥ୍ୟ ନିର୍ଦ୍ଦେଶକ
  • ||
  • ଭୁବନେଶ୍ଵର : ରାଜ୍ୟରେ ପୁଣି ବଢିଲା କରୋନା ଗ୍ରାଫ୍, ୨୪ ଘଣ୍ଟାରେ ୭୪୨୬ କୋଭିଡ୍ ପଜିଟିଭ୍ ଚିହ୍ନଟ
  • ||
  • ପୁରୀ : ଖଣିରେ ଭାସୁଛି ମୃତଦେହ, ହତ୍ୟା ସନ୍ଦେହ
  • ||
  • ଭୁବନେଶ୍ଵର : ଗାନ୍ଧି ମାର୍ଗରେ ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ, ପତାକା ଉତ୍ତୋଳନ କଲେ ରାଜ୍ୟପାଳ
  • ||
  • ପଦ୍ମପୁର : ସ୍କୁଲ୍ ନାହିଁ ତ ଭୋଟ୍ ନାହିଁ, ଗାଁ ମୁଣ୍ଡରେ ପୋଷ୍ଟର ଲଗାଇ ଭୋଟ ବର୍ଜନ ପାଇଁ ଘୋଷଣା କଲେ ଗ୍ରାମବାସୀ
  • ||
  • ଯାଜପୁର : ବାଇକକୁ ଧକ୍କା ଦେଲା କାର୍, ଜଣେ ମୃତ
  • ||
  • ଭୁବନେଶ୍ଵର : ଆଜି ଘନ କୁହୁଡ଼ି, ୨୮ରୁ ଶୀତ ଲହରୀ
  • ||
  • ଭୁବନେଶ୍ଵର : ଦେଶ ପାଳନ କରୁଛି ୭୩ତମ ଗଣତନ୍ତ୍ର ଦିବସ, ରାଜପଥରେ ଦୁନିଆ ଦେଖିବ ଭାରତର ଶକ୍ତି
  • ||

ଏଲୋପାଥି ବିବାଦରେ ବାବା ରାମଦେବ ନେଲେ ଅକ୍ଷୟ କୁମାରଙ୍କ ସାହାଯ୍ୟ , ସେୟାର କଲେ ଏହି ଭିଡ଼ିଓ

ନୂଆଦିଲ୍ଲୀ : ଯୋଗ ଗୁରୁ ବାବା ରାମଦେବ ଏହି ସମୟରେ ଏଲୋପାଥି ଓ ଡାକ୍ତରଙ୍କୁ ନେଇ ଦେଇଥିବା ଟିପ୍ପଣୀକୁ ନେଇ ଚର୍ଚ୍ଚାରେ ଏବଂ ବିରୋଧାଭାସର ଶିକାର ମଧ୍ୟ ହେଉଛନ୍ତି । ତାଙ୍କୁ ସୋସିଆଲ ମିଡ଼ିଆରେ ଟ୍ରୋଲ୍‌ ମଧ୍ୟ କରାଯାଉଛି । ତାଙ୍କ ଉପରେ ଅଭିଯୋଗ ଯେ, ସେ ଆୟୁର୍ବେଦକୁ ମହତ୍ତ୍ୱ ଦେବା ସହ ଏଲୋପାଥିକୁ ନିଚ୍ଚ ଦେଖାଇବାକୁ ଚେଷ୍ଟା କରୁଛନ୍ତି ।

ଏବେ ବାବା ରାମଦେବ ଟ୍ୱିଟରରେ ଅକ୍ଷୟ କୁମାରଙ୍କର ଭିଡ଼ିଓ କ୍ଲିପ୍‌ ସେୟାର କରିଛନ୍ତି । ଏଥିରେ ସେ ଟ୍ରାଡିସନାଲ ଇଣ୍ଡିୟନ ମେଡିସିନ୍ ସିଷ୍ଟମ ଉପରେ କଥା ହେବା ହେବାର ନଜର ଆସୁଛି। ତାଙ୍କର ଭିଡ଼ିଓ ସେୟାର କରି ବାବା ରାମଦେବ ଲେଖିଛନ୍ତି କି –ଆପଣ ନିଜେ ନିଜ ବଡ଼ିର ବ୍ରାଣ୍ଡ ଆମ୍ୱାସାଡାର ହୁଅନ୍ତୁ, ସିମ୍ପଲ ଓ ହେଲଦି ଲାଇଫ୍‌ ଜିଅନ୍ତୁ ଏବଂ ଦୁନିଆକୁ ଦେଖାଇ ଦିଅ କି ଆମର ହିନ୍ଦୁସ୍ତାନ ଯୋଗ ଓ ଆୟୁର୍ବେଦରେ ଯେଉଁ ଶକ୍ତି  ଅଛି, ତାହା କୌଣସି ଇଂରାଜୀର କେମିକଲ ଇଞ୍ଜେକ୍ସନରେ ନାହିଁ –ଅକ୍ଷୟ କୁମାର ।  

୨୦୧୭ରେ ଜାରି କରାଯାଇ ଥିବା ଏହି ଭିଡ଼ିଓରେ ଅକ୍ଷୟ କୁମାର କହୁଛନ୍ତି କି – ଆମେ ଇଂରାଜୀ ଔଷଧର ଗୋଲି ଖାଇ , ପ୍ରୋଟିନ୍‌ ସେକ୍‌ ପିଇ ଓ ଷ୍ଟେରଏଡ୍‌ର ଇଞ୍ଜେକ୍ସନ ନେଇ ଜୀବନ ଜିଇଁଛେ । ମୁଁ ସର୍ତ୍ତ ଲଗେଇବାକୁ ପ୍ରସ୍ତୁତ ଯେ, ଆପଣଙ୍କ ଶରୀରରେ ଏମିତି କୌଣସି ରୋଗ ନାହିଁ , ଯାହାର ଉପଚାର ଆମର ଭାରତୀୟ ପାରମ୍ପରିକ ଔଷଧରେ ହେବ ନାହିଁ , ଏମିତି କି ଅନେକ ରୋଗର ଉତ୍ତମ ଚିକିତ୍ସା ଆୟୁର୍ବେଦ ମାଧ୍ୟମରେ କରାଯାଏ ।