PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ଆଜି ଅପରାହ୍ନ ୫ଟାରେ କୋଭିଡ଼ ନେଇ ସମିକ୍ଷା କରି​‌ବେ ମୁଖ୍ୟମନ୍ତ୍ରୀ
  • ||
  • ପଞ୍ଜାବ ନିର୍ବାଚନ: ପଞ୍ଜାବ ପାଇଁ ଆପ୍‌ର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା, ମୁଖ୍ୟମନ୍ତ୍ରୀ ଚେହେରା ହେଲେ ଭାଗୱତ ମାନ୍
  • ||
  • ଭୁବନେଶ୍ୱର: ପଞ୍ଚାୟତ ନିର୍ବାଚନ ଲାଗି ବଡ଼ ଘୋଷଣା, ଡ୍ୟୁଟିରେ ଥାଇ ମୃତ୍ୟୁ ହେଲେ ମିଳିବ ୩୦ଲକ୍ଷ ଅନୁକୁମ୍ପା
  • ||
  • ଭୁବନେଶ୍ଵର : ରାଜ୍ୟରେ ଆଉ ୪ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୮୮କୁ ବୃଦ୍ଧି
  • ||
  • ଭୁବନେଶ୍ୱର : ରାଜ୍ୟରେ ୮୦ ହଜାର ଟପିଲା ଆକ୍ଟିଭ କେସ୍, ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହେଲେ ୧୧,୦୮୬ ଜଣ କରୋନା ପଜିଟିଭ
  • ||
  • ଭୁବନେଶ୍ଵର : ଏଟିଏମ୍‌ରୁ ଲୁଟ୍ ଉଦ୍ୟମ ବେଳେ ଧରାପଡ଼ିଲେ ୨ ଯୁବକ, ଗ୍ୟାସ୍ କଟର ମେସିନ୍ ଜବତ
  • ||
  • ଭୁବନେଶ୍ୱର : ରାଜ୍ୟରେ ଗାଏବ ହେବ ଶୀତ, ୨ ଦିନ ଘନ କୁହୁଡ଼ି, ୨୩ରୁ ବର୍ଷା ସମ୍ଭାବନା
  • ||
  • କଣ୍ଟାବାଞ୍ଜି : ବାଇକ୍ ଦୁର୍ଘଟଣାଗ୍ରସ୍ତ, ୨ ବାଇକ୍ ଆରୋହୀ ମୃତ
  • ||
  • ଚେନ୍ନାଇ : ୧୮ ବର୍ଷର ବୈବାହିକ ସମ୍ପର୍କରେ ପୂର୍ଣ୍ଣଛେଦ ପକାଇଲେ ସାଉଥ୍ ସୁପରଷ୍ଟାର ଧନୁଷ-ଐଶ୍ଵର୍ଯ୍ୟା, ଟ୍ଵିଟ୍ କରି ଦେଲେ ସୂଚନା
  • ||
  • ଲମତାପୁଟ : ପିକଅପ୍ ଭ୍ୟାନ୍‌ରୁ ୩୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୨ ଗିରଫ
  • ||

ରାମଦେବ ଯଦି ଆପତ୍ତିଜନକ କଥା କହିଲେ ତ ମାନହାନି କେସ୍‌ କର : IMAର ଅଭିଯୋଗରେ ହାଇକୋର୍ଟଙ୍କ ଟିପ୍ପଣୀ

ନୂଆଦିଲ୍ଲୀ : ଯୋଗଗୁରୁ ବାବା ରାମଦେବଙ୍କ ବିରୋଧରେ ଇଣ୍ଡିଆନ୍‌ ଏସୋସିଏସନ (ଆଇଏମ୍‌ଏ ) ଦ୍ୱାରା ଦିଲ୍ଲୀ ହାଇକୋର୍ଟରେ ହୋଇଥିବା ଆବେଦନ ଉପରେ ଆଜି ଶୁଣାଣି ହୋଇଛି । ଅନେକ ବିତର୍କ ଶୁଣିବା ପରେ କୋର୍ଟ ଏହି ମାମଲାରେ  ଶୁଣାଣି ଜୁଲାଇରେ କରିବାକୁ କହିଛନ୍ତି । ଆଇଏମ୍‌ଏ ବାବା ରାମଦେବଙ୍କୁ ପତଞ୍ଜଳିର କରୋନିଲ୍‌ ବିଷୟରେ ମିଛ ବୟାନ ଓ ମିଛ ସୂଚନା ପ୍ରସାରକୁ ରୋକିବାକୁ ଦାବି କରିଛି ।

ଶୁଣାଣି ବେଳେ ଆଇଏମ୍‌ଏ କୋର୍ଟଙ୍କୁ କହିଛି କି ବାବା ଲୋକଙ୍କୁ ଭାକ୍‌ସିନ ନନେବାକୁ କହୁଛି । ଏଲୋପ୍ୟାଥିକୁ ଷ୍ଟୁପିଡ୍‌ ସାଇନ୍ସ କହୁଛନ୍ତି । ଏହାସହ ଡାକ୍ତରଙ୍କର ଥଟ୍ଟାମଜା କରୁଛନ୍ତି । ଏହା ବ୍ୟତୀତ କୋରୋନିଲ୍‌କୁ ନେଇ ବାବା ଯେଉଁ ପ୍ରକାରର ଦାବି କରିଛନ୍ତି , ଏହାକୁ ନିଜେ ସ୍ୱାସ୍ଥ୍ୟ ମନ୍ତ୍ରଳାୟ ଖାରଜ କରି ଦେଇଛନ୍ତି , ହେଲେ ଏହି ଦାବିକୁ ନେଇ ସେ ୨୫୦ କୋଟି ଟଙ୍କାର କରୋନିଲ୍‌ ବିକ୍ରି କରିଛନ୍ତି । ଏଲୋପାଥି ବିବାଦରେ ବାବା ରାମଦେବ ନେଲେ ଅକ୍ଷୟ କୁମାରଙ୍କ ସାହାଯ୍ୟ , ସେୟାର କଲେ ଏହି ଭିଡ଼ିଓ

ଦିଲ୍ଲୀ ହାଇକୋର୍ଟ କହିଛନ୍ତି କି ଆପଣ ରାମଦେବଙ୍କ ବିରୋଧରେ ସୁଟ୍‌ ଫାଇଲ୍‌ କରିଛନ୍ତି ,ଯେଉଁଭଳି ଆପଣ ଯେଉଁଭଳି ଜିନିଷ ଏଥିରେ କହୁଛନ୍ତି , ତାହା ଜନହିତ ପିଟିସନରେ ଦାଖଲ କରାଯିବା ଉଚିତ୍‌ । କାରଣ ଏହା ସାଧାରଣ ଲୋକଙ୍କ ସହ ଯୋଡ଼ି ହୋଇଥିବା କଥା । କୋର୍ଟ କହିଛନ୍ତି କି ଯଦି ବାବା ଡାକ୍ତରଙ୍କୁ ନେଇ ଆପତ୍ତିଜନକ କଥା କହିଛନ୍ତି ତ ଏଥିପାଇଁ ତାଙ୍କ ନାଁ ରେ ମାନହାନି ମୋକଦମା ଦାଖଲ ହେବା ଉଚିତ୍‌ ।

ଆଇଏଏମ୍‌ କହିଛି କି କୋରୋନିଲ୍ ପାଖରେ ଏମିତି କୌଣସି ସାର୍ଟିଫିକେଟ୍‌ ନାହିଁ , ଯାହାକି ଏହା କରୋନା ଚିକିତ୍ସା କରିବା ସାବ୍ୟସ୍ତ କରି ପାରିବ । ବାବା ରାମଦେବ ଏହାର ଚିକିତ୍ସା ଭାବେ ହିଁ ପ୍ରୋଜେକ୍ଟ କରୁଛନ୍ତି , ଯାହାକି ସେ ଲୋକଙ୍କୁ ସତ କହୁନାହାନ୍ତି ।