PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟ: କରୋନାରେ ଆଖିବୁଜିଲେ ୧୭ ଜଣ ସଂକ୍ରମିତ, ମୃତକଙ୍କ ସଂଖ୍ୟା ୨୧୨୧କୁ ଛୁଇଁଲା
  • ||
  • ଓଡ଼ିଶାରେ ୫ ଲକ୍ଷ ଟପିଲା କରୋନା ସଂକ୍ରମିତଙ୍କ ସଂଖ୍ୟା, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦୫୨୧ ଜଣ ଆକ୍ରାନ୍ତ
  • ||
  • ଜାମ୍ମୁ କାଶ୍ମୀର : ସୁରକ୍ଷାବାହିନୀକୁ ବଡ଼ ସଫଳତା, ୩ ଆତଙ୍କୀ ନିପାତ, ଭୟରେ ଜଣେ ଆତଙ୍କବାଦୀ କଲା ଆତ୍ମସମର୍ପଣ
  • ||
  • ଭୁବନେଶ୍ଵର : ତାତିରୁ ମିଳିଛି ସାମାନ୍ୟ ଆଶ୍ଵସ୍ତି, ଖସିଛି ପାରଦ, ୯ ଯାଏଁ କାଳବୈଶାଖୀ ସମ୍ଭାବନା
  • ||
  • ତାଳଚେର : ଅନୁଗୁଳ ତଳଗଡ଼ ଗ୍ରାମରେ ହାତୀ ଆକ୍ରମଣରେ ଜଣେ ମହିଳା ମୃତ
  • ||

୨୦୨୦ରେ ମାଡ଼ି ଆସୁଛି ସଙ୍କଟ, ଲାଗିରହିବ ଅସ୍ଥିରତା ଓ ଧର୍ମକୁ ନେଇ ହେବ ବିଭାଜନ: ବାବା ଭାଙ୍ଗାଙ୍କ ଭବିଷ୍ୟବାଣୀ

ନୂଆଦିଲ୍ଲୀ,୨୪।୧୨: ନୂଆ ବର୍ଷକୁ ଖୁବ୍ ହସଖୁସିର ସହ ସ୍ବାଗତ କରିବାକୁ ସମସ୍ତଙ୍କ ମନରେ ଖୁବ୍ ଉତ୍ସାହ। ତେ​‌ବେ ଆଗାମୀ ବର୍ଷ ଅର୍ଥାତ ୨୦୨୦ ଏଥର ସାରା ବିଶ୍ବ ପାଇଁ ମଙ୍ଗଳଦାୟକ ନୁହେଁ। ବୁଲଗେରିଆର ଗଡ୍‌ ମଦର ‘ବାବା ଭାଙ୍ଗା’ କରିଛନ୍ତି ଏହି ଭବିଷ୍ୟବାଣୀ। ତାଙ୍କ ଗଣନା ଅନୁଯାୟୀ ୨୦୨୦ରେ ବିଶ୍ବ ପାଇଁ  ସଙ୍କଟ ମାଡି ଆସୁଛି। ସାରା ବର୍ଷ ବିଶ୍ବରେ ଅସ୍ଥିରତା ଜାରି ରହିବ। ବୁଲଗେରିଆର ପ୍ରସିଦ୍ଧ ଭବିଷ୍ୟବକ୍ତା ବାବା ଭାଙ୍ଗାଙ୍କ ଭବିଷ୍ୟବାଣୀ ଅନୁସାରେ ୨୦୨୦​‌ ସାରା ବିଶ୍ବ ପାଇଁ ଖୁବ୍ ହିଂସା ଓ ଅସ୍ଥିରତାର ବର୍ଷ ହେବ। ଆସନ୍ତୁ ଜାଣିବା କ’ଣ ରହିଛି ଭବିଷ୍ୟବାଣୀ?

ବାବା ଭାଙ୍ଗାଙ୍କ ଭବିଷବାଣୀ ଅନୁସାରେ, ୟୁରୋପରେ ୨୦୨୦ରେ ମୁସଲମାନ କଠୋରପନ୍ଥୀ  ନିଜର ଚରମ ସୀମାରେ ରହିବେ। ୟୁରୋପ​‌ରେ ରାସାୟନିକ ଆକ୍ରମଣର ମଧ୍ୟ ଚେତାବନୀ ଦେଇଛନ୍ତି। ବାବା ଭାଙ୍ଗାଙ୍କ କହିବା ଅନୁସାରେ, ୟୁରୋପୀୟ ମହାଦ୍ବୀପର ଅସ୍ତିତ୍ବ ନିଜର ଅନ୍ତ ପାଖ​‌ରେ ପହଁଞ୍ଚିଛି। ୟୁରୋପରେ ଆର୍ଥିକ ପତ୍ତନ ଓ ଋଷର ରାଷ୍ଟ୍ରପତି ବ୍ଲାଦିମିର ପୁତିନଙ୍କୁ ହତ୍ୟା ଉଦ୍ୟମ କରାଯିବାର ଭବିଷ୍ୟବାଣୀ କରିଛନ୍ତି। ସେ କହିଛନ୍ତି, ପୁତିନଙ୍କ ପାଇଁ ବିପଦ ତାଙ୍କ ଦେଶ ଭିତରେ ଆସିପାରେ।

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡୋ ଟ୍ରମ୍ପଙ୍କୁ ବହୁ ରହସ୍ୟମୟ ରୋଗ ହୋଇପାରେ, ଯାହା କାରଣରୁ ତାଙ୍କର ଶ୍ରବଣ ଶକ୍ତି ଯାଇପାରେ ଓ ଏହାର ପ୍ରଭାବ ତାଙ୍କ ମୁଣ୍ଡ ଉପରେ ପଡିବ। ୨୦୨୦ରେ ସାରା ବିଶ୍ବରେ ସୃଷ୍ଟି ହେବ ଅସ୍ଥିରତା। ପ୍ରଳୟ ଓ ପ୍ରାକୃତିକ ବିପଦ ଭଳି ସ୍ଥିତି ଆସିବ। ଲୋକଙ୍କର ମାନସିକତାରେ ପରିବର୍ତ୍ତନ ଦେଖିବାକୁ ମିଳିବ। ଲୋକଙ୍କୁ ଧର୍ମ ଆଧାରରେ ବିଭାଜିତ କରାଯିବ। ବର୍ତ୍ତମାନ ସ୍ଥିତିକୁ ଯୋଡିକୁ ଦେଖିଲେ ଭାରତ ସହିତ ସାରା ବିଶ୍ବରେ ଏଭଳି ଘଟଣାକ୍ରମ ଜାରି ରହିଛି। ୨୦୨୦ରେ ଏଭଳି ବିନାଶକାରୀ ଘଟଣା ଘଟିବ ଯାହାକି ମାନବିକତାକୁ ବଦଳାଇ ହେବ ଓ ଲୋକ କେବଳ ନିଜ ବିଷୟରେ ଭାବିବା ଆରମ୍ଭ କରି ଦେବେ।

୨୦୨୦ ବ୍ରହ୍ମାଣ୍ଡରେ ଜୀବନର ସତ୍ତା ଖୋଜାଯିବ ଓ ଏହା ଜଣାପଡିବ ଯେ, ଶେଷରେ ପୃଥିବୀ ଉପରେ ଜୀବନ ପ୍ରଥମ ଥର କେ​‌ବେ ଆସିବ। ଭବିଷ୍ୟବାଣୀରେ ଏହା ମଧ୍ୟ କୁହାଯାଇଛି ଯେ, ଆଗାମୀ ୨୦୦ ବର୍ଷରେ ଲୋକ ଆଧ୍ୟାତ୍ମିକତା ଜରିଆରେ ଆଉ ଏକ ଦୁନିଆର ସମ୍ପର୍କରେ ଆସିବେ।

୨୦୨୦ରେ ପୃଥିବୀକୁ ଅଳ୍ପ ଆଶ୍ବସ୍ତି ମିଳିବ ଓ ପେଟ୍ରୋଲର ଉତ୍ପାଦନ ବନ୍ଦ ହୋଇଯିବ। ଟ୍ରେନ ସୂର୍ଯ୍ୟ କିରଣରେ ଚାଲିବ। ୨୦୨୦ରେ ସୌର ଶକ୍ତି ଉପରେ ବହୁତ କିଛି କରାଯାଉଛି। ତେଣୁ ବାବା ଭାଙ୍ଗାଙ୍କ ଭବିଷ୍ୟବାଣୀ ସତ ହେବାକୁ ଯାଉଛି। କେବଳ ସେତିକି ନୁହେଁ ଏହି ବର୍ଷ ବିଶ୍ବର ୩ ପ୍ରଭାବଶାଳୀ ଦେଶ ଏକାଠି ହୋଇ ସାରା ବିଶ୍ବରେ ଉପରେ ରାଜ୍ କରିବେ। ଚୀନ୍ ମହାଶକ୍ତି ଭାବରେ ବାହାରିବ ଓ ତିନ ପ୍ରଭାବଶାଲୀ ଦେଶ ଭାବରେ ଭାରତ, ଋଷ ଓ ଚୀନ୍ ହୋଇପାରନ୍ତି।

ଉଲ୍ଲେଖନୀୟ ଯେ, ‘Nostradamus of Balkans’ ନାମରେ ପରିଚିତ ବାବା ଭାଙ୍ଗାଙ୍କର ୧୯୯୬ରେ ପରଲୋକ ହୋଇଛି। ମାତ୍ର ୧୨ ବର୍ଷ ବୟସରୁ ସେ ଦୃଷ୍ଟିଶକ୍ତି ହରାଇଥିଲେ। ହେଲେ ତାଙ୍କ ରଚିତ ଭବିଷ୍ୟବାଣୀ ଅନେକାଂଶରେ ସତ ହେଉଥିବାରୁ ଲୋକେ ଏହାକୁ ବିଶ୍ୱାସ କରୁଛନ୍ତି।   ୨୦୦୧ରେ ୯/୧୧ ଆତଙ୍କବାଦୀ ଆକ୍ରମଣକୁ ନେଇ ସେ ସଠିକ୍‌ ଭବିଷ୍ୟବାଣୀ କରିଥିଲେ। ସେ ଲେଖିଥିଲେ ଆମେରିକା ଉପରେ ୨ଟି ଷ୍ଟିଲ ପକ୍ଷୀ ଆକମଣ କରିପାରନ୍ତି। ଯାହା ପରବର୍ତ୍ତି ସମୟରେ ସତ ହୋଇଥିଲା।  ରାଜକୁମାରୀ ଡାଏନାଙ୍କ ମୃତ୍ୟୁ ଓ ପ୍ରାକୃତିକ ଦୁର୍ବିପାକ୍  ଭଳି ଘଟଣାର ଭବିଷ୍ୟବାରୀ କରିଥିଲେ। ସେଭଳି ୨୩୪୧ରେ ପୃଥିବୀ ଧ୍ୱଂସ ପାଇବ ବୋଲି ସେ ଭବିଷ୍ୟବାଣୀ  କରିସାରିଛନ୍ତି।

ସମ୍ବନ୍ଧିତ ଖବର