ପ୍ରମୁଖ ଖବର
  • ଦିଲ୍ଲୀପ ରାୟଙ୍କ ରାସ୍ତାରେ ନିହାର କଣ୍ଟା ! ପ୍ରାର୍ଥୀ ଚୟନକୁ ନେଇ ଦେଖା ଦେଇଛି ବିବାଦ
  • ||
  • ଆଜି ପ୍ରକାଶ ପାଇବ ୟୁଜିସି-ନେଟ୍‌ ଜୁନ୍‌ ସେସନ୍‌-୨୦୨୪ ଆବେଦନ ପ୍ରକ୍ରିୟା
  • ||
  • ବାଇକ୍‌କୁ ଧକ୍କା ଦେଲା ଆମ୍ଵୁଲାନ୍ସ, ଦୁଇ ଶିଶୁଙ୍କ ଆଖି ଆଗରେ ଚାଲିଗଲା ବାପା-ମାଙ୍କ ଜୀବନ
  • ||
  • ହୀରାକୁଦରେ ଡଙ୍ଗା ବୁଡି ଟ୍ରାଜେଡି: ମୃତ୍ୟୁ ସଂଖ୍ୟା ୭କୁ ବୃଦ୍ଧି, ଜଣେ ଏବେ ବି ନିଖୋଜ
  • ||
  • ମେ'୧ରୁ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ ଭିତରକନିକା
  • ||
  • ଶନିବାର ବାହୁଡ଼ିବେ ମହାପ୍ରଭୁ ଶ୍ରୀଲିଙ୍ଗରାଜ: ଦିନ ସାଢ଼େ ୧ରେ ପହଣ୍ଡି, ସାଢେ ୩ଟାରେ ରଥଟଣା
  • ||
  • ଶନିବାର ବିଶ୍ବପ୍ରସିଦ୍ଧ ରଥଯାତ୍ରା ପ୍ରଥମ ସମନ୍ୱୟ ବୈଠକ, ଅଧ୍ୟକ୍ଷତା କରିବେ ଆର୍‌ଡିସି
  • ||
  • ଆଜି ବି ଅତି ଭୀଷଣ ଗ୍ରୀଷ୍ମପ୍ରବାହ, ୨୧ ଯାଏ ନିସ୍ତାର ନାହିଁ, କାଳବୈଶାଖୀ ପାଇଁ କମିପାରେ ତାତି
  • ||
  • IPL ୨୦୨୪: ଆଜି ଦିଲ୍ଲୀ-ହାଇଦ୍ରାବାଦ ଲଢ଼େଇ, କ୍ୟାପିଟାଲ୍ସ ଗଡ଼ ଧ୍ୱଂସ ପଥରେ ସନରାଇଜର୍ସ
  • ||
  • ହୀରାକୁଦରେ ଡଙ୍ଗା ବୁଡି ଟ୍ରାଜେଡି, ଦୁଇ ମୃତ, ୭ ନିଖୋଜ, ସକାଳୁ ଉଦ୍ଧାର କାର୍ଯ୍ୟ ଆରମ୍ଭ
  • ||

ମହିଳା ଭକ୍ତଙ୍କ ଟଙ୍କାକୁ ଦୁଇଗୁଣା କରୁଥିଲା ଏହି ବାବା, ୧୫ଜଣଙ୍କ ଠାରୁ ନେଇଛି ୭୦ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା

ନୋଏଡା ୧୧।୪: ଆଚାର୍ଯ୍ୟ ଅଶୋକାନନ୍ଦ ମହାରାଜକୁ ପୂର୍ବ ଦିଲ୍ଲୀର ସକରପୁର ଥାନା ପୁଲିସ ଠକେଇ ମାମଲାରେ ଗିରଫ କରିଛି। ଅଭିଯୋଗ ଏହା ହୋଇଛି କି, ଅଶୋକନନ୍ଦ ନିଜ ଭକ୍ତର ଟଙ୍କାକୁ ଦୁଇଗୁଣା କରିଦେବ କହି ସେମାନଙ୍କଠାରୁ ଟଙ୍କା ଲୁଟୁଥିଲା। ଏବେ ପୁଲିସ ଅଭିଯୁକ୍ତକୁ ଗିରଫ କରିଛି।

{"id":11763,"width":745,"height":559}

ପୁଲିସ କହିବାନୁସାରେ, ଏବେ ପର୍ଯ୍ୟନ୍ତ ଅଶୋକାନନ୍ଦ ବିରୁଧରେ ୧୫ଜଣ ଲୋକ ପାଖାପାଖି ୭୦ ଲକ୍ଷ ଟଙ୍କା ଠକେଇ ନେଇଛି ବୋଲି ଅଭିଯୋଗ ମାମଲା ରୁଜୁ କରିଛନ୍ତି। ଡିସିପି ଜସମିତ ସିଂହ କହିଛନ୍ତି, ଅଶୋକାନନ୍ଦ ମହାରାଜକୁ ନୋଏଡାର ବିସରଖ ଗାଁରୁ ଗିରଫ କରାଯାଇଛି। ଦୀର୍ଘ ଦିନ ଧରି ଏହି ବାବା ମହିଳାମାନଙ୍କୁ ନିଜ ଜାଲରେ ଫସାଉଥିଲା। ସେମାନଙ୍କ ଟଙ୍କାକୁ ନେଇ ବ୍ୟାଙ୍କରେ ଦେଲେ ଅଧିକ ଟଙ୍କା ମିଳିବ କହି ଏହି ବାବା ସେମାନଙ୍କୁ ଭଣ୍ଡାଉଥିଲା।

{"id":11764,"width":738,"height":596}

ପୁଲିସ କହିବାନୁସାରେ ଅଶୋକାନନ୍ଦ ଧାର୍ମିକ କାର୍ଯ୍ୟକ୍ରମର ଆୟୋଜନ କରୁଥିଲା। ଉକ୍ତ କାର୍ଯ୍ୟକ୍ରମ​ରେ ସାମିଲ ହେଉଥିବା ମହିଳାଙ୍କୁ ସେ ମୋହନ ଇଫ୍ରାମାର୍ଟ ପ୍ରାଇବେଟ୍ ଲିମିଟେଡ୍ କମ୍ପାନୀରେ ମାସିକ ନିବେଶ କରାଇବା ପାଇଁ ବୁଝାଉଥିଲା। ଯେତେବେଳେ ଲୋକେ ସେହି କମ୍ପାନୀରେ ନିବେଶ କରୁଥିଲେ ସେତେବେଳେ ତାଙ୍କୁ ଟଙ୍କା ଫେରସ୍ତ କରୁନଥିଲା। ଓଲଟା ଯେତେବେଳେ ଟଙ୍କା ଫେରସ୍ତର ସମୟ ଆସୁଥିଲା ଯେତେବେଳେ ଭକ୍ତଙ୍କୁ ଇନଭେଷ୍ଟ କରିବା ପାଇଁ ବୁଝାଉଥିଲା।

{"id":11766,"width":741,"height":541}

ଅଶୋକାନନ୍ଦ ମହାରାଜ ବିରୁଧରେ ୨୦୧୮ ନଭେମ୍ବରରେ ୧୪ଲକ୍ଷ ୩୦ହଜାର ଟଙ୍କା ଠକେଇ ଅଭିଯୋଗରେ ମାମଲା ରୁଜୁ ହୋଇଥିଲା। ଏହା ପରେ ବାବା ଫେରାର ହୋଇଯାଇଥିଲା। ପୁଲିସ ଲଗାତାର ଭାବେ ଖୋଜିଚାଲିଥିଲା ବାବାକୁ। ଶେଷରେ ମିଳିଥିବା ସୂଚନା ଅନୁଯାୟୀ ପୁଲିସ ଆଜି ବାବାକୁ ଗିରଫ କରିଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.