‘ତୋ ପାଇଁ କିଛି ବି’ ପାଇଁ ଭାଓଲିନ୍‌ ଟ୍ରେନିଂ ନେଉଛନ୍ତି ଓଲିଉଡର ଡନ୍

ଭୁବନେଶ୍ବର ୨୩/୧୦: ଓଲିଉଡର ଡନ୍‌ ବବି ଡନ୍‌। ଖଳନାୟକ ହେଉ କି ଚରିତ୍ର ଅଭିନୟ କିମ୍ବା ନାୟକ। ସବୁଥିରେ ସେ ଆଗରେ। କନ୍ଦେଇବା, ଡରେଇବା ଛଡ଼ା ତାଙ୍କୁ ହସେଇବା ବି ଜଣା । ସେ ଜଣେ ଭଲ ହାସ୍ୟାଭିନେତା ମଧ୍ୟ । ଛୋଟରୁ ବଡ଼ ପରଦା ପର୍ଯ୍ୟନ୍ତ ତାଙ୍କ ସଫଳତାର ଯାତ୍ରା ଜାରି ରହିଛି । ଭିନ୍ନ ଭିନ୍ନ ଚରିତ୍ରରେ ଅଭିନୟ କରି ଲୋକପ୍ରିୟତା ସାଉଁଟି ଆସିଥିବା ବବି ଡନ୍‌ ଓରଫ୍‌ ବବି ମିଶ୍ର ଏବେ ଭାଓଲିନ୍‌ ଶିଖୁଛନ୍ତି ।

କାରଣ ଆଗାମୀ ଚଳଚ୍ଚିତ୍ର ‘ତୋ ପାଇଁ କିଛି ବି’ ଲାଗି ତାଙ୍କୁ ଏହିଭଳି ଏକ ଚରିତ୍ର ମିଳିଛି । ଯେଉଁଥିରେ ସେ ଭାଓଲିନ୍‌ ବଜାଉଥିବାର ନଜର ଆସିବେ । ତେବେ ତା’ ପୂର୍ବରୁ ନିଜକୁ ପ୍ରସ୍ତୁତ କରିବାକୁ ଯାଇ ସେ ଭାଓଲିନ୍‌ ଟ୍ରେନିଂ ନେଉଛନ୍ତି ବୋଲି ସୂଚନା ମିଳିଛି । ନିଜ ଚରିତ୍ର ଓ ଅଭିନୟକୁ ଶତପ୍ରତିଶତ ସଫଳ କରିବାକୁ ପାଇଁ ବବି ଲାଗିପଡ଼ିଛନ୍ତି ।