ଏହି ଷ୍ଟେସନର ଟିକେଟ୍ ବାବୁ ମହିଳାଙ୍କ ଟିକେଟରେ ଲେଖିକି ଦେଉଥିଲେ ନିଜ ମୋବାଇଲ ନମ୍ବର,ଜାଣନ୍ତୁ କାହିଁକି

ବରେଲି,୨୬।୮: ସାଧାରଣତଃ ଆମେ ଟ୍ରେନରେ ଯାତ୍ରା କରିବା ପାଇଁ ଟିକେଟ୍ କାଟିଥାଉ। କିନ୍ତୁ ଯଦି ଟ୍ରେନ ଟିକେଟ୍ ବିକ୍ରି କରୁଥିବା ବ୍ୟକ୍ତିଜଣକ ଟିକେଟ ଉପରେ ମୋବାଇଲ ନମ୍ବର ଦିଅନ୍ତି, ତାହା ପୁଣି କେବଳ ଝିଅମାନଙ୍କୁ, ତେବେ ଆପଣମାନେ ନିହାତି ଆଶ୍ଚର୍ଯ୍ୟ ହେବେ। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି  ଉତ୍ତରପ୍ରଦେଶର ବରେଲିରେ। ବରେଲି ଅନ୍ତର୍ଗତ ଇଜ୍ଜତନଗର ରେଲ ମଣ୍ଡଳର ବହେଡି ଷ୍ଟେସନର  ଟିକେଟ କାଟୁଥିବା ବାବୁଙ୍କ କାର୍ଯ୍ୟକଳାପ ଏବେ ରେଳ ବିଭାଗର ଅଫିସରଙ୍କ ମୁଣ୍ଡ ବିନ୍ଧାର ପାଲଟିଛି।କାରଣ ଜଣେ ମହିଳା ଯାତ୍ରୀ ଟିକେଟ ଦେଉଥିବା ଏହି ବାବୁଙ୍କ ବିରୋଧରେ ତାଙ୍କ ଉପର ଅଧିକାରୀଙ୍କୁ ଚିଠି ଲେଖିଛନ୍ତି।

ଅଭିଯୋଗ ଅନୁସାରେ ଏହି ଟିକେଟ ବାବୁ ଜଣକ ମହିଳା ଯାତ୍ରୀଙ୍କୁ ଅଶ୍ଲୀଳ ବ୍ୟବହାର କରିବା ସହିତ ଟିକେଟରେ ତାଙ୍କ ନମ୍ବର ଲେଖି ଫୋନ କରିବା ପାଇଁ କହିଥାନ୍ତି ଟିକେଟ ବାବୁ ବୋଲି ଚିଠିରେ ସେ ଉଲ୍ଲେଖ କରିଥିଲେ। ଟିକେଟ ବାବୁଙ୍କ ଉପର ଅଧିକାରୀଙ୍କ ପାଖକୁ ଅଭିଯୋଗ ଗଲା ପରେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।ରେଳ କର୍ମଚାରୀଙ୍କ କହିବା ମୁତାବକ, ଜୁଲାଇ ମାସରୁ ଏହି ଟିକେଟ ବାବୁ ଜଣକ ଗୋଟେ ପରେ ଗୋଟେ ଘଟଣା ଘଟାଉଛନ୍ତି। କିଛି ଦିନ ତଳେ ଜଣେ ମହିଳାଙ୍କୁ ଖରାପ ବ୍ୟବହାର କରି ଟିକେଟ ବାବୁ ଅପଦସ୍ତ ହୋଇଥିଲେ।

ଥରେ ଟିକେଟ ବାବୁ ମହିଳାଙ୍କ ଟିକେଟରେ ତାଙ୍କ ନମ୍ବର ଲେଖିଦେବାରୁ ଷ୍ଟେସନରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିଲା।ଟିକେଟରେ ମୋବାଇଲ ନମ୍ବର ଲେଖି ଫୋନ କରିବା ପାଇଁ  ମହିଳା ଯାତ୍ରୀଙ୍କୁ ସେ କହିଥାନ୍ତି। ଏନେଇ ମହିଳା ଯାତ୍ରୀ ଜଣକ ତାଙ୍କୁ ପଚାରିଥିଲେ ଯେ, ଏହି ନମ୍ବର ତାଙ୍କର କଣ ଆବଶ୍ୟକ ? ଟିକେଟ ଜନିତ କିଛି ସମସ୍ୟା ହେଲେ ଫୋନ କରିବ ପାଇଁ ଟିକେଟ ବାବୁ କହିଥିଲେ।ଏହି କଥାକୁ ନେଇ ଉଭୟଙ୍କ ମଧ୍ୟରେ ଦୀର୍ଘ ସମୟ ଧରି ପାଟିତୁଣ୍ଡ ହୋଇଥିଲା।ଷ୍ଟେସନରେ ଉପସ୍ଥିତ ଥିବା ଯାତ୍ରୀମାନେ ଟିକେଟ ବାବୁଙ୍କୁ ବିରୋଧ କରିଥିଲେ।ଏ ସଂପର୍କରେ ମହିଳା ଘରେ କହିବାରୁ ପରିବାର ଲୋକ ଟିକେଟ ବାବୁଙ୍କ ବିରୋଧରେ ତାଙ୍କ ଉପର ଅଫିସରଙ୍କୁ ଚିଠି ଲେଖିଥିଲେ।

ଚିଠିରେ ମହିଳା ଜଣକ ଲେଖିଥିଲେ, ଟିକେଟ ବାବୁଙ୍କ ଚରିତ୍ର ଠିକ୍ ନୁହେଁ। କୌଣସି ଦିନ ଷ୍ଟେସନ୍ ଅଫିସରେ ଯୋରଦାର ଝଗଡା ହେବ। ମହିଳା ଯାତ୍ରୀଙ୍କୁ ଅଶ୍ଲୀଳ କମେଣ୍ଟ କରୁଛନ୍ତି। ଯଦି କୌଣସି ଯାତ୍ରୀ ତାଙ୍କ ଘରେ ଅଭିଯୋଗ କରେ ତେବେ ଏଠାରେ ଯୋରଦାର ଝଗଡା ହେବ, ଏପରିକି ଟିକେଟ ବାବୁ ଜଣକ ମଧ୍ୟ ନିସ୍ତୁକ ମାଡ ଖାଇବେ। କେବଳ ସେତିକି ନୁହେଁ ଏହି ଅଫସରେ ଯିଏକି ମିଳିବ ତାଙ୍କୁ ମାଡ ହେବ। ତେଣୁ ଭଲ ହେବ ଟିକେଟ ବାବୁ ଏଠାରୁ ହଟାଇ ଦିଅନ୍ତୁ। ଏହି ଚିଠି ପରେ ଅଧିକାରୀ ଜଣକ ବହୁ କର୍ମଚାରୀଙ୍କ ଠାରୁ ଦସ୍ତଖତ ନେଇ ଉଚ୍ଚଅଧିକାରୀଙ୍କ ନିକଟରେ ଏହି ଟିକେଟ ବାବୁଙ୍କ ବିରୋଧରେ ଅଭିଯୋଗ କରିଛନ୍ତି।

   ସମ୍ବନ୍ଧିତ ଖବର


ମାତ୍ର ୩ ଟଙ୍କାରେ ମିଳିବ ମାସ୍କ,ଏହି ରାଜ୍ୟରେ ଆଜିଠାରୁ ଧାର୍ଯ୍ୟ କରାଗଲା ମୂଲ୍ୟ

ସିଏମ୍‌ଆଇଇ ରିପୋର୍ଟ: ଗାଁ ତୁଳନାରେ ସହରରେ ବେକାରି ହାର ଅଧିକ…

ସ୍ବାମୀଙ୍କ ପାଇଁ ମାନସିକ ରଖିଥିଲେ, ପୂରଣ ହେବାରୁ ନିଜର ଜିଭ କାଟି ମା’କାଳୀଙ୍କ ପାଦ ତଳେ ଅର୍ପଣ କଲେ ମହିଳା

ଲକ୍ଷ୍ମୀ ମିତ୍ତଲଙ୍କ ସାନ ଭାଇ ପ୍ରମୋଦ ହୋଇପାରନ୍ତି ଦେବାଳିଆ ଘୋଷିତ, ଝିଅ ବାହାଘରରେ ଖର୍ଚ୍ଚ କରିଥିଲେ ୫୦୦ କୋଟି

ପାକିସ୍ତାନରେ ଗୃହଯୁଦ୍ଧ ଆଶଙ୍କା! ସିନ୍ଧ ପୋଲିସ ମୁଖ୍ୟଙ୍କୁ ସେନା ଅପହରଣ କରିଥିବା ଅଭିଯୋଗ

ଲଦାଖରୁ ଧରାପଡିଥିବା ଚୀନ୍ ସୈନିକଙ୍କୁ ଫେରାଇଲା ଭାରତ, ୨ ଦିନ ପୂର୍ବେ ଭୁଲରେ ସୀମା ଭିତରକୁ ପଶିଆସିଥିଲେ