PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚାନ୍ଦବାଲି : ମୁଖ୍ୟ ବଜାରରେ ହଠାତ୍ ଭୁଶୁଡିଲା ବିଦ୍ୟୁତ୍ ଖୁଣ୍ଟି, ଅଳ୍ପକେ ବର୍ତ୍ତିଲେ ପଥଚାରୀ
  • ||
  • ଭୁବନେଶ୍ୱର : ଏ ବର୍ଷ ଥରାଇବ ଶୀତ ଲହରୀ, ଜବର ଜାଡ଼ରେ ଥରିବ ଓଡ଼ିଶା, ଲମ୍ବିବ ଶୀତ ଅବଧି
  • ||
  • ଲାଞ୍ଜିଗଡ଼ : ବେଦାନ୍ତର ଏଲଏନଟି କଲୋନୀକୁ ପଶିଲା କରୋନା, ୩ ଶ୍ରମିକ ପଜିଟିଭ୍ ଚିହ୍ନଟ
  • ||
  • ସମ୍ବଲପୁର : ଆଜି ସମ୍ବଲପୁର ୧୨ ଘଣ୍ଟିଆ ବନ୍ଦ, ମମିତା ମେହେର୍ ହତ୍ୟା ପ୍ରସଙ୍ଗକୁ ନେଇ ରାସ୍ତାକୁ ଓହ୍ଲାଇଛି ବିଜେପି
  • ||

ଟିଏମ୍‌ସିରେ ଯୋଗ ଦେଲେ ବାବୁଲ ସୁପ୍ରିୟୋ,ବିଜେପି ଛାଡି ରାଜନୀତିରୁ ସନ୍ୟାସ ନେଇଥିବାର କରିଥିଲେ ଘୋଷଣା

https://zeenews.india.com

କୋଲକାତା,୧୮।୯: ପଶ୍ଚିମବଙ୍ଗରେ ବିଜେପିକୁ ବଡ ଝଟକା। ମୋଦି ସରକାରରେ କ୍ୟାବିନେଟ୍ ମନ୍ତ୍ରୀ ଥିବା ଆସାନସୋଲ୍ ସାଂସଦ ବାବୁଲ ସୁପ୍ରିୟୋ ତୃଣମୂଳ କଂଗ୍ରେସରେ ଯୋଗଦେଇଛନ୍ତି। କିଛି ଦିନ ତଳେ ବାବୁଲ ବିଜେପିରୁ ଇସ୍ତଫା ଦେଇଥିଲେ। ଟିଏମସି ରାଷ୍ଟ୍ରୀୟ ମହାସଚିବ ତଥା ସାଂସଦ ଅଭିଷେକ ବାନାର୍ଜୀ ଓ ଡେରେକ୍ ଓ’ବ୍ରାୟନଙ୍କ ଉପସ୍ଥିତିରେ ସେ ଟିଏମସିର ସଦସ୍ୟତା ଗ୍ରହଣ କରିଛନ୍ତି। ଏ ସମ୍ପର୍କରେ ଟିଏମସି ନିଜର ଅଫିସିଆଲ ଟ୍ବିଟର ହାଣ୍ଡେଲରେ ଟୁଇଟ୍ କରି ସୂଚନା ଦେଇଛି।

ଗତ ଜୁଲାଇରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଓ ପଶ୍ଚିମବଙ୍ଗ ବିଜେପିର ବଡ ନେତା ବାବୁଲ ସୁପ୍ରିୟୋ ରାଜନୀତିରୁ ସନ୍ୟାସ ନେଇଥିବା କଥା କହିଥିଲେ। ସେ ସୋସିଆଲ ମିଡିଆରେ ଏକ ପୋଷ୍ଟ ଲେଖି କହିଥିଲେ, କେବଳ ସମାଜସେବା ପାଇଁ ସେ ରାଜନୀତିକୁ ଆସିଥିଲେ। ଏବେ ସେ ନିଜର ବାଟ ବଦଳାଇବାର ନିଷ୍ପତ୍ତି ନେଇଛନ୍ତି।

ଏହି ପୋଷ୍ଟ କରିବା ବେଳେ ବାବୁଲ ଲେଖିଥିଲେ, ସେ ସବୁବେଳେ ବିଜେପିର ଅଂଶ ରହିବେ। ଟିଏମସି କିମ୍ବା ଅନ୍ୟ କୌଣସି ଦଳରେ ସାମିଲ ହେବେ ନାହିଁ। କିନ୍ତୁ ଏବେ ସେ ପୂର୍ବ ପ୍ରତିଶୃତିରୁ ଓହରିଛନ୍ତି। ଏବେ ପ୍ରାୟ ଦେଢ ମାସ ବିତିବା ପରେ ସେ ଟିଏମସିର ହାତ ଧରିଛନ୍ତି।