PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ବାତ୍ୟା ପ୍ରଭାବିତ ୧୧ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା
  • ||
  • ଭୁବନେଶ୍ଵର : ବାତ୍ୟା ପ୍ରଭାବିତ ୧୧ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା
  • ||
  • ଭୁବନେଶ୍ଵର : ମଧ୍ୟରାତ୍ରୀ ସୁଦ୍ଧା ଲ୍ୟାଣ୍ଡଫଲ୍ କରିବ ବାତ୍ୟା ଗୁଲାବ, ଗଞ୍ଜାମ ଓ ଗଜପତିରେ ପଡିବ ବେଶି ପ୍ରଭାବ
  • ||
  • ମାଲକାନଗିରି : ବାତ୍ୟା ମୁକାବିଲା ପାଇଁ ସଜାଗ ମାଲକାନଗିରି ଜିଲ୍ଲା ପ୍ରଶାସନ, ୬ଟି ଓଡ୍ରାଫ୍ ଓ ଗୋଟିଏ ଏନଡିଆରଏଫ୍ ଟିମ୍ ନିୟୋଜିତ
  • ||
  • କଟକ : ମହାନଦୀ ପୋଲ ଉପରୁ ପାଣିକୁ ଡେଇଁଲେ ବିଜେବି କଲେଜ କେମେଷ୍ଟ୍ରି ଲାବୋରେଟୋରୀ ଆସିଷ୍ଟାଣ୍ଟ
  • ||
  • ସୋରୋ : ବ୍ୟବସାୟୀଙ୍କୁ ମରଣାନ୍ତକ ଆକ୍ରମଣ, ୨୦ ହଜାର ଟଙ୍କା ଓ ସୁନା ଚେନ୍ ଲୁଟିନେଲେ ଦୁର୍ବୃତ୍ତ
  • ||
  • କଟକ: କଟକ ଯୋବ୍ରା ନିକଟରୁ ଠାବ ହେଲା ନିଖୋଜ ହାତୀର ମୃତଦେହ, ଶୁକ୍ରବାର ରାତିରେ ମହନଦୀରେ ଭାସଯାଇଥିଲା
  • ||
  • ଭୁବନେଶ୍ୱର: ରାଜ୍ୟରେ ଖସୁଛି ସଂକ୍ରମଣ, ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହେଲେ ୫୮୫ ଜଣ ପଜିଟିଭ୍
  • ||
  • ଭୁବନେଶ୍ୱର: ରାଜ୍ୟରେ ଆଉ ୫ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୧୭୫କୁ ବୃଦ୍ଧି
  • ||
  • ଅନୁଗୁଳ: କୋଡିଏମାଇଲ ଛକରେ ଥିବା ୨ଟି ଦୋକାନରୁ ଚୋରି କରୁଥିବା ବେଳେ ଧରାପଡିଗଲେ ୩ ଯୁବକ, ଖୁଣ୍ଟରେ ବାନ୍ଧି ଉତ୍ତମ ମଧ୍ୟମ ଦେଲେ ସ୍ଥାନୀୟଲୋକ
  • ||
  • ଭୁବନେଶ୍ୱର: ମାଡ଼ି ଆସୁଛି ବାତ୍ୟା ଗୁଲାବ୍, ମଧ୍ୟ ରାତ୍ରରେ ହେବ ଲ୍ୟାଣ୍ଡଫଲ୍
  • ||
  • ଆଇପିଏଲ୍- ୨୦୨୧: ଆଜି ରୋହିତ ଓ ବିରାଟଙ୍କ ମଧ୍ୟରେ କଡ଼ା ମୁକାବିଲା, ବିଜୟ ଲକ୍ଷ୍ୟରେ ଉଭୟ ଦଳ
  • ||
  • ଭୁବନେଶ୍ୱର: ‘ରମାଦେବୀ’ରେ ପିଏଚ୍‌ଡି ନାମଲେଖା ପାଇଁ ପ୍ରକାଶ ପାଇଲା ମେରିଟ ଲିଷ୍ଟ୍, ୧୧ଟି ବିଭାଗରେ ମୋଟ୍ ୬୦ ଛାତ୍ରୀଙ୍କୁ ଚୟନ..
  • ||
  • ପଞ୍ଜାବ: ଆଜି ପଞ୍ଜାବ କ୍ୟାବିନେଟ ସମ୍ପ୍ରସାରଣ ,ଶପଥ ନେବେ ମନ୍ତ୍ରୀ, ଚନ୍ନୀଙ୍କ ଟିମ୍‌ରେ ସାମିଲ ହେବେ ୭ ନୂଆ ଚେହେରା
  • ||

ରାଜନୀତିରୁ ବିଦାୟ ନେଲେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ବାବୁଲ ସୁପ୍ରିୟୋ, କହିଲେ-ସମାଜ ସେବା କରିବା ପାଇଁ ଆସିଥିଲି….

କୋଲକାତା: ରାଜନୀତିରୁ ସନ୍ନ୍ୟାସ ନେଲେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ବାବୁଲ ସୁପ୍ରିୟୋ। ନିଜେ ସୋସିଆଲ ମିଡିଆରେ ପୋଷ୍ଟ କରି ଏନେଇ ଦେଇଛନ୍ତି ସୂଚନା। ସେ ଆହୁରି କହିଛନ୍ତି ଯେ, କେବଳ ସମାଜ ସେବା କରିବାକୁ ରାଜନୀତିକୁ ଆସିଥିଲି। ସେ ଆହୁରି ସ୍ପଷ୍ଟ କରିଛନ୍ତି ଯେ, ବିଜେପି ହିଁ ତାଙ୍କର ପାର୍ଟି ହୋଇ ରହିବ। ନିକଟରେ ବାବୁଲ ସୁପ୍ରିୟୋଙ୍କୁ କେନ୍ଦ୍ର ମନ୍ତ୍ରିମଣ୍ଡଳରୁ ବାଦ୍ ଦିଆଯାଇଥିଲା। ଏ ନେଇ ସେ କିଛିଟା ମନ ଦୁଃଖ ମଧ୍ୟ କରିଥିଲେ। ବାବୁଲ ସୁପ୍ରିୟୋ ବର୍ତ୍ତମାନ ପଶ୍ଚିମବଙ୍ଗ ଆସନସୋଲରୁ ବିଜେପିର ସାଂସଦ ଅଛନ୍ତି।

ବାବୁଲ ଆହୁରି ଲେଖିଛନ୍ତି ଯେ, ଲୋକଙ୍କ ସେବା କରିବା ପାଇଁ ରାଜନୀତିରେ ରହିବା ଜରୁରୀ ନୁହେଁ। ରାଜନୀତିରୁ ଦୂରରେ ରହି ମଧ୍ୟ ଉଦ୍ଦ୍ୟେଶ ପୂରଣ କରି ପାରିବି। ସେ ଆହୁରି ଲେଖିଛନ୍ତି ଯେ, ବାପା, ମା’, ସ୍ତ୍ରୀ, ଝିଅ ଓ ସାଙ୍ଗ ମାନଙ୍କର ସମସ୍ତଙ୍କ କଥା ଶୁଣିଲି। ଜଣାଇବାକୁ ଚାହୁଁଛି ଯେ, ମୁଁ କୌଣସି ପାର୍ଟିକୁ ଯାଉ ନାହିଁ। ମୋତେ କୌଣସି ପାର୍ଟି ତରଫରୁ ମଧ୍ୟ ଫୋନ୍ ଆସିନାହିଁ। ମୁଁ ଜଣେ ଦଳର ଖେଳାଳି। ସର୍ବଦା ଗୋଟିଏ ଦଳର ସମର୍ଥନ କରିଛି। ସୁପ୍ରିୟୋ ନିଜର ଇସ୍ତଫାର ଘୋଷଣା ସାମାଜିକ ଗଣମାଧ୍ୟମରେ ଏକ କବିତା ରୂପେ କରିଛନ୍ତି। ସେ ଲେଖିଛନ୍ତି, ଯଦି ସାମାଜିକ କାର୍ଯ୍ୟ କରିବାର ଅଛି ତେବେ ରାଜନୀତି ବିନା ମଧ୍ୟ ହୋଇ ପାରିବ।

ବିଧାନସଭା ନିର୍ବାଚନରେ ବାବୁଲ ବିଧାୟକ ଭାବେ ନିର୍ବାଚନ ଲଢ଼ିଥିଲେ। ହେଲେ ସେ ପରାଜିତ ହୋଇଥିଲେ। ନିକଟରେ ହୋଇଥିବା କେନ୍ଦ୍ର ମନ୍ତ୍ରିମଣ୍ଡଳ ଅଦଳବଦଳରେ ବାବୁଲ ସୁପ୍ରିୟୋଙ୍କୁ ବାଦ୍‌ ଦିଆଯାଇଥିଲା। ଏହାପରେ ବାବୁଲ ଅସନ୍ତୁଷ୍ଟ ପ୍ରକାଶ କରିଥିଲେ। ଏଥିସହିତ ସେ ଚୁପ୍‌ ରହିବା ସହ ବିଜେପିରେ ତାଙ୍କର ଦବଦବା କମ୍‌ ହେଉଥିବା ଖବର ମଧ୍ୟ ପ୍ରକାଶିତ ହୋଇଥିଲା। ହେଲେ ବି ବାୁଲ ଚୁପ୍‌ ରହିଥିଲେ। ହେଲେ ଆଜି ବାବୁଲ ସମସ୍ତ ବିବାଦକୁ ବିସ୍ତାର କରି ସୋସିଆଲ ମିଡିଆରେ ଲେଖିଛନ୍ତି। ସେ କହିଛନ୍ତି ଯେ, ନିର୍ବାଚନ ପୂର୍ବରୁ ଦଳ ଓ ମୋ ଭିତରେ କିଛି ମତଭେଦ ଥିଲା। ଯାହା ନିର୍ବାଚନ ପୂର୍ବରୁ ସମସ୍ତଙ୍କ ସାମ୍ନାକୁ ଆସିଥିଲା। ପରାଜୟ ପାଇଁ ମୁଁ ନିଜେ ଦାୟୀ। ହେଲେ ଅନ୍ୟ ନେତା ମଧ୍ୟ ଦାୟୀ ବୋଲି ସେ ଲେଖିଛନ୍ତି।

ସେ ଆହୁରି କହିଛନ୍ତି ଯେ, ୨୦୧୪ ଓ ୨୦୧୯ ଲୋକସଭା ନିର୍ବାଚନରେ ସେ ବଡ ବ୍ୟବଧାନରେ ବିଜୟୀ ହୋଇଥିଲେ। ୨୦୧୪ରେ ମୁଁ ବିଜେପି ଟିକେଟ୍‌ରେ ଏକାକୀ ଲଢିଥିଲି। ଆଜି ପଶ୍ଚିମବଙ୍ଗ ରାଜନୀତିର ପରିଦୃଶ୍ୟ ବଦଳି ସାରିଛି। ଆଜି ବିଜେପି ମୁଖ୍ୟ ବିରୋଧୀ ଦଳ ଭାବେ ଆର୍ବିଭାବ ହୋଇଛି। ଏହା କହିବାର ଆବଶ୍ୟକତା ନାହିଁ ଯେ, ଯୁବ ନେତାଙ୍କ ପାର୍ଟି ହିଁ ରାଜନୀତିରେ ଲମ୍ବା ଯାତ୍ରା କରି ପାରିବ।

କେବଳ ସେତିକି ନୁହେଁ ବୁଲ ସୁପ୍ରିୟୋ ନିଜର ଇସ୍ତଫାରେ ସ୍ଵରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହା ଓ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ କୃତଜ୍ଞତା ଜଣାଇଛନ୍ତି। ସେ କହିଛନ୍ତି, ଉଭୟ ବ୍ୟକ୍ତି ଅନେକ ଦୃଷ୍ଟିରୁ ମୋତେ ପ୍ରେରିତ କରିଥିଲେ। ମୁଁ ତାଙ୍କର ଭଲ ପାଇବା କେବେ ଭୁଲି ପାରିବି ନାହିଁ। ମୁଁ ପ୍ରାର୍ଥନା କରୁଛି ଯେ, ମୋତେ ଭୁଲ ବୁଝିବେ ନାହିଁ ଏବଂ ମୋତେ କ୍ଷମା କରି ଦେବେ। ପଶ୍ଚିମବଙ୍ଗର ଆସନସୋଲରୁ ବିଜେପି ସାଂସଦ ବାବୁଲ ସୁପ୍ରିୟୋ ରାଜନୀତିକୁ ଆସିବା ପୂର୍ବରୁ ଖ୍ୟାତାନାମା ପ୍ରଚ୍ଛଦପଟ୍ଟ ଗାୟକ ଥିଲେ।

ସମ୍ବନ୍ଧିତ ଖବର