PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୧୩୫କୁ ବୃଦ୍ଧି
  • ||
  • ଗଞ୍ଜାମ: କୋଦଳା ଖଦାଳ ସାହିରେ ଗୋଷ୍ଠୀ ସଂଘର୍ଷ, ଜଣେ ମୃତ
  • ||
  • ଭୁବନେଶ୍ୱର: ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ଆଉ ୬୬୩ ଜଣ ପଜିଟିଭ୍ ଚିହ୍ନଟ
  • ||
  • ଭୁବନେଶ୍ୱର: ୨୦ରୁ ଯୁକ୍ତ ୩ ଦ୍ୱିତୀୟ ବର୍ଷ କ୍ଲାସ୍‌ ରୁମ୍‌ ପଢ଼ା, ଆଜିଠୁ ଖୋଲିବ ହଷ୍ଟେଲ
  • ||
  • ଭୁବନେଶ୍ୱର: BBI ଓ OOPRE ବାରକୁ ସିଲ୍ କଲା ବିଏମ୍‌ସି, ମ୍ୟାନେଜରଙ୍କ ସହ ୪ ଜଣ ଅଟକ
  • ||
  • ଭୁବନେଶ୍ୱର: ରାଷ୍ଟ୍ରୀୟ ମର୍ଯ୍ୟାଦା ସହକାରେ ହେବ ମନୋରମା ମହାପାତ୍ରଙ୍କ ଶେଷକୃତ୍ୟ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଲେ ଘୋଷଣା
  • ||

ଜେପି ନଡ୍ଡାଙ୍କ ସହିତ ଆଲୋଚନା ପରେ ମତ ବଦଳାଇଲେ ବାବୁଲ ସୁପ୍ରିୟୋ, କହିଲେ, ସାଂସଦ ପଦ ଛାଡ଼ିବିନି

pic-internet

ନୂଆଦିଲ୍ଲୀ: ରାଜନୀତିରୁ ସନ୍ୟାସ ନେବା ନେଇ ଦିନକ ତଳେ ଘୋଷଣା କରିଥିଲେ ପଶ୍ଚିମବଙ୍ଗ ଆସନସୋଲର ସାଂସଦ ବାବୁଲ ସୁପ୍ରିୟୋ। ହେଲେ ଆଜି ବିଜେପି ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ସହିତ ଆଲୋଚନା କରିବା ପରେ ତାଙ୍କ ମତରେ ସାମାନ୍ୟ ପରିବର୍ତ୍ତନ ହୋଇଛି। ବାବୁଲ କହିଛନ୍ତି ଯେ ରାଜନୀତିରୁ ସନ୍ୟାସ ନେବା ନିଷ୍ପତ୍ତିରେ ସେ ଏବେବି ଅଟଳ ରହିଛନ୍ତି। ତେବେ ସାଂସଦ ପଦରେ ରହିବେ ବୋଲି ବାବୁଲ କହିଛନ୍ତି।

ଗତ ଶନିବାର ସନ୍ଧ୍ୟାରେ ଫେସ୍‌ବୁକ ପୋଷ୍ଟ କରି ସେ ରାଜନୀତିରୁ ସନ୍ୟାସ ନେବା ନେଇ ଘୋଷଣା କରିଥିଲେ। ସାଂସଦ ପଦରୁ ବି ଇସ୍ତଫା ଦେବେ ବୋଲି ସୂଚନା ଦେଇଥିଲେ ବାବୁଲ। ଏହାପର ଦିନ ଇସ୍ତଫା ଦେବା ନେଇ ଲୋକସବା ସ୍ପିକରଙ୍କ ଠାରୁ ସେ ସମୟ ମାଗିଛନ୍ତି ବୋଲି ସୂଚନା ଦେଇଥିଲେ ଆସନସୋଲ ସାଂସଦ।

ହେଲେ ଆଜି ଦଳର ଜାତୀୟ ଅଧ୍ୟକ୍ଷ ନଡ୍ଡାଙ୍କ ସହିତ ଆଲୋଚନା କରିବା ପରେ ଗଣମାଧ୍ୟମକୁ ସୂଚନା ଦେଇ ସେ କହିଛନ୍ତି ଯେ ସାଂସଦ ପଦ ଏକ ସାମ୍ବିଧାନିକ ପଦ, ରାଜନୀତିରୁ ଦୂରେଇ ରହି ମଧ୍ୟ ଏହାର ଦାୟିତ୍ୱ ପାଲନ କରାଯାଇପାରେ। ତେଣୁ ସେ ସାଂସଦ ପଦରେ ରହିବେ। ତା ସହିତ ସେ ତାଙ୍କ ନିର୍ବାଚନ ମଣ୍ଡଳୀ ଆସନସୋନର ବିକାଶ କାର୍ଯ୍ୟରେ ଲାଗିଛନ୍ତି। ଆଗକୁ ମଧ୍ୟସେ ବିକାଶ ଦିଗରେ କାମ କରିବେ ବୋଲି ବାବୁଲ ସୁପ୍ରିୟୋ କହିଛନ୍ତି। ତେବେ ସେ କୌଣସି ଦଳରେ ଯୋଗ ଦେବେ ନାହିଁ ବୋଲି ପୁଣିଥର ଦୋହରାଇଛନ୍ତି ବାବୁଲ ସୁପ୍ରିୟୋ।

ସମ୍ବନ୍ଧିତ ଖବର