ଗୋଟିଏ ସ୍କୁଲର ୭ ଶିକ୍ଷୟିତ୍ରୀ ଏକାସହ ହେବେ ଗର୍ଭବତୀ, ଜାଣନ୍ତୁ କାରଣ…

ଓ୍ବାଶିଂଟନ୍ ୮।୪: କଂସାସ୍ ସ୍ଥିତ ଗୋଡାର୍ଡର ପ୍ରାଥମିକ ସ୍କୁଲରେ ଏକ ବିରଳ ଦୃଶ୍ୟ ଦେଖିବାକୁ ମିଳିଛି। ଏଠାରେ ଥିବା ଔକ୍ ସ୍କୁଲରେ ମୋଟ ୧୪ଜଣ ଶିକ୍ଷୟିତ୍ରୀ କାର୍ଯ୍ୟରତ। ସେମାନଙ୍କ ମଧ୍ୟରୁ ୭ ଶିକ୍ଷୟିତ୍ରୀ ଏକାସହ ମା’ ହେବାକୁ ଯାଉଛନ୍ତି। ଏଭଳି ବିରଳ ଦୃଶ୍ୟ ପ୍ରଥମ ଥର ପାଇଁ ଦେଖିବାକୁ ମିଳିଛି। ଯାହାକୁ ସହୟରେ ବିଶ୍ବାସ କରିବା ଅସମ୍ଭବ।

କୈଟି ନାମକ ଜଣେ ଶିକ୍ଷୟିତ୍ରୀ କହିଛନ୍ତି, ଏଠାରେ ସେମିତି କିଛି ଯୋଜନାବଦ୍ଧ ଭାବେ କରାଯାଇ ନାହିଁ । ଏହା ଏକ ଦୈବସଂଯୋଗ କି, ସାତ ଜଣ ଶିକ୍ଷୟିତ୍ରୀ ଏକ ସମୟରେ ଗର୍ଭବତୀ ହେବାର ଥିଲା। ଅନ୍ୟ ଜଣେ ଶିକ୍ଷୟିତ୍ରୀ ଟିଫନୀ ପୂର୍ବରୁ ଦୁଇଟି ଛୁଆର ମା’ ଅଟନ୍ତି। ଜଣେ ୭ବର୍ଷର ଥିବାବେଳେ ଆଉ ଜଣେ ୯ବର୍ଷର ଶିଶୁ। ଟିଫନୀଙ୍କ କହିବାନୁସାରେ ଏହା ଏକ ରୋମାଞ୍ଚିତ ଘଟଣା କି ଆମେ ଏକ ସଙ୍ଗରେ ମା’ ହେବାକୁ ଯାଉଛୁ।

ସ୍କୁଲର ପ୍ରଧାନଶିକ୍ଷୟିତ୍ରୀ ଏସଲେ ମିଲ୍ଲର କହିଛନ୍ତି, ଦୁଇ ଦଶଂଧି କ୍ୟାରିଅର ଭିତରେ ଏହିଭଳି ଘଟଣା ପ୍ରଥମ ଥର ପାଇଁ ହୋଇଛି। ଯେତେବେଳେ ୭ଜଣ ଶିକ୍ଷୟିତ୍ରୀ ତାଙ୍କୁ କହିଲେ କି ସେମାନେ ଏକ ସମୟରେ ଗର୍ଭବତୀ ହେବାକୁ ଯାଉଛନ୍ତି। ଏହା ଶୁଣିବା ପରେ ପ୍ରଥମେ ସେ ଆଶ୍ଚଯ୍ୟ ହୋଇଯାଇଥିଲେ। ଏହି ଘଟଣା ସମ୍ପର୍କରେ ଲୋକେ ଜାଣିବା ପରେ କେହି ବିଶ୍ବାସ କରୁନାହାନ୍ତି। ଏମିତି କି ଏହି ସ୍ଥାନରୁ ପାଣି ପିଇବାକୁ ଏବେ ଲୋକେ ଡରୁଛନ୍ତି ବୋଲି ସେ କହିଛନ୍ତି। ସେ ଏହା ବି କହିଛନ୍ତି ଯେ, ସେହି ୭ଜଣ ଶିକ୍ଷୟିତ୍ରୀଙ୍କ ବଦଳରେ କିଛି ନୂଆ ଶିକ୍ଷୟିତ୍ରୀଙ୍କୁ ରଖାଯିବ।