ମାଛର ଜୀବନ ରକ୍ଷା ପାଇଁ ଘୁଷୁରୀ ଛୁଆମାନେ କଲେ ଏମିତି କାମ, ଭିଡିଓ ଦେଖି ଭିଜିଲା ଲୋକଙ୍କ ଆଖି

ନୂଆଦିଲ୍ଲୀ ୨୪/୮: ସୋସିଆଲ ମିଡିଆରେ ସବୁବେଳେ କିଛି ନା କିଛି ଭିଡିଓ ଭାଇରାଲ ହୋଇଥାଏ । ତେବେ ସେଗୁଡିକ ମଧ୍ୟରୁ କିଛି ଭିଡିଓ ହୃଦୟକୁ ଛୁଇଁଥାଏ । ଏମିତି ଏକ ମନକୁ ଖୁସି ଦେଲା ଭଳି ଭିଡିଓ ଭାଇରାଲ ହେଉଛି । ଏହି ଭିଡିଓ ସ୍ପଷ୍ଟ କରୁଛି କି କେବଳ ମଣିଷମାନଙ୍କ ଭିତରେ ନୁହେଁ ବରଂ ପଶୁମାନଙ୍କ ଭିତରେ ମଧ୍ୟ ଦୟା ଏବଂ ସାହାଯ୍ୟ କରିବାର ମନୋବୃତ୍ତି ରହିଛି । ଏହି ଭାଇରାଲ ଭିଡିଓରେ ଛୋଟ ଛୋଟ ଘୁଷୁରୀ ଛୁଆମାନେ ଏକ ମାଛର ଜୀବନ ରକ୍ଷା କରୁଥିବା ନଜର ଆସୁଛନ୍ତି । ତେବେ ଯଦିଓ ମାଛଟି ବଞ୍ଚିଛି କି ମରିଛି ଜଣାପଡୁନି କିନ୍ତୁ ଘୁଷୁରୀମାନେ ତାକୁ ପାଣିକୁ ପଠାଇବା ପାଇଁ ଆପ୍ରାଣ ଚେଷ୍ଟା କରୁଛନ୍ତି ।

IFS Susanta Nanda ଏହି ଭିଡିଓକୁ ନିଜ ଟ୍ୱିଟର ହ୍ୟାଣ୍ଡେଲରେ ସେୟାର କରିଛନ୍ତି । ୧୧ ସେକେଣ୍ଡର ଏହି ଭିଡିଓଟିରେ ଦେଖିବାକୁ ମିଳୁଛି କି କିଛି ଘୁଷୁରୀ ଛୁଆମାନେ ମିଶି ଭୂମିକୁ ଉଠି ଆସିଥିବା ଏକ ମାଛର ଜୀବନ ରକ୍ଷା ପାଇଁ ପୁଣି ତାକୁ ପାଣି ଭିତରକୁ ପଠାଇବାକୁ ଚେଷ୍ଟା କରୁଛନ୍ତି । ଚେଷ୍ଟା କରି କରି ସେମାନେ ସଫଳ ମଧ୍ୟ ହେଉଛନ୍ତି ଏବଂ ମାଛଟି ପାଣି ଭିତରକୁ ଚାଲିଯାଉଛି । ଏହି ଭିଡିଓଟି ଲୋକଙ୍କ ହୃଦୟ ଜିତିପାରିଛି । ଏଥିରେ ୟୁଜର୍ସ ନିଜ ନିଜ ପ୍ରତିକ୍ରିୟା ଦେଉଛନ୍ତି ।