୨ଭାଗ ହୋଇ ପେଟରୁ ବାହାରିଲା ନବଜାତ ଶିଶୁ, ଜାଣନ୍ତୁ ତା ପରେ…

ତାମିଲନାଡ଼ୁ ୨୩।୩: ପ୍ରସବ ସମୟରେ ଏମିତି ବହୁତ ଘଟଣା ଘଟିବାର ଆମେ ଶୁଣିଛେ। ଛୁଆ ଜନ୍ମ ହେବା ପରେ କେତେବେଳେ ମା’ ସହିତ ତ କେତେବେଳେ ଛୁଆ ସହିତ ଏମିତି ଦୁର୍ଘଟଣା ଘଟେ ଯାହାକୁ ସହଜରେ ବିଶ୍ବାସ କରିବା ସମ୍ଭବ ହୁଏନା। ସେହିଭଳି ଏମିତି ଏକ ଆଶ୍ଚର୍ଯ୍ୟ ଘଟଣା ତାମିଲନାଡ଼ୁର କାଞ୍ଚିପୁରମ୍ ଜିଲ୍ଲାର ଏକ ଗାଁରେ ଘଟିଛି।

ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ ପ୍ରସବ କାରଣରୁ ନବଜାତ ଶିଶୁର ଶରୀର ଦୁଇ ଭାଗ ହୋଇ ପେଟରୁ ବାହାରିଛି। ସ୍ବାସ୍ଥ୍ୟ ଅଧିକାରୀଙ୍କ କହିବାନୁସାରେ, ମା’ ଗର୍ଭରେ ହିଁ ଶିଶୁର ମୃତ୍ୟୁ ହୋଇଯାଇଥିଲା। ପରେ ପ୍ରସବ କାରଣରୁ ଶିଶୁର ଶରୀର ଦୁଇ ଭାଗରେ ବିଭକ୍ତ ହୋଇଗଲା।

ମା’ ଗର୍ଭରେ ଶିଶୁ ଥିବା ବେଳେ ତା ଗଣ୍ଡି ଫସୀ ଯାଇଥିଲା। ଯେତେବେଳେ ପରିବାର ଲୋକ ଗଣ୍ଡଗୋଳ କରିବା ଆରମ୍ଭ କଲେ ମା’ର ଗମ୍ଭୀର ସ୍ଥିତି ଦେଖି ତାଙ୍କୁ ଅନ୍ୟ ହସ୍ପିଟାଲକୁ ପଠାଇଦେଇଥିଲେ। ମହିଳାଙ୍କ ପରିବାର ଲୋକ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରର ଡାକ୍ତରଙ୍କ ଉପରେ ଅବହେଳା ଅଭିଯୋଗ ଲଗାଇଛନ୍ତି। ମାତ୍ର ଅଧିକାରୀ ଜଣଙ୍କ ଏହାକୁ ବିରୋଧ କରିଛନ୍ତି। ଡାକ୍ତରଙ୍କ କହିବାନୁସାରେ, ଶିଶୁଟି ମା’ ପେଟରେ ଥିବା ଅବସ୍ଥାରେ ହିଁ ମରିସାରିଥିଲା। ବର୍ତମାନ ମା’ର ଅବସ୍ଥା ଠିକ ଅଛି ବୋଲି ଡାକ୍ତର କହିଛନ୍ତି।

   ସମ୍ବନ୍ଧିତ ଖବର


ରାଷ୍ଟ୍ରୀୟ ଏକତା ଦିବସ: ଲୌହ ପୁରୁଷଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ସହ ପରେଡରେ ସାମିଲ ହେଲେ ପ୍ରଧାନମନ୍ତ୍ରୀ ମୋଦି

ଲଦାଖ୍‌ରେ ଯବାନଙ୍କୁ ସାଲ୍ୟୁଟ୍‌ କରିଥିବା ଶିଶୁକୁ ୨.୫ଲକ୍ଷ ଦେଲା ବିଜେପି ସାଂସଦ

ବିହାର ନିର୍ବାଚନ: ଦ୍ବିତୀୟ ପର୍ଯ୍ୟାୟରେ ବହୁ ମହାରଥୀ ଦେବେ ଅଗ୍ନି ପରୀକ୍ଷା, ଉତ୍ତର ବିହାର ଉପରେ ସମସଙ୍କ ନଜର

ତୁର୍କୀରେ ସୁନାମି, ଇଜ୍‌ମିର୍‌ ସହର ଭିତରେ ପଶିଲା ପାଣି

ଫ୍ରାନ୍ସରେ ଅବସ୍ଥାପିତ ପାକିସ୍ତାନ ରାଷ୍ଟ୍ରଦୂତଙ୍କ ଅପସାରଣ ନିଷ‌୍ପତ୍ତିରେ ମୋହର ମାରିଲା ପାକ୍‌ ପାର୍ଲିଆମେଣ୍ଟ, ହେଲେ ୩ ମାସ ହେଲାଣି ନାହାନ୍ତି ରାଷ୍ଟ‌୍ରଦୂତ

ସ୍ବାବ ପରେ ଏବେ ପରିସ୍ରାରୁ ଜାଣିପାରିବେ କରୋନା ରିପୋର୍ଟ!