ଭଲ ଖବର- ସିଙ୍ଗାପୁରରେ କୋଭିଡ୍‌ ଆଣ୍ଟିବଡି ସହ ଜନ୍ମ ହେଲା ଶିଶୁ

ସିଙ୍ଗାପୁର- ସାରା ବିଶ୍ୱରେ ଏବେ କରୋନାର ଭୟ । ଭୟ କିଛି ମାତ୍ରାରେ ପ୍ରଶମିତ ହୋଇଥିବା ବେଳେ ବି ଏବି ମନର କେଉଁ କୋଣରେ ଅଳ୍ପ ଅଧିକେ ଭୟ ରହିଛି । ମାତ୍ର ଏହା ଭିତରେ ଏକ ଖୁସୀ ଖବର ଆସିଛି । ସିଙ୍ଗାପୁରରେ ଜନ୍ମ ହୋଇଥିବା ଏକ ଶିଶୁ ଶରୀରରେ କୋଭିଡ୍‌ ଆଣ୍ଟିବଡି ରହିଥିବା ଜଣା ପଡିଛି । ଶିଶୁର ମାଆ ଗର୍ଭବତୀ ଥିବା ବେଳେ ମାର୍ଚ୍ଚମାସରେ ସେ କରୋନାରେ ସଂକ୍ରମିତ ହୋଇଥିଲେ । ସେଲିନ୍‌ ଏନ୍‌ଜି ଚାନ୍‌ ନାମକ ଏହି ମହିଳଆଙ୍କୁ କରୋନା ସଂକ୍ରମଣ ହୋଇଥିଲା ।

ଏଥିରୁ ତାଙ୍କର ଗର୍ଭସ୍ଥ ଶିଶୁ ସଂକ୍ରମିତ ହୋଇଥିବା ଡାକ୍ତରମାନେ ସନ୍ଦେହ କରୁଛନ୍ତି । ନଚେତ୍‌ ତାଙ୍କ ମାଆ ସୁସ୍ଥ ହେବାପରେ ତାଙ୍କ ଶରୀରରୁ ଆଣ୍ଟିବଡି ଶିଶୁ ଶରୀରକୁ ଯାଇଥିବା ବିଶ୍ୱାସ କରାଯାଉଛି । ତାଙ୍କର ଡାକ୍ତର ତାଙ୍କ ଶରୀରରୁ କରୋନା ଆଣ୍ଟିବଡି ଶିଶୁ ଶରୀରକୁ ଯାଇଥିବା କଥା କହିଛନ୍ତି ।

ସେଲିନ୍‌ଙ୍କୁ ଅଳ୍ପ ସଂକ୍ରମଣ ହୋଇଥିଲା । ତଥାପି ସେ ୧୭ ଦିନ ଡାକ୍ତରଖାନାରେ ରହିଥିଲେ । ତେବେ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଏବେ ବି ଗର୍ଭସ୍ଥ ଶିଶୁକୁ ମାଆ ଠାରୁ କରୋନା ସଂକ୍ରମଣ ଯାଇ ପାରିବ କି ନାହିଁ ସେ ବିଷୟରେ କିଛି ସ୍ପଷ୍ଟ କରି ନାହିଁ । ଏବେ ବି ସୁଦ୍ଧା ଗର୍ଭସ୍ଥ ଶିଶୁ କିମ୍ବା ଗର୍ଭାଶୟ ନିକଟକୁ ଭୁତାଣୁ ଯାଇ ପାରିବ ବୋଲି କୌଣସି ପ୍ରମାଣ ନାହିଁ ବୋଲି ଡାକ୍ତରମାନେ ବିଶ୍ୱାସ କରୁଛନ୍ତି । ଏହାର ନମୁନା ପରୀକ୍ଷା କରାଯାଇଛି । ଏପରି କି ମାଆର କ୍ଷୀରରେ ମଧ୍ୟ କରୋନା ସଂକ୍ରମଣର ଭୟ ନଥିବା ଡାକ୍ତରମାନେ କହିଛନ୍ତି ।

ନବଜାତମାନଙ୍କୁ ମାଆ ଠାରୁ କରୋନା ସଂକ୍ରମଣ ହେବା ଅତି ନଗଣ୍ୟ ବୋଲି ଡାକ୍ତରମାନେ କହିଛନ୍ତି । ଆମେରିକାର ଅନେକ ୟୁନିଭରସିଟିରେ ଏ ନେଇ ଗବେଷଣା କରାଯାଇଛି । ମାତ୍ର ଏହି ସମ୍ଭବ ବୋଲି ଆଇସିଏମ୍‌ଆର୍‌ ପକ୍ଷରୁ କୁହାଯାଇଛି ।