କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀଙ୍କ ବିରୋଧରେ ପୋଷ୍ଟର୍ ଓ ସୋସିଆଲ ମିଡିଆରେ ନକାରାତ୍ମକ ମନ୍ତବ୍ୟ: ଥାନାରେ ବିଜେପି କର୍ମୀଙ୍କ ଏତଲା

ନୀଳଗିରି ୧/୬: କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀଙ୍କ ନାଁରେ କାନ୍ଥରେ ଲାଗିଛି ନିଖୋଜ ପୋଷ୍ଟର । ଫେସବୁକରେ ମଧ୍ୟ ନରକାତ୍ମକ ମନ୍ତବ୍ୟ । ଏନେଇ ବାଲେଶ୍ୱର ଓ ନୀଳଗିରି ଅଞ୍ଚଳରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଥିବା ବେଳେ ମାମଲା ଥାନାକୁ ଯାଇଛି ।  ବାଲେଶ୍ୱର ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀଙ୍କ ବିରୋଧରେ ଏପରି କୁତ୍ସାରଟନା ପ୍ରତିବାଦରେ  ସୋମବାର ନୀଳଗିରିର ବିଭିନ୍ନ ଥାନାରେ ମାମଲା ରୁଜୁ କରାଯାଇଛି।

ଗତ ୩୦,୩୧ ତାରିଖ ଦିନ ବାଲେଶ୍ଵରରେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀଙ୍କ ନିଖୋଜ ସମ୍ପର୍କିତ ପୋଷ୍ଟର ସହ ତାଙ୍କ ବିରୋଧରେ ସୋସିଆଲ ମିଡିଆ ଫେସବୁକରେ ବିଭିନ୍ନ କଟୁ କଥା ଓ ମିଥ୍ୟା ଲେଖାଯାଇଥିଲା । କେନ୍ଦ୍ରମନ୍ତ୍ରୀ ଲକଡାଉନ୍ ସମୟରେ ଦିଲ୍ଲୀରୁ ଫେରି ନପାରି ବିଭିନ୍ନ କାର୍ଯ୍ୟକର୍ତ୍ତାଙ୍କ ମାଧ୍ୟମରେ ବାଲେଶ୍ୱରବାସୀଙ୍କୁ ସହଯୋଗ କରିବା, ପ୍ରଶାସନିକ ଅଧିକାରୀଙ୍କ ସହ ସର୍ବଦା ଯୋଗସୂତ୍ର ରଖିବା, ଅମ୍ଫାନ ବାତ୍ୟା କ୍ଷତିଗ୍ରସ୍ତ ଲୋକମାନଙ୍କୁ ସାହାଯ୍ୟ ଯୋଗାଇବା ପାଇଁ ଅଧିକାରୀଙ୍କୁ ନିର୍ଦେଶ ଦେଇଥିଲେ । ଅଥଚ ଫେସବୁକରେ ତାଙ୍କ ବିରୋଧରେ ଲେଖାଯିବା ଫଳରେ ତାଙ୍କର (କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀଙ୍କର) ସମ୍ମାନହାନୀ ସହିତ ବାଲେଶ୍ୱରବାସୀଙ୍କ ମନରେ ମଧ୍ୟ କୁଠାରଘାତ ସଦୃଶ ହୋଇଛି । ଏହା ଦର୍ଶାଇ ସୋମବାର ନୀଳଗିରି ବିଜେପି ନଗର ମଣ୍ଡଳ ତରଫରୁ ପ୍ରଫୁଲ୍ଲ କୁମାର ଦଳାଇ ନୀଳଗିରି ଥାନାରେ ଅଭିଯୋଗ ଦାୟାର କରାଯାଇଛି । ସେହି ଅଭିଯୋଗରେ ଜୟନ୍ତ ମଲ୍ଲିକ,ଗୌତମ ସାହୁ,ମହମ୍ମଦ ଶେଖ, ଜିତେନ୍ଦ୍ର ମହାନ୍ତି,ସୁଧାଂଶୁ ଶେଖର ଜେନା,ସଞ୍ଜୀବ ଗିରିଙ୍କ ନାମରେ ତୁରନ୍ତ ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ପାଇଁ ନୀଳଗିରି ଥାନାରେ ମାମଲା ଦାୟର ହୋଇଛି ।

   ସମ୍ବନ୍ଧିତ ଖବର


ତାସଖେଳରୁ ମନ୍ଦିରରେ ପଡିଲା ରକ୍ତ ଛିଟା: ଜଣେ ଗୁରୁତର, ଆତ୍ମସମର୍ପଣ କଲା ଅଭିଯୁକ୍ତ

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଦୁଇଟି ବାଇକ୍‌ ମୁହାମହିଁ ଧକ୍କା, ଜଣେ ମୃତ

ଗୌରବ ଆଣିଲେ କନ୍ଧମାଳର ସନ୍ଧ୍ୟାରାଣୀ: ଛୁଞ୍ଚି ମୁନରେ ୬୬, ୧୫୮ କାରୁକାର୍ଯ୍ୟ କରି ଗିନିଜ୍ ବୁକରେ କଲେ ରେକର୍ଡ

ବିବାଦରେ ଥାନା ଅଧିକାରୀ, ଦୁର୍ଗାପୂଜା ଶୁଭେଚ୍ଛା ବିଜ୍ଞାପନରେ ରଖିଥିଲେ ଦଳୀୟ ଚିହ୍ନ ଓ ନେତାଙ୍କ ଫଟୋ….

ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, ସ୍ତ୍ରୀ ଆଖି ଆଗରେ ଶବ ଦାହ କରିଦେଲେ ଦେଢଶୁର ଓ ଶ୍ବଶୂର…

ନଦୀବନ୍ଧରେ ପାଇଖାନା ଟାଙ୍କି ନିର୍ମାଣ କରି ନଦୀ ଭିତରକୁ ଛଡାଯାଉଛି ମଇଳା ପାଣି, ନ୍ୟାୟ ପାଇଁ ଜିଲ୍ଲାପାଳଙ୍କୁ ଭେଟିଲେ ସ୍ଥାନୀୟ ଲୋକ…