ଜମିବାଡ଼ି ବିବାଦକୁ କେନ୍ଦ୍ରକରି ଦୁଇ ପରିବାର ଭିତରେ ଗଣ୍ଡଗୋଳ, ବଡ଼ ଭାଇ ମୁଣ୍ଡରେ ପଥର ଛେଚିଦେଲେ ସାନ ଭାଇର ପରିବାର

ପାଟଣା, ୨୪/୦୧ : ଜମିବାଡ଼ି ବିବାଦ ଓ କୂଅରୁ ପାଣି ନେବାକୁ ନେଇ ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ। ବଡ଼ ଭାଇକୁ ଠେଙ୍ଗାରେ ମାଡ଼ ମାରିବା ପରେ ମୁଣ୍ଡରେ ପଥର ଛେଚି ଦେଲେ ସାନ ଭାଇର ପରିବାର। ଏଭଳି ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ମାନପୁର ଗାଁରେ। ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି ବଡ଼ ଭାଇ।
ସୂଚନାନୁଯାୟୀ, ରବିବାର ସନ୍ଧ୍ୟାରେ ତୁରୁମୁଙ୍ଗା ଥାନା ମାନପୁର ଗାଁର ନାରାୟଣ ମହାନ୍ତ ଓ ତାଙ୍କ ସାନ ଭାଇ ନିରଞ୍ଜନ ମହାନ୍ତଙ୍କ ପରିବାର ମଧ୍ୟରେ ଜମିବାଡ଼ି ବିବାଦକୁ କେନ୍ଦ୍ର କରି ଗଣ୍ଡଗୋଳ ଲାଗିଥିଲା। ଏହି ସମୟରେ ସାନ ଭାଇ ନିରଞ୍ଜନଙ୍କ ପରିବାର ନାରାୟଣଙ୍କ ଉପରକୁ ଆକ୍ରମଣ କରିଥିଲେ। ନାରାୟଣଙ୍କୁ ପ୍ରଥମେ ଠେଙ୍ଗାରେ ମାଡ଼ ମାରିବା ପରେ ତାଙ୍କ ମୁଣ୍ଡରେ ପଥର ଛେଚି ଦେଇଥିଲେ। ଏପରିକି ନାରାୟଣଙ୍କ ସ୍ତ୍ରୀ ବୀନତି ଏହାକୁ ବିରୋଧ କରିବାରୁ ତାଙ୍କ ଉପରକୁ ମଧ୍ୟ ଆକ୍ରମଣ ହୋଇଛି। ଫଳରେ ନାରାୟଣ ଗୁରୁତର ଆହତ ହୋଇଛନ୍ତି। ନାରାୟଣଙ୍କ ସ୍ତ୍ରୀ ବୀନତି ତାଙ୍କୁ ଆମ୍ଵୁଲାନ୍ସ ସାହାଯ୍ୟରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି।