ପ୍ରମୁଖ ଖବର
  • ବିହାର ପଟଣାରେ ଭୟାବହ ଅଗ୍ନିକାଣ୍ଡ; ହୁତୁ ହୁତୁ ହୋଇ ଜଳିଲା ହୋଟେଲ, ୩ ମୃତ
  • ||
  • କନିଷ୍ଠ ଶିକ୍ଷକ ନିଯୁକ୍ତି ମାମଲା, ଡିଭିଜନ ବେଞ୍ଚରେ ଅପିଲ କଲେ ରାଜ୍ୟ ସରକାର
  • ||
  • ପୁରୀରେ ପହଞ୍ଚିଲା ଦ୍ବିତୀୟ ପର୍ଯ୍ୟାୟ ରଥକାଠ, ସମୁଦାୟ ୨୫ ଖଣ୍ଡ କାଠ ଆସିଲା
  • ||
  • ବିଶ୍ୱ ମ୍ୟାଲେରିଆ ଦିବସ, ଏ ବର୍ଷର ଥିମ ‘ଅଧିକ ସମନ୍ୱିତ ବିଶ୍ୱ ପାଇଁ ମ୍ୟାଲେରିଆ ବିରୋଧୀ ଲଢ଼େଇକୁ ତ୍ୱରାନ୍ୱିତ କରିବା’
  • ||
  • ରବିବାର କଟକ ଆସିବେ ରାହୁଲ ଗାନ୍ଧୀ, କଂଗ୍ରେସ କର୍ମୀଙ୍କୁ ଦେବେ ବିଜୟ ମନ୍ତ୍ର
  • ||
  • IPL 2024: ଆଜି ବେଙ୍ଗାଲୁରୁକୁ ଭେଟିବ ହାଇଦ୍ରାବାଦ, ପ୍ଲେ-ଅଫ ପାଇଁ ରୟାଲ୍‌ ଚ୍ୟାଲେଞ୍ଜର୍ସର ଶେଷ ସୁଯୋଗ
  • ||
  • ଓଡ଼ିଶାର ପ୍ରଥମ ହସ୍ପିଟାଲ: ସମ୍‌ ଅଲ୍ଟିମେଟ୍‌ ମେଡିକେୟାରକୁ ଜେସିଆଇ ପ୍ରାଇମ୍‌ ସାର୍ଟିଫିକେଟ୍‌
  • ||

ଦୁଇଜଣଙ୍କୁ କାମୁ଼ଡି ଘାଇଲା କଲାପରେ- ଚକମା ଦେଇ ବାଡ଼ ଡେଇଁ ଚମ୍ପଟ

ଭବାନୀପାଟଣା: ଗତକାଲି ଠାରୁ ଭବାନୀପାଟଣା ସହର ଭିତରକୁ ପଶିଆସିଥିବା ଜଙ୍ଗଲି ଭାଲୁ ଦିନ ବେଳା ୬ ଜଣ ଙ୍କୁ ଆକ୍ରମଣ କରି ଘାଇଲା କରିଥିବା ବେଳେ ଗତ କାଲି ରାତି ରେ ମହାବିର ପଡା ର ଶାନ୍ତନୁ ବେହେରା ଙ୍କ ହତା ଭିତ ରୁ ବନ କର୍ମଚାରୀ ଙ୍କୁ ଚକମା ଦେଇ ବାଡା ଡେଇ ଚମ୍ପଟ ମାରିଛି । ବାଡା ଡେଇବା ପରେ ଭାଲୁ ଦୁଇଜଣ ବନ କର୍ମଚାରୀ ଙ୍କୁ ମଧ୍ୟ ଆହାତ କରିଥିଲା । ଭାଲୁ ଦୟାନିଧି ଛକ, ମାଣିକେଶ୍ୱରୀ ହାଇସ୍କୁଲ ଛକ, ରାମନଗର ପଡା ଦେଇ ଅନ୍ଧାର ରାତିରେ କୁଶା ଡଙ୍ଗରୀ ପଟକୁ ଚାଲି ଯାଇଥିଲା । ଗତକାଲି ସକାଳୁ ସହରର ପୁରୁଣା ସିନେମା ହଲ ଛକ ନିକଟରେ ଡାକ୍ତର କରୁଣାବତାର ଦେଓଙ୍କ ଘର ହତା ମଧ୍ୟ ରେ ଭାଲୁ ପଶିଥିବା ଖବର ପାଇଁ ବନ ବିଭାଗ, ପୁଲିସ ଓ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ଭାଲୁକୁ କାବୁ କରିବାପାଇଁ ଉଦ୍ୟମ ଆରମ୍ଭ କରିଥିଲେ । ତେବେ ଭାଲୁଟି ଡାକ୍ତରଙ୍କ ହାତରୁ ବାଡ ଡେଇ ସହର ମଧ୍ୟରେ ପଶି ବିଭିନ୍ନ ସ୍ଥାନରେ ୬ଜଣଙ୍କୁ ଆକ୍ରମଣ କରି ଘାଇଲା କରିଥିଲା ।  

ସୂଚନାଯୋଗ୍ୟ ଭାଲୁଟିଏ ଭବାନୀପାଟଣା ସହରକୁ ଅଚଳ କରିଦେଇଥିଲା! ଶୁକ୍ରବାର ପୂର୍ବାହ୍ନ ୧୦ଟାରୁ ମଧ୍ୟାହ୍ନ ୨ଟା ଯାଏ ଭାଲୁ ଏଭଳି ଉପଦ୍ରବ ସୃଷ୍ଟିକଲା ଯେ, ପ୍ରଶାସନକୁ ମାଇକ ଯୋଗେ ପ୍ରଚାରକରି କେହି ଘରୁ ନବାହାରିବା ପାଇଁ କୁହାଗଲା । ଭାଲୁ କିନ୍ତୁ ସହରସାରା ବୁଲିବୁଲି ଜଣକପରେ ଜଣକୁ ଆକ୍ରମଣ କରିଚାଲିଥିଲା । ଭାଲୁର ଅତର୍କିତ ଆକ୍ରମଣରେ ଜଣେ ମହିଳାଙ୍କ ସତେମ ୬ଜଣ ଆହତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୨ଜଣଙ୍କ ଅବସ୍ଥା ଗୁରୁତର ରହିଥିଲା ।

ଗୁଲିସ ପଣ୍ଡା ନାମକ ଜଣେ ବ୍ୟକ୍ତିଙ୍କ କପାଳ ଓ ମୁଣ୍ଡ ସମ୍ମୁଖ ଭାଗକୁ ବିଦିର୍ଣ୍ଣ କରିଦେଇଛି । ଭବାନୀପାଟଣାରେ ତାଙ୍କର ପ୍ରାଥମିକ ଉପଚାର ପରେ ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ଭୁବନେଶ୍ୱର ପଠାଇ ଦିଆଯାଇଛି । ସେହିଭଳି ଜଗଦୀଶ ଦାଶ ନାମକ ଅନ୍ୟଜଣେ ବ୍ୟକ୍ତି ମଧ୍ୟ ଗୁରୁତର ଆହତ ହୋଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.