ପ୍ରମୁଖ ଖବର
  • ବିହାର ପଟଣାରେ ଭୟାବହ ଅଗ୍ନିକାଣ୍ଡ; ହୁତୁ ହୁତୁ ହୋଇ ଜଳିଲା ହୋଟେଲ, ୩ ମୃତ
  • ||
  • କନିଷ୍ଠ ଶିକ୍ଷକ ନିଯୁକ୍ତି ମାମଲା, ଡିଭିଜନ ବେଞ୍ଚରେ ଅପିଲ କଲେ ରାଜ୍ୟ ସରକାର
  • ||
  • ପୁରୀରେ ପହଞ୍ଚିଲା ଦ୍ବିତୀୟ ପର୍ଯ୍ୟାୟ ରଥକାଠ, ସମୁଦାୟ ୨୫ ଖଣ୍ଡ କାଠ ଆସିଲା
  • ||
  • ବିଶ୍ୱ ମ୍ୟାଲେରିଆ ଦିବସ, ଏ ବର୍ଷର ଥିମ ‘ଅଧିକ ସମନ୍ୱିତ ବିଶ୍ୱ ପାଇଁ ମ୍ୟାଲେରିଆ ବିରୋଧୀ ଲଢ଼େଇକୁ ତ୍ୱରାନ୍ୱିତ କରିବା’
  • ||
  • ରବିବାର କଟକ ଆସିବେ ରାହୁଲ ଗାନ୍ଧୀ, କଂଗ୍ରେସ କର୍ମୀଙ୍କୁ ଦେବେ ବିଜୟ ମନ୍ତ୍ର
  • ||
  • IPL 2024: ଆଜି ବେଙ୍ଗାଲୁରୁକୁ ଭେଟିବ ହାଇଦ୍ରାବାଦ, ପ୍ଲେ-ଅଫ ପାଇଁ ରୟାଲ୍‌ ଚ୍ୟାଲେଞ୍ଜର୍ସର ଶେଷ ସୁଯୋଗ
  • ||
  • ଓଡ଼ିଶାର ପ୍ରଥମ ହସ୍ପିଟାଲ: ସମ୍‌ ଅଲ୍ଟିମେଟ୍‌ ମେଡିକେୟାରକୁ ଜେସିଆଇ ପ୍ରାଇମ୍‌ ସାର୍ଟିଫିକେଟ୍‌
  • ||

ବଡ଼ଚଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ନକଲି ଡାକ୍ତର ଘଟଣା; ମଦ ପିଇବାକୁ ଦେଇ ସାଜିଥିଲେ ଡାକ୍ତର

ବଡ଼ଚଣା,୨୮ା୬(ଆପ): ଯାଜପୁର ଜିଲ୍ଲା ବଡ଼ଚଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରୋଗୀ ସେବାରେ ଅବହେଳାକୁ ନେଇ ସବୁବେଳେ ଚର୍ଚ୍ଚାରେ ରହି ଆସିଛି । କେତେବେଳେ ଡାକ୍ତର ଅଭାବ ତ ଆଉ କେତେବେଳେ ଚିକିତ୍ସାରେ ଅବହେଳା ପାଇଁ ବିବାଦ ଦେଖା ଦେଇଛି । ୨୨ ତାରିଖ ବିଳମ୍ବିତ ରାତିରେ ନକଲି ଡାକ୍ତରଙ୍କ ଚିକିତ୍ସାକୁ ନେଇ ହଟଚମଟ ସୃଷ୍ଟି ହୋଇଥିଲା ।

୨୨ ତାରିଖ ରାତି ପ୍ରାୟ ସାଢ଼େ ୧୧ଟାରେ ସ୍ଥାନୀୟ କଡ଼ାଇ ଗ୍ରାମର ନବ କିଶୋର ସାମଲଙ୍କ ପୁଅ ନିହାର ରଞ୍ଜନ ଓରଫ ବାଦଲ (୩୦) ନକଲି ଡାକ୍ତର ସାଜି ଡାକ୍ତରଖାନାର ପ୍ରସୂତି ଗୃହକୁ ଯାଇଥିଲେ । ପ୍ରସୂତିଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ଆଳରେ ମହିଳାଙ୍କ ସମ୍ବେଦନଶୀଳ ଅଙ୍ଗରେ ହାତ ମାରିଥିବା ନେଇ ସମାଜସେବୀ କିଶୋର ବାରିକ ବଡ଼ଚଣା ପୁଲିସକୁ ଜଣାଇଥିଲେ । ପୁଲିସ ଅଭିଯୋଗକୁ ଭିତ୍ତି କରି ବାଦଲକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ଏନେଇ ଡାକ୍ତରଖାନା ପକ୍ଷରୁ କୌଣସି ଅଭିଯୋଗ ହୋଇନଥିବାରୁ ମେଡିକାଲ କର୍ତ୍ତୃପକ୍ଷଙ୍କ କାର୍ଯ୍ୟଦକ୍ଷତାକୁ ନେଇ ପ୍ରଶ୍ନ ଉଠିଛି । ଡାକ୍ତର ପ୍ରିୟପ୍ରୀତମ ପଣ୍ଡାଙ୍କ ସମେତ ଡାକ୍ତରଖାନାର ଅନ୍ୟ କେତେକ କର୍ମଚାରୀଙ୍କ ଏହି ଘଟଣାରେ ସଂପୃକ୍ତି ଥିବା ନେଇ ଚର୍ଚ୍ଚା ହେଉଛି ।

ନକଲି ଡାକ୍ତରଙ୍କ ଏକ ଭିଡିଓ କ୍ଲିପିଂ ଏବେ ସୋସିଆଲ ମିଡିଆରେ ଘୂରି ବୁଲୁଛି । ଏହି ଭିଡିଓରେ ବାଦଲ ଯାହା କହିଛନ୍ତି ତାହା ଛାତି ଥରେଇ ଦେଲା ଭଳି ଘଟଣା । ବାଦଲ କହିବା ମୁତାବକ ଡାକ୍ତରଖାନାକୁ ସେ ମଉଜ କରିବା ପାଇଁ ଆସୁଥିଲା । ଡାକ୍ତରଖାନା କର୍ମଚାରୀଙ୍କୁ ମଦ ପିଇବାକୁ ଦେବାରୁ ତାକୁ ସବୁ କିଛି ସହଜରେ ମିଳିଯାଉଥିଲା । ଏହିଭଳି ଘଟଣା ବହୁବାର ଘଟିଛି । ଯେହେତୁ ଡାକ୍ତଖାନା କର୍ମଚାରୀଙ୍କୁ ମଦ ପିଇବାକୁ ଦେଉଥିଲା ତା ପାଇଁ ସବୁ ମାଫ୍‌ ଥିଲା । ମାତ୍ର ସମାଜସେବୀ ଶ୍ରୀ ବାରିକ୍‌ ଏହି ଘଟଣାର ପର୍ଦ୍ଦାଫାସ କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.