ଏହି ଟ୍ବିଷ୍ଟ ସହ ରିଲିଜ ହେଲା ‘ବଧାଇ ଦୋ’ର ପୋଷ୍ଟର

ମୁମ୍ବାଇ,୨୪/୧ : ରାଜକୁମାର ରାଓ୍ବ ଏବଂ ଭୂମି ପେଡନେକରଙ୍କ ଫିଲ୍ମ ‘ବଧାଇ ଦୋ’ର ନୂଆ ଟିଜର ପୋଷ୍ଟର ସୋମବାର ରିଲିଜ ହୋଇଛି । ଏହାସହ ଫିଲ୍ମ ନିର୍ମାତା ପୋଷ୍ଟର ମାଧ୍ୟମରେ କହିଛନ୍ତି କି ଫିଇ୍ମର ଟ୍ରେଲର ୨୫ଜାନୁଆରୀରେ ରିଲିଜ କରାଯିବ।
ପୋଷ୍ଟରରେ ରାଜକୁମାର ରାଓ୍ବ ଏବଂ ଭୂମି ପେଡ଼ନେକରଙ୍କୁ ବର- କନ୍ୟା ବେଶରେ ଦେଖିବାକୁ ମିଳୁଛି । ମାତ୍ର ପୋଷ୍ଟରକୁ ଦେଖି ଲାଗୁଛି ଯେ ଏହି ସିନ୍ ପଛରେ କୌଣସି ରହସ୍ୟ ଲୁଚି ରହିଛି । କାରଣ ରାଜକୁମାରଙ୍କ ମଥା ଉପରେ ବର ମୁକୁଟ ଅଛି , କିନ୍ତୁ ସେ ତଳେ ପୁଲିସ ଡ୍ରେସ ପିନ୍ଧିଛନ୍ତି । ଏବେ ତ ଏହାର ଟ୍ରେଲର ଆସିବା ପରେ ଜଣାପଡ଼ିବ କି କ’ଣ ରହସ୍ୟ ରହିଛି ।
ଭୂମି ପୋଷ୍ଟର ସେୟାର କରି ଲେଖିଛନ୍ତି କି, ‘ଆରେ ୟାର ଏବେ ତ ଏହି ସିକ୍ରେଟ କାଲି ଆଉଟ ହେବ । କାରଣ କାଲି ଆସୁଛି ଆମର ଟ୍ରେଲର ଏବଂ ଆମେ ଆସୁଛୁ ଥିଏଟରରେ । ହେ ଭଗବାନ ମୁଁ ବହୁତ ଏକ୍ସାଇଟେଡ ଅଛି ।’
ରାଜକୁମାର ଲେଖିଛନ୍ତି କି, ‘କାଲି ଆସୁଛି ଆମର ଟ୍ରେଲର । କାଲି ବଧାଇ ଦେବେ ସେହିପରି ଆଜି ବି ଚାହିଁଲେ ଦେଇ ପାରିବେ । #BadhaaiDoInCinemas ଏହାକୁ ଏବେ ଆଉ ଗୁପ୍ତ ରଖି ପାରିବା ନାହିଁ, ବଧାଇ ଦୋ ଟ୍ରେଲର କାଲି ଆସିବ ‘ । ଏହି ପୋଷ୍ଟର ସାମ୍ନାକୁ ଆସିବା ପରେ ଏହା ବହୁତ ଭାଇରାଲ ହେବାରେ ଲାଗିଛି ଏଂ ଲୋକମାନେ ପସନ୍ଦ ମଧ୍ୟ କରୁଛନ୍ତି । ‘ବଧାଇ ଦୋ‘ ନ୍ୟାସନାଲ ଆଓ୍ବାର୍ଡ ଜିତିଥିବା ସୁପରହିଟ ଫିଲ୍ମ ‘ବଧାଇ ହୋ’ର ସ୍ବିକ୍ବଲ । ଫିଲ୍ମର ସୁଟିଂ ପୁରା ହୋଇସାରିଛି ଏବଂ ଏହା ଖୁବଶୀଘ୍ର ଥିଏଟର୍ସରେ ରିଲିଜ ହେବ ।