ପିଭି ସିନ୍ଧୁଙ୍କୁ ଦାମୀ କାର ଉପହାର ଦେଲେ ନାଗାର୍ଜୁନ

ହାଇଦ୍ରାବାଦ ୧୫/୯: ଭାରତୀୟ ବ୍ୟାଡମିଣ୍ଟନ ରାଣୀ ପିଭି ସିନ୍ଧୁ କ୍ୟାରିୟରରେ ସଫଳତାର ଗୋଟିଏ ପରେ ଗୋଟିଏ ସିଡ଼ି ଚଢ଼ି ଚାଲିଛନ୍ତି । ଗତ ଅଲିମ୍ପିକ୍ସରେ ଅଳ୍ପକେ ସ୍ୱର୍ଣ୍ଣ ପଦକରୁ ବଞ୍ଚିତ ହୋଇ ରୌପ୍ୟରେ ସନ୍ତୁଷ୍ଟ ହୋଇଥିଲେ । ମାତ୍ର ନିକଟରେ ବାସେଲ ବିଶ୍ୱ ବ୍ୟାଡମିଣ୍ଟନ ଚାମ୍ପିଅନସିପ୍‌ରେ ସ୍ୱର୍ଣ୍ଣ ଜିତି ଐତିହାସିକ ସଫଳତା ହାସଲ କରିଥିଲେ । ଏହାପରେ ତାଙ୍କୁ ବିଭିନ୍ନ ମହଲରେ ସମ୍ବର୍ଦ୍ଧିତ କରାଯିବା ସହ ଉପହାର ଓ ଆର୍ଥିକ ପୁରସ୍କାର ପ୍ରଦାନ କରାଯାଉଛି ।

ଶନିବାର ଅଭିନେତା ନାଗାର୍ଜୁନ ଏକ ଦାମୀ ଉପହାର ସିନ୍ଧୁଙ୍କୁ ପ୍ରଦାନ କରିଛନ୍ତି । ସେ ସ୍ଥାନୀୟ ଅନ୍ନପୂର୍ଣ୍ଣା ଷ୍ଟୁଡିୟରେ ସିନ୍ଧୁଙ୍କୁ ଭେଟିଥିଲେ । ଏହି ଅବସରରେ ତେଲଙ୍ଗାନା ବ୍ୟାଡମିଣ୍ଟନ ଆସୋସିଏସନ୍‌ର ଉପ ସଭାପତି ଚାମୁଣ୍ଡେସ୍ୱରୀନାଥ ଓ କୋଚ୍‌ ପୁଲେଲା ଗୋପୀଚାନ୍ଦ ଉପସ୍ଥିତ ଥିଲେ । ଉପହାରଟି ହେଉଛି, ବିଏମ୍‌ଡବ୍ଲ୍ୟୁ କାର । ମଡେଲ୍‌ ହେଉଛି ଏକ୍ସ୫ । ପୂର୍ବରୁ ଅଲିମ୍ପିକ୍ସ ପଦକ ଜିତିବା ପରେ ସିନ୍ଧୁଙ୍କୁ ସଚିନ ତେନ୍ଦୁଲକର ଏଭଳି ଏକ ଦାମୀ ଗାଡ଼ି ଉପହାର ଦେଇଥିଲେ ।

   ସମ୍ବନ୍ଧିତ ଖବର


IPL-2020: ଆଜି ସନରାଇଜର୍ସ ହାଇଦ୍ରାବାଦ ଓ ରାଜସ୍ଥାନ ରୟାଲ୍ସ ମଧ୍ୟରେ କଡ଼ା ଟକ୍କର

ଚେନ୍ନାଇ ସୁପର କିଙ୍ଗ୍ସକୁ ବଡ ଝଟକା, ଆଇପିଏଲରୁ ବାଦ ପଡ଼ିଲେ ଆହତ ବ୍ରାଭୋ

ଟିମ୍‌ ଇଣ୍ଡିଆର ଅଷ୍ଟ୍ରେଲିଆ ଗସ୍ତ ,ସିଡ୍‌ନୀ, କାନବେରାରେ ସୀମିତ ଓଭର ସିରିଜ

ହଠାତ୍‌ ଚର୍ଚ୍ଚାରେ ବାଂଲାଦେଶର ମହିଳା କ୍ରିକେଟର, ଫଟୋ ହେଲା ଭାଇରାଲ୍

୨୦ ଥର କରୋନା ଟେଷ୍ଟ କଲେ ପ୍ରୀତି ଜିଣ୍ଟା, ଜାଣନ୍ତୁ କାରଣ

ଜାନୁୟାରୀରେ ଭାରତ ଆସିବ ଇଂଲଣ୍ଡ ଟିମ୍, ଅହମଦାବାଦରେ ଖେଳାଯିବ ଦିବାରାତ୍ର ଟେଷ୍ଟ …