ବଦ୍ରିଙ୍କ ଚାଲେଞ୍ଜକୁ ଗ୍ରହଣ କଲେ ନିରଞ୍ଜନ

source:http://www.odishabytes.com
ଆନନ୍ଦପୁର/ଭୁବନେଶ୍ୱର,୩୦ା୩ (ଆପ୍ର/ବ୍ୟୁରୋ): ନିର୍ବାଚନୀ ଯୁଦ୍ଧ ପୂର୍ବରୁ ମନ୍ତ୍ରୀ ବଦ୍ରିନାରାୟଣ ପାତ୍ର ଏବଂ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ମଧ୍ୟରେ ଆରମ୍ଭ ହୋଇଯାଇଛି ବାକ୍ ଯୁଦ୍ଧ । ଗଣମାଧ୍ୟମରେ ପରସ୍ପର କଥା କଟାକଟି ସହ ଆହ୍ୱାନ ଦେବାକୁ ପଛାଇ ନାହାନ୍ତି । ଦୁଇ ଦିନ ତଳେ କେନ୍ଦୁଝରରେ ବଦ୍ରି ନିରଞ୍ଜନଙ୍କ ଉଦ୍ଦେଶ୍ୟରେ କହିଥିଲେ, ମୁଁ ଆହ୍ୱାନ କରୁଛି, ସେ ଆସନ୍ତୁ ମୋ ସହ ନର୍ବିାଚନ ଲଢନ୍ତୁ । ବଦ୍ରିଙ୍କ ଏହି ଆହ୍ୱାନକୁ ଗ୍ରହଣ କରିଛନ୍ତି ନିରଞ୍ଜନ । କହିଛନ୍ତି, ସେ ଏଥର ଘସିପୁରାରୁ ନିର୍ବିାଚନ ଲଢିବେ । କେବଳ ଘସପିୁରା ନୁହଁ, ଭଦ୍ରକ ଜଲି୍ଲା ଭଣ୍ଡାରୀପୋଖରୀରୁ ବି ଲଢିବେ । ଦୁଇ ପାରମ୍ପରକି ପ୍ରତିଦ୍ୱନ୍ଦୀଙ୍କ ଏଭଳି ଚାଲେଞ୍ଜ ଘସପିୁରା ନର୍ବିାଚନମଣ୍ଡଳୀ ସମେତ ସମଗ୍ର ରାଜ୍ୟ ରାଜନୀତିରେ ହଟଚମଟ ସୃଷ୍ଟି କରିଛି ।
ଦୁଇ ଦିନ ପୂର୍ବର୍ରୁ ମନ୍ତ୍ରୀ ଶ୍ରୀ ପାତ୍ର ଗଣମାଧ୍ୟମରେ କହିଥିଲେ, ନିରଞ୍ଜନଙ୍କ ଦମ୍ ଅଛି ତ ଘସିପୁରା ନିର୍ବିଚନମଣ୍ଡଳୀରେ ଲଢିକି ଦେଖାନ୍ତୁ । ମୁଁ ତାଙ୍କୁ ବି ୮୮ ହଜାରରୁ ଊର୍ଧ୍ୱ ଭୋଟ୍ରେ ପରାସ୍ତ କରିବି । ଏପରିକିି ନିରଞ୍ଜନଙ୍କୁ କେନ୍ଦୁଝରର ଲୋକମାନେ ଭୁଲିଗଲେଣି ବୋଲି କହିବା ସହିତ ତାଙ୍କ ପରାକ୍ରମର ପରୀକ୍ଷା ଏଠାରେ ଦିଅନ୍ତୁ କହି ବଦ୍ରି ତାଙ୍କୁ ଉସକାଇଥେିଲ । ଖାଲି କାହାକୁ ଜେଲ୍ ପଠେଇଦେବା, ମଛି ଆରୋପ କରି ନିର୍ବାଚନ ଲଢିବା ରାଜନୀତିରେ ଠିକ୍ ରାସ୍ତା ନୁହେଁ ବୋଲି ବଦ୍ରି କହିଛନ୍ତି । ବଦ୍ରି ନିରଞ୍ଜନଙ୍କ ପୁରୁଣା କ୍ରାଇମ ଫାଇଲ ଖୋଲିଛନ୍ତି । କହିଛନ୍ତି ୧୦ ବଷ ର୍ପରେ ନିରଞ୍ଜନ ଘସିପୁରାକୁ ଫେରିଛନ୍ତି । ଏତେ ଦିନ ଧରି କୁଆଡ଼େ ଯାଇଥିଲେ ବୋଲି ଲୋକେ ତାଙ୍କୁ ପ୍ରଶ୍ନ କରିବେ ।
ଏଭଳି ବୟାନ୍ ରାଜ୍ୟ ରାଜନୀତକିୁ ହଟଚମଟ କରଥିବାବେଳେ ନିରଞ୍ଜନ ଘସିପୁରାରୁ ନିର୍ବାଚନ ଲଢିବା ନେଇ ଆଜି ସବୁଜ ସଙ୍କେତ ଦେଇଛନ୍ତି । ତେଣୁ ଏଥର ପୁଣି ଘସପୁରାରେ ହେବ ଦୁଇ ହେଭିୱେଟ୍ ନେତାଙ୍କ ଟକ୍କର୍ । ନିରଞ୍ଜନ ବଦ୍ରିଙ୍କ ଚାଲେଞ୍ଜ୍କୁ ଗ୍ରହଣ କରିବା ସହ ବଦ୍ରିଙ୍କୁ ଚିଗୁଲାଇଲା ଭଳି କହିଛନ୍ତି, ହଣାକଟା ଓ ଗଣ୍ଡଗୋଳ ପାଇଁ ବଦ୍ରିଙ୍କ ଭଳି ତାଙ୍କର ଦମ୍ ନାହିଁ । କିନ୍ତୁ ନିର୍ବାଚନ ଲଢିବା ପାଇଁ ତାଙ୍କର ଦମ୍ ଅଛି ବୋଲି ନିରଞ୍ଜନ କହିଛନ୍ତି । ଏତିକିିରେ ଥମୁନିି ଉଭୟଙ୍କ ବୟାନବାଜି । ନିରଞ୍ଜନ ଘସିପୁରାରୁ ଲଢିବାକୁ ହଁ ମାରିବା ପରେ ବଦ୍ରି କୃତଜ୍ଞ ବୋଲି କହିବା ସହ ପୁରୁଣା କଥାକୁ ଉଛାଳିଛନ୍ତି । ନିରଞ୍ଜନ ଏହି ମାଟିରୁ ଜିତି ମନ୍ତ୍ରୀ ହୋଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ସହ ଭଲ ସମ୍ପକ ର୍ଥବିାରୁ ତାଙ୍କର କ୍ଷମତାର ମଧ୍ୟ ବ୍ୟବହାର କରିଛନ୍ତି । ହେଲେ ଏହି ଅଞ୍ଚଳରେ ନିରଞ୍ଜନ କି ବିକାଶ କରିଛନ୍ତି ବୋଲି ବଦ୍ରି ପଶ୍ର କରିଛନ୍ତି । ଉଭୟ ହେଭିଓେଟ୍ୱ ନେତାଙ୍କ ବୟାନବାଜି ଏବେ ରାଜ୍ୟ ରାଜନୀତିକୁ ବେଶ ଗରମ କରିଛି ।