‘ବାଗୀ-୪’ ପାଇଁ ପ୍ରସ୍ତୁତ ହେଉଛନ୍ତି ସାଜିଦ୍, ୨୦୨୨ରେ ଆରମ୍ଭ ହୋଇପାରେ ସୁଟିଂ‌

ମୁମ୍ବାଇ ୨୯/୧୦: ଟାଇଗର ଶ୍ରଫ୍‌ଙ୍କ ‘ବାଗୀ’ ସିରିଜ୍‌ର ଫିଲ୍ମକୁ ଅନେକ ସଫଳତା ମିଳିଥିଲା। ତାକୁ ଦୃଷ୍ଟିରେ ରଖି ପ୍ରଯୋଜକ ସାଜିଦ୍‌ ନାଡିୟାଡ୍‌ୱାଲା ଏବେ ‘ବାଗୀ-୪’ ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ଲେଖକମାନଙ୍କର ଏକ ଟିମ୍‌ ଏହାର ସ୍କ୍ରିପ୍ଟ ରଚନା କରୁଛନ୍ତି। ଏଥରକ କାହାଣୀ ଉପରେ ଅଧିକ ଗୁରୁତ୍ୱ ଦିଆଯାଉଛି।

୨୦୨୨ରେ ଫିଲ୍ମର ସୁଟିଂ ଆରମ୍ଭ ହୋଇପାରେ। ଏହାର ଫିମେଲ୍‌ ଲିଡ୍‌ରେ କାହାକୁ ନିଆଯିବ ତାହା ସ୍ଥିର ହୋଇପାରିନାହିଁ। ଜ୍ୟାକଲିନ୍‌ ଫର୍ଣ୍ଣାଣ୍ଡିଜ୍‌ଙ୍କ ନାମ ଏଥିପାଇଁ ଚର୍ଚ୍ଚାରେ ରହିଛି। ୱାର୍କଫ୍ରଣ୍ଟ କଥା କହିବାକୁ ଗଲେ ଟାଇଗରଙ୍କୁ ଏହି ଫିଲ୍ମ ବ୍ୟତୀତ ‘ହିରୋପନ୍ତି-୨’ରେ ବି ଦେଖିବାକୁ ମିଳିବ। ଚଳିତବର୍ଷ ଡିସେମ୍ବର ମାସରୁ ତାର ସୁଟିଂ ଆରମ୍ଭ ହେବ।

   ସମ୍ବନ୍ଧିତ ଖବର


ସୁଟିଂ ସମୟରେ ରାହୁଲ ରାୟଙ୍କର ବ୍ରେନ୍‌ ଷ୍ଟ୍ରୋକ୍‌ – ଆଇସିୟୁରେ ଭର୍ତ୍ତି

ଟଲିଉଡ୍‌ରେ ଏଣ୍ଟ୍ରି କରିବେ ଟ୍ୟାଲେଣ୍ଟେଡ ଓଡ଼ିଆ ଅଭିନେତା ଦେବାଶିଷ

ଦିବ୍ୟାଙ୍କୁ କରୋନା, ମା କହିଲେ ‘ଫ୍ରଡ୍ ପତି’

ଗାର୍ଲଫ୍ରେଣ୍ଡ ରୁଚିକାଙ୍କ ସହ ବିବାହ ବନ୍ଧନରେ ଆବଦ୍ଧ ହେଲେ ଅଭିନେତା ଶାହିର ଶେଖ

ବିବେକ ଓବରୟେଙ୍କ ସହ ଫିଲ୍ମ କରିବେ ଅରବାଜ୍‌ ଖାନ୍‌ , ସଲଖାନ ଖାନ ଅନୁମତି ଦେବେ ତ ?

କଙ୍ଗନାଙ୍କୁ ‘ଦି ଟଙ୍କାର ମଣିଷ’ କହି ଆକ୍ଷେପ କରିଥିଲେ ମୁମ୍ବାଇ ମେୟର, ତା’ପରେ ପାଲଟା ଜବାବ୍‌ ଦେଲେ ପଙ୍ଗା କୁଇନ୍