ତଥ୍ୟ ଲୁଚାଇ ସାଂଘାତିକ ଅବସ୍ଥା, ବାହାଘରରେ ବର ମୃତ- ୯୫ ବରଯାତ୍ରୀଙ୍କୁ କରୋନା ସଂକ୍ରମଣ

ପାଟଣା- ବିହାରରେ କରୋନା ଗୋଷ୍ଠୀ ସଂକ୍ରମଣର ପ୍ରଥମ ଘଟଣା । ଲକ୍‌ଡାଉନ୍‌ କଟକଣା ନମାନି ଧୁମ୍‌ଧାମରେ କରିଥିଲେ ବାହାଘର । ହେଲେ ବରର ମୃତ୍ୟୁ ହୋଇଛି । ଏବେ ୯୫ ବରଯାତ୍ରୀ ଓ ଅତିଥି କରୋନା ସଂକ୍ରମିତ ଥିବା ଜଣା ପଡିଛି । ବିହାରରେ ପାଲିଗଞ୍ଜରେ ଧୁମ୍ ଧାମରେ ଏକ ବାହାଘର ଆୟୋଜିତ ହୋଇଥିଲା । ଏଥିରେ ୩୦ ବର୍ଷ ବୟସ୍କ ସଫ୍ଟଓ୍ୱାର ଇଞ୍ଜିନିୟରଙ୍କର ବାହାଘର ହେଉଥିଲା । ଜୁନ୍‌ ୧୭ ତାରିଖରେ ଶହ ଶହ ଲୋକ ବାହାଘରରେ ଯୋଗ ଦେଇଥିଲେ । ବାହଘରର ଠିକ୍‌ ପରେ କରୋନା ଲକ୍ଷଣ ଥିବା ବରର ମୃତ୍ୟୁ ହୋଇଯାଇଥିବା ଜିଲ୍ଲାପାଳଙ୍କୁ କେହି ଫୋନ୍ କରି ଖବର ଦେଇଥିଲେ । ପ୍ରଶାସନ ପହଞ୍ଚିବା ପୂର୍ବରୁ ଶବ ଦାହ କରାଯାଇଥିଲା । ପ୍ରଶାସନ କରୋନାରେ ବରର ମୃତ୍ୟୁ ହୋଇଥିବା ପ୍ରମାଣ ପାଇ ନଥିଲେ । ପାଟଣାର ଜିଲ୍ଲାପାଳ କୁମାର ରବିଙ୍କୁ କେହି ଜଣେ ଅଜଣା ବ୍ୟକ୍ତି ଫୋନ୍ କରି ଏହି ଖବର ଦେଇଥିଲେ ।

କେହି ଜଣେ ଫୋନ୍‌ କରି ତାଙ୍କୁ ଏ ବିଷୟରେ ଖବର ଦେଇଥିବା କଥା ଜିଲ୍ଲାପାଳ କହିଛନ୍ତି । ବର କିଛି ଦିନ ତଳେ ଦିଲ୍ଲୀ ନିକଟସ୍ଥ ଗୁରୁଗ୍ରାମରୁ ବାହାଘର ପାଇଁ ଫେରିଥିଲା । ମାତ୍ର କ୍ୱାରେଣ୍ଟାଇନ୍‌ରେ ନ ରହି ସମସ୍ତ ତଥ୍ୟ ଲୁଚାଇ ବାହା ହେବା ପାଇଁ ପ୍ରସ୍ତୁତି କରିଥିଲା । ତା ନିକଟରେ କରୋନା ଲକ୍ଷଣ ଦେଖାଯାଇଥିଲା । ମାତ୍ର ସାଧାରଣ ଥଣ୍ଡା ଭାବି ଏହାକୁ ଘର ଲୋକ ଅଣଦେଖା କରିଥିଲେ । ବାହାଘର ଧୁମ୍‌ଧାମ୍‌ରେ କରାଯାଇଥିଲା । ବରର ଦେହ ଅତି ଖରାପ ହେବାରୁ ତାଙ୍କୁ ପାଟନା ଏମସ୍‌ରେ ଭର୍ତ୍ତି କରିବା ପାଇଁ ପରିବାର ଲୋକ ନେଉଥିଲେ । ମାତ୍ର ତାଙ୍କର ମୃତ୍ୟୁ ହେବାରୁ ତାଙ୍କର ଅନ୍ତିମ ସଂସ୍କାର କରିଦେଇଥିଲେ । ଏହାର ଖବର ମିଳିବା ପରେ ତାଙ୍କ ପରିବାର ଲୋକଙ୍କର ସ୍ୱାବ ପରୀକ୍ଷା ପାଇଁ ନିଆଯାଇଥିଲା । ପରିବାର ଓ ସମ୍ପର୍କୀୟଙ୍କ ମଧ୍ୟରୁ ୧୫ ଜଣ କରୋନା ପଜେଟିଭ୍‌ ବୋଲି ଜଣା ପଡିଥିଲେ । ଏହାପରେ କଣ୍ଟାକ୍ଟ ଟ୍ରାସିଂ କରାଯାଇ ପରୀକ୍ଷା କରିବାରୁ ୮୦ ଜଣ କରୋନା ପଜେଟିଭ୍‌ ବାହାରିଛନ୍ତି।

ବାହାଘର ଯୋଗୁଁ ବରଠାରୁ କରୋନା ଭାଇରସ୍‌ ୯୫ ଜଣଙ୍କୁ ବ୍ୟାପିଥିବା କୁହାଯାଇଛି । ବର ଓ କନ୍ୟାଙ୍କ ପିତା ଶିକ୍ଷକ ହୋଇଥିବା ବେଳେ ସେମାନେ ସମସ୍ତ ତଥ୍ୟ ସରକାରଙ୍କୁ ଲୁଚାଇଥିଲେ । ଭାଗ୍ୟ ବଶତଃ କନ୍ୟାର ପରୀକ୍ଷାରୁ ତାଙ୍କୁ କରୋନା ହୋଇ ନଥିବା ଜଣା ପଡିଛି । ଜୁନ୍‌ ୮ ତାରିଖରେ ବାହାଘର ତିଳକ କରାଯାଇଥିଲା । ଏହାର ପର ଦିନ ବରର ପତଳା ଝାଡା ହୋଇଥିଲା । ଯାହା କରୋନାର ଏକ ଲକ୍ଷଣ । ତାଙ୍କୁ ଡାକ୍ତର ନିକଟକୁ ନେବା ବଦଳରେ କ୍ୱାକଙ୍କ ନିକଟକୁ ଚିକିତ୍ସା ପାଇଁ ନେଇଥିଲେ । ବର ବାହାରୁ ଫେରି ଥିଲେ ମଧ୍ୟ କ୍ୱାରେଣ୍ଟାଇନ୍‌ରେ ରହି ନଥିଲା ।

ବରଯାତ୍ରୀ ଯାଉଥିବା ସମୟରେ ବରର ଚେତା ବୁଡି ଯିବା ସହ ସେ ଥରୁଥିଲା । ଦେହରେ ଜର ଥିଲେ ମଧ୍ୟ ଘର ଲୋକ ବାହାଘରେ ମାତିଥିଲେ । ଜୁନ୍‌ ୧୫ରେ ବାହାଘର ହୋଇଥିଲା ୧୬ରେ ସେମାନେ ଘରକୁ ଫେରିଥିଲେ । ଏହାପରେ ୧୭ରେ ଅବସ୍ଥା ଅଧିକ ଖରାପ ହେବାରୁ ବରର ମୃତ୍ୟୁ ହୋଇଥିଲା । ଶିକ୍ଷିତ ଘରରହୋଇଥିବା ବେଳେ ସେମାନେ ସମସ୍ତ ତଥ୍ୟ ଲୁଚାଇ ଥିଲେ । ଏହାପରେ ସେହି ଅଞ୍ଚଳକୁ ସିଲ୍‌ କରାଯିବା ସହ ପରିବା ବାଲାଠାରୁ ସମସ୍ତେ ଯିଏ ବାହାଘରେର ସାମିଲ ହୋଇଥିଲେ ମୋଟ୍‌ ୩୦୦ ଜଣଙ୍କର ସ୍ୱାବ ପରୀକ୍ଷା କରାଯାଇଛି ।

   ସମ୍ବନ୍ଧିତ ଖବର


ଭଦ୍ରକ : ବାହାଘରରେ ଭୋଜି ଆୟୋଜନ – ବନ୍ଧା ହେଲେ କନ୍ୟାର ବାପା ଓ ଭିଣୋଇ

ଜିଓ ପ୍ଲାଟ୍‌ଫର୍ମସ୍‌ରେ ୭୩୦ କୋଟି ଟଙ୍କା ପୁଞ୍ଜିନିବେଶ କରିବ କ୍ୱାଲ୍‌କମ୍ ଇନକର୍ପୋରେଟେଡ୍‌ର ପୁଞ୍ଜିନିବେଶ ସଂସ୍ଥା କ୍ୱାଲ୍‌କମ୍ ଭେଞ୍ଚର୍ସ

ଭାରତର ହିନ୍ଦୁତ୍ୱ ଜୀବନ ଶୈଳୀକୁ ମାନିଲେ ବ୍ରିଟେନ୍‌ର ରାଜକୁମାର

୧୨ ଶହ ଠେଲା ଗାଡି ଅଚଳ , ଦୁର୍ଦ୍ଦିନରେ ଅଢ଼େଇ ହଜାର ରିକ୍ସାବାଲା

ସିଲିଗୁଡ଼ି ପୁଲିସର ସୋରିଷ ତେଲ ଥେରାପି – କରୋନା ବିରୋଧରେ ନୂଆ ଅସ୍ତ୍ର କହି ଖାଦ୍ୟରେ ବ୍ୟବହାର ପାଇଁ ନିର୍ଦ୍ଦେଶ

ଏହି ଖେଳାଳୀଙ୍କର ପ୍ରଶଂସାରେ ଶତମୁଖ ସଚିନ ‘ରିଭର୍ସ ସୁଇଂକୁ ରିଭର୍ସ କରାନ୍ତି ଆଣ୍ଡରସନ’