‘ଡୋରିୟାନ’ର ପ୍ରଭାବରେ ବାହାମାସ ଦ୍ୱୀପପୁଞ୍ଜରେ ତାଣ୍ଡବ ସୃଷ୍ଟି

ଫ୍ଲୋରିଡା ୩/୯ : ଆଟଲାଣ୍ଟିକ୍‌ ମହାସାଗରରେ ସୃଷ୍ଟ ଶକ୍ତିଶାଳୀ ହରିକେନ୍‌ ‘ଡୋରିୟାନ’ ସୋମବାର ବାହାମାସ ଦ୍ୱୀପପୁଞ୍ଜରେ ତାଣ୍ଡବ ସୃଷ୍ଟି କରିଛି । କ୍ୟାଟାଗୋରୀ-୫ ଶ୍ରେଣୀର(ସବୁଠାରୁ ଭୟଙ୍କର ବାତ୍ୟା) ଏହି ହରିକେନ୍‌ ବାହାମାସରେ ଦୁଇ ଥର ସ୍ଥଳଭାଗକୁ ଛୁଇଁଥିଲା । ଏବେ ବି ଏହାର ଆଖି ଉକ୍ତ ଦ୍ୱୀପପୁଞ୍ଜ ଉପରେ ରହିଛି । ଏହା ଘଣ୍ଟା ପ୍ରତି ମାତ୍ର ଏକ ମାଇଲ ବେଗରେ ପଶ୍ଚିମ ଦିଗରେ ଗତି କରୁଛି ।

ଏହି ହରିକେନର ପ୍ରଭାବରେ ବାହାମାସରେ ଘଣ୍ଟା ପ୍ରତି ୧୮୦ରୁ ୨୨୫ ମାଇଲ ବେଗରେ ପବନ ବହିବା ସହିତ ୩୦୦ ମିଲିମିଟର ବର୍ଷା ହୋଇଛି । ଏହାଯୋଗୁ ବାହାମାସର ବିମାନ ବନ୍ଦର ସମେତ ଅନେକ ସ୍ଥାନରେ ୫ ଫୁଟ ଉଚ୍ଚର ପାଣି ଜମା ହୋଇଛି । ବାତ୍ୟା ଯୋଗୁ ଜଣେ ଶିଶୁର ମୃତ୍ୟୁ ହୋଇଥିବାର ସୂଚନା ମିଳିଛି । ଅନେକ ଘରର ଛାତ ଉଡିଯାଇଥିଲାବେଳେ ସମଗ୍ର ଦ୍ୱୀପପୁଞ୍ଜରେ ବ୍ୟାପକ କ୍ଷୟକ୍ଷତି ହୋଇଛି ।

ଏହି ହରିକେନ୍‌ ଉତ୍ତର-ପଶ୍ଚିମ ଦିଗରେ ଗତି କରି ଆମେରିକା ଆଡକୁ ମୁହାଁଇବାର ସମ୍ଭାବନା ରହିଛି । ଯଦି ଏପରି ଘଟେ, ତାହାହେଲେ ଏହା ଆମେରିକାର ଫ୍ଲୋରିଡା ପ୍ରଦେଶରେ ସ୍ଥଳଭାଗକୁ ଛୁଇଁବ । ଏହି କାରଣରୁ ଫ୍ଲୋରିଡା ସମେତ ଆମେରିକାର ପୂର୍ବ ଉପକୂଳରେ ଥିବା ନର୍ଥ କାରୋଲିନା, ଜର୍ଜିଆ ଏବଂ ଅନ୍ୟ କେତେକ ପ୍ରଦେଶରେ ଆଲର୍ଟ ଜାରି କରାଯାଇଛି ।

   ସମ୍ବନ୍ଧିତ ଖବର


ଆର୍ମି ଡେଣ୍ଟାଲ ସର୍ଭିସ୍‌ ଡିଜି ପଦରେ ପ୍ରଥମ ଓଡ଼ିଆ: ଲ୍ୟୁଟିନେଣ୍ଟ ଜେନେରାଲ ନନ୍ଦ କିଶୋର ସାହୁଙ୍କ ମିଳିଲା ନିଯୁକ୍ତି

ABP CVoterର ରିପୋର୍ଟ: ବିହାରରେ ସରକାର ଗଢ଼ିବ କିଏ? ଜନତାଙ୍କ ନଜରରେ ଏହି ନେତା ହେବେ ମୁଖ୍ୟମନ୍ତ୍ରୀ

ମୋ ସିନ୍ଦୂର ମୋର – ସ୍ୱାମୀଙ୍କ ପ୍ରେମିକାଙ୍କୁ ଛୁରୀରେ ଆକ୍ରମଣ କଲେ ମହିଳା !

ବିହାର ରାଜନୀତି: ଆଶାୟୀ ବିଧାୟକ ପ୍ରାର୍ଥୀ ଶ୍ରୀନାରାୟଣଙ୍କୁ ଗୁଳିକରି ହତ୍ୟା, ତାଙ୍କ ନାମରେ ଥିଲା ଅପରାଧିକ ମାମଲା

ଆମେରିକାରେ ସମସ୍ତଙ୍କୁ ମାଗଣା କୋରନା ଟିକା ଦେବା ପାଇଁ ଘୋଷଣା କଲେ ରାଷ୍ଟ୍ରପତି ପ୍ରାର୍ଥୀ ବିଡେନ୍‌

ଆଣ୍ଡ୍ରଏଡ୍‌ ୟୁଜର୍ସ ସାବଧାନ, ଭୁଲରେ ବି ଡାଉନଲୋଡ କରନ୍ତୁ ନାହିଁ ଏହି ୧୯ ଆପ୍ସ