ଆମରାଜ୍ୟର ଏଠି ବହି ଦୋକାନରେ ମଦ ବେପାର, ଥାନା ଠାରୁ ମାତ୍ର ୫୦ ମିଟର ଦୂର- ବନ୍ଧାହେଲେ ଦୋକାନୀ

bahi-dokan

ଭୁବନେଶ୍ୱର – ରାଜ୍ୟରେ ଲକ୍‌ଡାଉନ୍‌ ବେଳେ କଡା କଡି ଭାବେ ନିୟମ ପାଳନ କରାଯାଉଛି। ସମସ୍ତ ଅତ୍ୟାବଶକୀୟ ଦୋକାନ ଖୋଲା ରହିଥିଲା । ମାତ୍ର ଅନ୍ୟ ଦୋକାନ ବନ୍ଦ ଥିଲା । ମଦଦ ଦୋକାନ ବି ବନ୍ଦ ଥିଲା । ଏହା ଭିତରେ ବିଭିନ୍ନ ଉପାୟରେ ଚୋରା ବେପାରୀ ବେପାରକରିବାର ଉପାୟ ବାହାର କଲେ ରାଜଧାନୀରେ କେତକ ବସ୍ତିରେ ସହ ଜୟଦେବ ବିହାରେ ଜଣେ ମହିଳା ଲକ୍‌ଡାଉନ୍‌ରେ ମଦ ବେପାର କରୁଥିବା ଭିଡିଓ ଭାଇରଲ୍‌ ହୋଇଛି ।

ନୟାଗଡ ଇଟାମାଟିର ଜଣେ ବହି ଦୋକାନୀ ସମସ୍ତଙ୍କୁ ଟପି ଯାଇଛନ୍ତି । ଜ୍ଞାନର ବ୍ୟବସାୟ କରୁଥିବା ଏହି ଦୋକାନୀ ଚୋରା ମଦ ବେପାର କରୁଥିବା ଅଭିଯୋଗରେ ପୁଲିସ ଗିରଫ କରିଛି । ମଦ ବିଷୟରେ ସେ ଡିଲ୍‌ କରୁଥିବା ଭିଡିଓ ବି ଭାଇରାଲ୍‌ ହୋଇଥିଲା। ବିଭିନ୍ନ ଗଣ ମାଧ୍ୟମରେ ଏହାକୁ ଦେଖାଇବା ପରେ ଇଟାମାଟି ଥାନାଠାରୁ ମାତ୍ର ୫୦ ମିଟର ଦୂରରେ ଥିବା ଏହି ବହି ଦୋକାନୀଙ୍କୁ ଚୋରା ମଦ କାରବାର ଅଭିଯୋଗରେ ପୁଲିସ ବାନ୍ଧିଛି ।

ଥାନା ପାଖରେ ମଦ ବେପାର ଚାଲିଥିଲେ ମଧ୍ୟ ପୁଲିସକୁ କିପରି ଜଣା ନଥିଲା ସେ ନେଇ ପ୍ରଶ୍ନ ଉଠିଛି । ଗୋଟେ ନୁହେଁ କି ୨ଟା ନୁହେଁ କେତେ ପେଟେ ମଦ ଦରକାର ନେଇ ପାରିବ ବୋଲି ଫୋନ୍‌ରେ ଦୋକାନୀ ଖୁଲମ ଖୋଲା କହୁଛନ୍ତି।

କେବଳ ସେତିକି ନୁହେଁ ରାତି ସାତଟାରୁ ସକାଳ ୫ଟା ମଧ୍ୟରେ ବେପାର ଅନ୍ୟ ସମୟରେ ଦେବାକୁ କି ନେବାରୁ ସୁବିଧା ହେବନି ବୋଲି ବି କହୁଥିଲେ ଭିଡିଓ ଭାଇରାଲ୍‌ ହେବା ପରେ ବିଭିନ୍ନ ଗଣମାଧ୍ୟମରେ ଏହା ଦେଖାଇବା ପରେ ବହି ଦୋକାନୀକୁ ପୁଲିସ ବାନ୍ଧିଛି।

ରାଜ୍ୟରେ ଏବ ମଦ ଦୋକାନ ଖୋଲିବ ନାହିଁ ବୋଲି ରାଜ୍ୟ ଅବକାରୀ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

   ସମ୍ବନ୍ଧିତ ଖବର


ଆଇପିଏଲ ବେଟିଂ ଚାଲିଥିବାବେଳେ ପୋଲିସର ଚଢାଉ

ହତ୍ୟା କରି ଫେରାର ହୋଇଥିବା ଶେଷଦେବ ଗିରଫ

ଲାଇନ୍‌ଚ୍ୟୁତ ହେଲା ରେଳ ଇଞ୍ଜିନ-୪୦ ମିଟର୍‌ ଘୁଷୁଡ଼ିଲା, ୪ ଘଣ୍ଟା ନୟାନ୍ତ ବର୍ତ୍ତିଗଲେ ୨ ଡ୍ରାଇଭର୍‌ ଓ ଜଣେ ଗାର୍ଡ

ପୁଲିସ କବ୍‌ଜାରେ ଗିଲ୍‌ଟି କାଳୁ

ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥା ଫୁଙ୍ଗୁଳା – ମାଳ ମାଳ ପୁଲିସ ଦ୍ୱାର ମୁହଁରେ ଜଗି ବସିଛନ୍ତି, କିନ୍ତୁ ଉଲ୍ଲଙ୍ଘନକାରୀ ସରକାରୀ କଟକଣାକୁ ବେଖାତିର କରି ଶ୍ରୀମନ୍ଦିରକୁ ପ୍ରବେଶ କରୁଛନ୍ତି

ପ୍ରେମ କରି ଫସିଗଲେ ବିବାହିତା ମହିଳା, ସୁନା ଟଙ୍କା ଲୁଟି ନେଲା ଲମ୍ପଟ ପ୍ରେମିକ, ଥାନାରେ ଏତଲା