PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ଆଜି ଅପରାହ୍ନ ୫ଟାରେ କୋଭିଡ଼ ନେଇ ସମିକ୍ଷା କରି​‌ବେ ମୁଖ୍ୟମନ୍ତ୍ରୀ
  • ||
  • ପଞ୍ଜାବ ନିର୍ବାଚନ: ପଞ୍ଜାବ ପାଇଁ ଆପ୍‌ର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା, ମୁଖ୍ୟମନ୍ତ୍ରୀ ଚେହେରା ହେଲେ ଭାଗୱତ ମାନ୍
  • ||
  • ଭୁବନେଶ୍ୱର: ପଞ୍ଚାୟତ ନିର୍ବାଚନ ଲାଗି ବଡ଼ ଘୋଷଣା, ଡ୍ୟୁଟିରେ ଥାଇ ମୃତ୍ୟୁ ହେଲେ ମିଳିବ ୩୦ଲକ୍ଷ ଅନୁକୁମ୍ପା
  • ||
  • ଭୁବନେଶ୍ଵର : ରାଜ୍ୟରେ ଆଉ ୪ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୮୮କୁ ବୃଦ୍ଧି
  • ||
  • ଭୁବନେଶ୍ୱର : ରାଜ୍ୟରେ ୮୦ ହଜାର ଟପିଲା ଆକ୍ଟିଭ କେସ୍, ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହେଲେ ୧୧,୦୮୬ ଜଣ କରୋନା ପଜିଟିଭ
  • ||
  • ଭୁବନେଶ୍ଵର : ଏଟିଏମ୍‌ରୁ ଲୁଟ୍ ଉଦ୍ୟମ ବେଳେ ଧରାପଡ଼ିଲେ ୨ ଯୁବକ, ଗ୍ୟାସ୍ କଟର ମେସିନ୍ ଜବତ
  • ||
  • ଭୁବନେଶ୍ୱର : ରାଜ୍ୟରେ ଗାଏବ ହେବ ଶୀତ, ୨ ଦିନ ଘନ କୁହୁଡ଼ି, ୨୩ରୁ ବର୍ଷା ସମ୍ଭାବନା
  • ||
  • କଣ୍ଟାବାଞ୍ଜି : ବାଇକ୍ ଦୁର୍ଘଟଣାଗ୍ରସ୍ତ, ୨ ବାଇକ୍ ଆରୋହୀ ମୃତ
  • ||
  • ଚେନ୍ନାଇ : ୧୮ ବର୍ଷର ବୈବାହିକ ସମ୍ପର୍କରେ ପୂର୍ଣ୍ଣଛେଦ ପକାଇଲେ ସାଉଥ୍ ସୁପରଷ୍ଟାର ଧନୁଷ-ଐଶ୍ଵର୍ଯ୍ୟା, ଟ୍ଵିଟ୍ କରି ଦେଲେ ସୂଚନା
  • ||
  • ଲମତାପୁଟ : ପିକଅପ୍ ଭ୍ୟାନ୍‌ରୁ ୩୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୨ ଗିରଫ
  • ||

ପ୍ରେମରେ ବାଧା ସାଜିଲା ସମ୍ପ୍ରଦାୟ: ୨ ମାସ ତଳେ ଛୁ ମାରିଥିବା ସ୍ୱାମୀ ଘରେ ପହଞ୍ଚିଗଲେ ସ୍ତ୍ରୀ, ବୋହୂଙ୍କୁ ପିଟି ପିଟି ଡ୍ରେନ୍‌କୁ ଠେଲିଦେଲେ ଶ୍ୱଶୁର ଓ ଦେଢ଼ଶୁର

ଭୁବନେଶ୍ୱର,୦୩/୦୬: ୫ ବର୍ଷ ଲିଭ୍‌ ଇନ୍‌ ରିଲେସନସିପ୍‌ରେ ରହିଲେ । ବାହା ବି ହେଲେ । କିନ୍ତୁ ପ୍ରେମରେ ବାଧା ସାଜିଲା ସମ୍ପ୍ରଦାୟ । ପରିବାର ଲୋକଙ୍କ ପ୍ରରୋଚନାରେ ସ୍ତ୍ରୀକୁ ଛାଡି ଛୁ ମାରିଲା । ଯୌତୁକ ଲୋଭରେ ଅନ୍ୟତ୍ର ବାହା ହେବାକୁ ଯୋଜନା ରଖିଥିଲା । ଏପଟେ ଠିକଣା ଖୋଜି ସ୍ୱାମୀ ଘରେ ପହଞ୍ଚିବାରୁ ଶ୍ୱଶୁର ଘର ଲୋକଙ୍କ ଆକ୍ରମଣର ଶିକାର ହୋଇଛନ୍ତି ସ୍ତ୍ରୀ । ଶ୍ୱଶୁର ଓ ଦେଢ଼ଶୁର ମିଶି ମହିଳାଙ୍କୁ ନିସ୍ତୁକ ପିଟିଛନ୍ତି । ଏମିତିକି ବୋହୂଙ୍କୁ ଡ୍ରେନକୁ ଠେଲି ଦେଇଛନ୍ତି । ଏମିତି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଖଣ୍ଡଗିରି ଡୁମୁଡୁମାରେ । ଆକ୍ରମଣର ଶିକାର ହୋଇଛନ୍ତି, ବିଷ୍ମୁପ୍ରିୟା ଗଉଡ । ଏନେଇ ସେ ଖଣ୍ଡଗିରି ଥାନାରେ ଅଭିଯୋଗ କରିଛନ୍ତି । ପୁଲିସ ସ୍ୱାମୀ ହାଇଦର ଅଲ୍ଲୀଙ୍କୁ ତାଙ୍କ ଘରୁ ଉଠାଇ ଆଣିଛି । ଗିରଫ ଭୟରେ ଶ୍ୱଶୁର ମହମ୍ମଦ ସମସୁଦ୍ଦିନ ଓ ଦେଢ଼ଶୁର ମହମ୍ମଦ ଫରୁକ ଫେରାର୍‌ ହୋଇଯାଇଛନ୍ତି ।

ବିଷ୍ଣୁପ୍ରିୟାଙ୍କ ଅଭିଯୋଗ ହେଉଛି ଯେ, ୨୦୧୬ରେ ଗୋଟିଏ ଘରୋଇ ସଂସ୍ଥାରେ ଚାକିରି କରିବା ବେଳେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା । ପରେ ଉଭୟେ ଖଣ୍ଡଗିରି ଅଞ୍ଚଳରେ ଲିଭ୍‌ ଇନ୍‌ ରିଲେସନସିପ୍‌ରେ ରହିଲେ । ବିଷ୍ଣୁପ୍ରିୟା ବାରମ୍ବାର ବାଧ୍ୟ କରିବା ପରେ ଉଭୟେ ୨୦୨୧ ଜାନୁଆରୀ ୨୧ରେ ଆମଫୋଇରେ ବିବାହ କରିଥିଲେ । ଅନ୍ୟ ସମ୍ପ୍ରଦାୟର ହୋଇଥିବାରୁ ହାଇଦରଙ୍କ ପରିବାର ବିବାହକୁ ସ୍ୱୀକାର କରିବାକୁ ରାଜି ନଥିଲେ । ପରିବାରର ପ୍ରରୋଚନାରେ ବିବାହର ୨ ମାସ ପରେ ହାଇଦର ବିଷ୍ଣୁପ୍ରିୟାଙ୍କୁ ଛାଡି ନିଜ ଘରକୁ ପଳାଇ ଆସିଲେ । ଏଠାରେ ଅନ୍ୟତ୍ର ବିବାହ ପାଇଁ ଯୋଜନା ଚଳାଇଥିଲେ।

ଏ ଖବର ଶୁଣି ବିଷ୍ଣୁପ୍ରିୟା ସିଧା ଡୁମୁଡୁମାସ୍ଥିତ ଶ୍ୱଶୁର ଘରକୁ ଯାଇଥିଲେ । ସେଠାରେ କିନ୍ତୁ ଶ୍ୱଶୁର ଘର ଲୋକଙ୍କ ଆକ୍ରୋଶର ଶିକାର ହେଲେ । ଶ୍ୱଶୁର ମହମ୍ମଦ ସମସୁଦ୍ଦିନ ଓ ଦେଢ଼ଶୁର ମହମ୍ମଦ ଫରୁକ ସମସ୍ତଙ୍କ ସାମ୍ନାରେ ବିଷ୍ଣୁପ୍ରିୟାଙ୍କୁ ନିର୍ଧୁମ ପିଟିଥିଲେ । ଏମିତିକି ଡ୍ରେନକୁ ଠେଲି ଦେଇଥିଲେ । ଶେଷରେ ବିଷ୍ଣୁପ୍ରିୟା ନିରୁପାୟ ହୋଇ ନ୍ୟାୟ ପାଇଁ ପୁଲିସର ସହାୟତା ନେଇଛନ୍ତି ।