ଲଞ୍ଚ ହେଲା ବଜାଜ ଚେତକ: ଦାମ୍ ୧ ଲକ୍ଷରୁ ଆରମ୍ଭ, ଜାଣନ୍ତୁ କ’ଣ ରହିଛି ଫିଚର୍ସ

ନୁଆଦିଲ୍ଲୀ ୧୪/୧: ବଜାଜ ଅଟୋ ନିଜ ଇଲେକ୍ଟ୍ରିକ୍ ସ୍କୁଟର ଚେତକକୁ ଆଜି ଲଞ୍ଚ କରିଦେଇଛି । ଚେତକର ପ୍ରାରମ୍ଭିକ ମୂଲ୍ୟ ୧ ଲକ୍ଷ ଟଙ୍କା ରହିବ । ବଜାଜ ଅଟୋ ନିଜ ପ୍ରଥମ ଇଲେକ୍ଟିକ୍ ସ୍କୁଟର ଚେତକକୁ ୧୬ ଅକ୍ଟୋବର ୨୦୧୯ରେ ଭାରତରେ ପ୍ରଦର୍ଶନ କରିଥିଲା । ବଜାଜର ଏହି ସ୍କୁଟର ନୂଆ ଇଲେକ୍ଟିକ୍ ଡିଭିଜ୍ ବ୍ରାଣ୍ଡ ଅର୍ବାନାଇଟ୍ ସହିତ ପ୍ରସ୍ତୁତ ହୋଇଛି । କମ୍ପାନୀ ନିଜର ଏହି ଇଲେକ୍ଟ୍ରିକ୍ ସ୍କୁଟରକୁ ମକର ସଂକ୍ରାନ୍ତି ଅବସରରେ ଜାନୁୟାରୀ ୧୪ରେ ଲଞ୍ଚ କରିଛି ।

୯୫ କିଲୋମିଟର ହେବ ରେଞ୍ଜ
ବଜାଜର ନୂଆ ଚେତକ IP 67 ହାଇ-ଟେକ୍ ଲିଥିୟମ୍-ଆୟନ ବ୍ୟାଟେରୀରେ ଉପଲବ୍ଧ । ଏଥିରେ ୨ଟି ଡ୍ରାଇଭ୍ ମୋଡ୍ ରହିଛି । ଇକୋ ଓ ସ୍ପୋର୍ଟ ମୋଡ୍ । ଇକୋ ମୋଡରେ ଏହା ୯୫ କିଲୋମିଟର ପର୍ଯ୍ଯନ୍ତ ଯାଇପାରିବ । ଅନ୍ୟପଟେ ସ୍ପୋର୍ଡ ମୋଡରେ ଏହି ସ୍କୁଟର ୮୫ କିଲୋମିଟର ରେଞ୍ଜ ପ୍ରଦାନ କରିବ । ବଜାଜ ଏହି ସ୍କୁଟରରେ ଅନେକ ପ୍ରିମିୟମ୍ ଫିଚର୍ସ ମଧ୍ୟ ସାମିଲ କରିଛି । ଏଥିରେ ଫୁଲି ଡିଜିଟଲ୍ ଇନଷ୍ଟ୍ରୁମେଣ୍ଟ ସ୍ପିଡୋମିଚର ଲାଗିଛି । ଏଥିରେ ଅନେକ ସୂଚନା ଦେଖିବାକୁ ମିଳିବ । ଆପଣଙ୍କୁ କହିରଖୁଛୁ ଏହି ଇଲେକ୍ଟ୍ରିକ୍ ସ୍କୁଟରରେ କି-ଲେସ୍ ଇଗ୍ନିଶେନ ରହିଛି । ଏହା ଆପ୍ ମାଧ୍ୟମରେ ଫୁଲି କନେକ୍ଟେଡ୍ ହେବ । ଏହି ସ୍କୁଟର ୬ଟି କଲରରେ ଉପଲବ୍ଧ ହେବ । ଏହାର ବ୍ୟାଟେରୀ ୩-୫ ଘଣ୍ଟାରେ ଫୁଲ୍ ଚାର୍ଜ ହୋଇଯିବ । ତେବେ ଏହାର ବ୍ୟାଟେରୀ ରିମୁଭେବୁଲ୍ ନୁହେଁ । ଅର୍ଥାତ୍ ଏହି ବ୍ୟାଟେରୀକୁ ସ୍କୁଟରରୁ କାଢି ଅନ୍ଯ କେଉଁଠି ଚାର୍ଜ କରାଯାଇପାରିବ ନାହିଁ ।

ଦାମ୍
Chetak Electric Scooter ର ଅର୍ବନ ଭେରିଏଣ୍ଟରେ ଡ୍ରମ୍ ବ୍ରେକ୍ ଲାଗିଛି ଏବଂ ଏହାର ଦାମ୍ ୧ ଲକ୍ଷ ଟଙ୍କା ରହିଛି । ଅନ୍ୟପଟେ ପ୍ରିମିୟର ଭେରିଏଣ୍ଟରେ ଡିସ୍କ ବ୍ରେକ୍ ଲାଗିଛି ଏବଂ ଏହାର ଦାମ୍ ୧.୧୫ ଲକ୍ଷ ଟଙ୍କା । ଅର୍ବନ ଭେରିଏଣ୍ଟରେ ଗ୍ଲସି ଫିନିଶ୍ ସହିତ ସଲିଡ୍ କଲର୍ ଓ ପ୍ରିମିୟମ୍ ଭେରିଏଣ୍ଟରେ କିଛି କସ୍ମେଟିକ୍ ପରିବର୍ତ୍ତନ କରାଯାଇଛି ଏବଂ ଏହା ମେଟାଲିକ୍ ରଙ୍ଗରେ ଉପଲବ୍ଧ ।

ବିକ୍ରି
ରିପୋର୍ଟ ଅନୁସାରେ ବଜାଜ ଚେତକ ପ୍ରଥମେ ପୁଣେରେ ବିକ୍ରି ହେବ । ପ୍ରାରମ୍ଭିକ ଭାବେ କମ୍ପାନୀ ଏହାକୁ କେଟିଏମ ଶୋ-ରୁମରେ ବିକ୍ରି କରିବ । ଏହା ପରେ ବେଙ୍ଗାଲୁରୁ ଓ ପରେ ଅନ୍ୟ ମେଟ୍ରୋ ସହରରେ ଏହାକୁ ବିକ୍ରି ପାଇଁ ଉପଲବ୍ଧ କରାଯିବ । ବଜାଜ ନିଜ ଏହି ସ୍କୁଟର ଉପରେ ୩ ବର୍ଷ କିମ୍ବା ୫୦ ହଜାର କିଲୋମିଟରର ୱାରେଣ୍ଟି ଦେଉଛି । ଏହା ସହିତ ସ୍କୁଟରରେ ୩ଟି ଫ୍ରି ସର୍ଭିସ୍ ଦେଉଛି କମ୍ପାନୀ ।

   ସମ୍ବନ୍ଧିତ ଖବର


୭.୭ ତୀବ୍ରତାର ଭୂମିକମ୍ପରେ ଥରିଲା କ୍ୟୁବା: ସୁନାମୀ ପାଇଁ ଆଲର୍ଟ ଜାରି

ଘରକୁ ଫେରିଲେ ପ୍ରେମିକ-ପ୍ରେମିକା : ବାହାଘର ପୂର୍ବରୁ କନ୍ୟାର ମା’ ସହ ବରର ବାପା ହୋଇଥିଲେ ଫେରାର, ଏବେ ଗ୍ରହଣ କରୁନାହାନ୍ତି ସ୍ବାମୀ

୧୩୨କୁ ଟପିଲା କରୋନା ମୃତ୍ୟୁ ସଂଖ୍ୟା:୧୭ ଦେଶକୁ ବ୍ୟାପିଲା ଭାଇରସ, ୬୦୦୦ ଆକ୍ରାନ୍ତ ଚିହ୍ନଟ୍

ନାସିକ: କୂଅରେ ଖସିପଡିଲା ଯାତ୍ରୀବାହୀ ବସ୍, ୨୦ ମୃତ