ପ୍ରମୁଖ ଖବର
  • ବାଲେଶ୍ୱର ଜିଲ୍ଲା ଜେଲରେ ବିଚାରାଧୀନ କଏଦୀ ମୃତ।
  • ||
  • ମଝି ରାସ୍ତାରେ ହୁ ହୁ ହୋଇ ଜଳିଗଲା 'ପ୍ରିୟଂଶୁ' ଯାତ୍ରୀବାହୀ ବସ, ଅଳ୍ପକେ ବର୍ତ୍ତିଲେ ୫୦ରୁ ଅଧିକ ଯାତ୍ରୀ
  • ||
  • ଭାରତ ଦେଉଛି ଦ୍ୱିତୀୟ ପର୍ଯ୍ୟାୟ ଭୋଟ, ଦିନ ୧୧ଟା ସୁଦ୍ଧା ୨୫ ପ୍ରତିଶତ ମତଦାନ
  • ||
  • ନୟାଗଡ଼: ଡବଲ ମର୍ଡର ଘଟଣା, ଅଭିଯୁକ୍ତଙ୍କୁ ଫାଶି
  • ||
  • ଭୁବନେଶ୍ୱର: ଜଳୁଛି ଓଡ଼ିଶା, ଦିନ ସାଢ଼େ ୧୧ଟା ସୁଦ୍ଧା ସବୁଠୁ ଉତ୍ତପ୍ତ ସହର ପାଲଟିଲା ଝାରସୁଗୁଡ଼ା, ୪୦ ଡିଗ୍ରୀ ଟପିଲା ପାରଦ
  • ||
  • ନୂଆପଡା - ଚେକିଂ ବେଳେ ୩ ଲକ୍ଷ ୬୯ ହଜାର ଟଙ୍କା ସିଜ କଲା ଖରିଆର ରୋଡ଼ ଜୋଙ୍କ ପୋଲିସ
  • ||
  • ୨୮ରେ ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ଭାରତୀୟ ଦଳ ଘୋଷଣା!
  • ||
  • EVM- VV-PAT ସ୍ଲିପ୍ ଯାଞ୍ଚ ଆବେଦନ ଖାରଜ, ଇଭିଏମ୍‌ରେ ମତଦାନକୁ ନେଇ ସୁପ୍ରିମେକୋର୍ଟଙ୍କ ରାୟ ପ୍ରକାଶ
  • ||
  • ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି, ଆଜିଠୁ ପ୍ରାର୍ଥିପତ୍ର ଦାଖଲ
  • ||
  • IPL 2024ରେ କୋଲକାତାକୁ ଭେଟିବ ପଞ୍ଜାବ, ବ୍ୟାଟିଂ ତ୍ରୁଟି ସୁଧାରିବ କିଙ୍ଗସ୍
  • ||
  • ଆହୁରି ଜଳିବ ଓଡ଼ିଶା: ଆଜି,କାଲି ଅତି ଭୟଙ୍କର ତାତି, ଆହୁରି ୧୪ ଦିନ କଲବଲ କରିବ ଖରା
  • ||

ଦୀପାବଳି ପୂର୍ବରୁ କିଣନ୍ତୁ ଦେଶର ସବୁଠୁ ଶସ୍ତା ବାଇକ୍, ଯାହାର ମୂଲ୍ୟ ମାତ୍ର ଏତିକି ଟଙ୍କା

ନୂଆଦିଲ୍ଲୀ, ୨୭/ ୧୦: ବର୍ତ୍ତମାନ ସାରା ଦେଶରେ ଚାଲିଛି ପାର୍ବଣ ଋତୁ। ଦଶହରା ପର୍ବ ଏହାରି ମଧ୍ୟରେ ସରିଗଲାଣି। ଆଗକୁ ଆସୁଛି ଆଲୋକର ପର୍ବ ଦୀପାବଳି। ଦୀପାବଳିରେ ଆପଣ ମଟରସାଇକେଲ କିଣିବାର ଯୋଜନା କରିଛନ୍ତି କି? ଯଦି ହଁ ତେବେ ଏହି ଖବର ଆପଣଙ୍କ କାମରେ ଆସିପାରେ। ଦେଶର ସବୁଠୁ ଶସ୍ତା ମଟର ସାଇକେଲ Bajaj CT100 ବିଷୟରେ ଆଜି ଆମେ କହୁଛୁ। ଯାହାର ଦାମ୍‌ ୫୦ ହଜାର ଟଙ୍କାରୁ ମଧ୍ୟ କମ୍। ଏଥିସହିତ ଏହି ଗାଡ଼ିର ଆଉ ଏକ ବିଶେଷତ୍ବ ହେଉଛି ଜବରଦସ୍ତ ମାଇଲେଜ ମିଳିଥାଏ।

Bajaj CT100 ଗାଡ଼ିରେ ୧୦୨ ସିସି ୪ ଷ୍ଟ୍ରୋକ୍, ସିଙ୍ଗଲ ସିଲିଣ୍ଡର, ଇଲେକ୍ଟ୍ରାିକ୍‌ ଇଞ୍ଜେକଶନ୍‌ ଇଞ୍ଜନ୍‌ ରହିଛି। ଏହି ଗାଡ଼ିରେ ଲାଗିଥିବା ଇଞ୍ଜନ ସର୍ବାଧିକ ୭୫୦୦ ଆରପିଏମ୍‌ ୭.୯ ପିଏସ୍‌ର ଶକ୍ତି ଏବଂ ୫୫୦୦ଆରପିଏମରେ ୮.୩୪ ଏନଏମ୍‌ ଟର୍କ ଜେନେରେଟ ହୋଇଥାଏ। ଗାଡ଼ିର ଇଞ୍ଜିନ୍‌ ୪-ସ୍ପିଡ ଗିୟରବସ୍କ ରହିଛି ଓ ଏହାର ସମସ୍ତ ଗିୟର ତଳକୁ ରହିଛି।

Bajaj CT100ର ଫ୍ରଣ୍ଟରେ ୧୨୫ ମିଲିମିଟର ଟ୍ରାଭେଲ, ହାଇଡ୍ରୋଲିକ୍‌ ଟେଲିସ୍କୋପିକ୍‌ ସସପେନ୍ସସନ୍‌ ରହିଛି। ଗାଡ଼ିର ବ୍ରେକ୍‌ ସିଷ୍ଟମ୍‌ କଥା କହିବା ଯଦି ଗାଡ଼ିର ଫ୍ରଣ୍ଟରେ ୧୩୦ ମିଲିମିଟରର ଡ୍ରମ୍‌ ବ୍ରେକ ରହିଛି। ସେହିପରି ରିୟରରେ ୧୧୦ ମିଲିମିଟରର ଡ୍ରମ୍‌ ବ୍ରେକ୍‌ ରହିଛି। ସୁରକ୍ଷା ପାଇଁ ରିୟରରେ ସିବିଏସ୍‌ ଫିଚର ରହିଛି।

Bajaj CT100ର ଲମ୍ବା ୧୯୪୫ ମିଲିମିଟର, ଚଉଡ଼ା-୭୫୨ ମିଲିମିଟର ଓ ଉଚ୍ଚତା ୧୦୭୨ ମିଲିମିଟର ରହିଛି। ଯଦି ଗାଡ଼ିର ମାଇଲେଜ କଥା କହିବା ତେବେ ପ୍ରତି ଲିଟର ପିଛା ୯୦ କିଲୋମିଟର ଚାଲିଥାଏ। ଏହି ଗାଡ଼ିରେ ୧୦.୫ ଲିଟରର ପେଟ୍ରୋଲ ଟାଙ୍କି ରହିଛି। ଏହି ଗାଡ଼ିର ପ୍ରାରମ୍ଭିକ ମୂଲ୍ୟ ଦିଲ୍ଲୀ ଏକ୍ସ-ଶୋରୁମ୍‌ରେ ୪୪, ୮୯୦ ଟଙ୍କା। ଏଥିସହିତ ଗାଡ଼ିର ଟପ୍‌ ଆଣ୍ଡ ଭାରିଆଣ୍ଟରେ ଗାଡ଼ିର ମୂଲ୍ୟ ୫୧,୮୦୨ ଟଙ୍କା ପଡ଼ିଥାଏ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.