ପରଦାରେ ‘ବାଲା’ : ଦେଶର ୯ଟି ସହରରେ ସ୍ପେଶାଲ ସ୍କ୍ରିନିଂ

ଭୁବନେଶ୍ୱର ୮।୧୧: ଫ୍ରାଇଡେ ରିଲିଜ୍‌ ଅବସରରେ ପ୍ରେକ୍ଷାଳୟକୁ ଆସୁଛି ବଲିଉଡ୍‌ର ବହୁ ଚର୍ଚ୍ଚିତ ମାଡକ ଫିଲ୍ମସ ପ୍ରଯୋଜିତ ଆୟୁଷ୍ମାନ ଖୁରାନାଙ୍କ ଅଭିନୀତ ‘ବାଲା’ । ଅମର କୌଶିକଙ୍କ ହିନ୍ଦୀ ଭାଷାରେ ପ୍ରସ୍ତୁତ ଏହି କମେଡି ଫିଲ୍ମର ପ୍ରଯୋଜନା ଦାୟିତ୍ୱ ତୁଲାଇଛନ୍ତି ଦିନେଶ ବିଜନ । ସିନେମାର କାହାଣୀରେ ନାୟକ କାନପୁର ଅଞ୍ଚଳର, ଯିଏ ଆଲୋପେସିଆ ରୋଗରେ ପୀଡ଼ିତ । ସେଥିପାଇଁ ତାଙ୍କର ସବୁ ଚୁଟି ଉପୁଡ଼ି ଯାଉଛି । ଏହା ତାଙ୍କ ଲାଗି ସମସ୍ୟା ହୋଇ ଠିଆ ହେଉଛି । ସିନେମାର ଲିଡ୍‌ରେ ନାୟକ ଆୟୁଷ୍ମାନ ଖୁରାନାଙ୍କ ସହ ନାୟିକା ଭୂମି ପେଡନେକର ଓ ୟାମି ଗୌତମ ଅଭିନୟ କରିଛନ୍ତି ।

ଏମାନଙ୍କ ବ୍ୟତୀତ ଫିଲ୍ମରେ ଜାଭେଦ ଜାଫ୍ରି, ସୌରଭ ଶୁକ୍ଳା, ସୀମା ପହୱା, ଅଭିଷେକ ବାନାର୍ଜୀ, ଧୀରେନ୍ଦ୍ର କୁମାର ଗୌତମ ପ୍ରମୁଖ କଳାକାର ରହିଥିବାବେଳେ ସୋନମ ବଜୱା ଏବଂ ହାର୍ଡି ସାନ୍ଧୁ ‘ନାହ୍‌ ଗୋରିୟେ’ ଗୀତରେ ସ୍ୱତନ୍ତ୍ର କଳାକାର ଭାବେ ନଜର ଆସିବେ । ‘ଦମ୍‌ ଲଗା କେ ହେଇସା’ ଏବଂ ‘ଶୁଭ ମଙ୍ଗଲ ସାବଧାନ’ ପରେ ଆୟୁଷ୍ମାନ ଖୁରାନା ଏବଂ ଭୂମି ପେଡନେକରଙ୍କ ଏହା ତୃତୀୟ ଚଳଚ୍ଚିତ୍ର । ସେହିପରି ୨୦୧୨ରେ ଶୁଭମୁକ୍ତି କରିଥିବା ‘ଭିକି ଡୋନର’ ପରେ ୟାମିଙ୍କ ସହ ଆୟୁଷ୍ମାନଙ୍କ ଏହା ଦ୍ୱିତୀୟ ସିନେମା । ଏହି ଫିଲ୍ମରେ ୩ଟି ଗୀତ ଥିବାବେଳେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ସଚ୍ଚିନ-ଜିଗର, ବି ପ୍ରାକ ଏବଂ ଜାନି । ଗୀତ ଲେଖିଛନ୍ତି ମେଲୋ ଡି, ବାଦଶା, ଜାନି ଓ ଜିଗର ସରାୟା । ‘ଡୋଣ୍ଟ ବି ସାଏ’ ଗୀତଟି ‘ରୁଜ’ ଆଲ୍‌ବମ୍‌ର ମୂଳ ଟ୍ରାକ୍‌ ।

ଗତ ମେ ୬ ତାରିଖରେ ଏହି ଫିଲ୍ମର ସୁଟିଂ ମୁମ୍ବାଇରୁ ଆରମ୍ଭ ହୋଇ ପରେ ଲକ୍ଷେ୍ନø ଏବଂ କାନପୁରରେ ହୋଇଥିଲା । ଜୁଲାଇ ୭ରେ ଶେଷ ହୋଇଥିଲା । ମେ ୨୭ରେ ଥିମ୍‌ ପୋଷ୍ଟର୍‌ ରିଲିଜ୍‌ କରାଯାଇଥିଲା । ଅଗଷ୍ଟ ୨୬ ରେ ଟିଜର୍‌ ଏବଂ ଅକ୍ଟୋବର ୧୦ରେ ଟ୍ରେଲର ରିଲିଜ୍‌ ହୋଇଥିଲା । ନଭେମ୍ବର ୧୫ରେ ସିନେମାଟି ରିଲିଜ୍‌ ହେବ ବୋଲି ପୂର୍ବରୁ ତାରିଖ ଧାର୍ଯ୍ୟ କରାଯାଇଥିଲା । ଯେହେତୁ ଏଭଳି ଚନ୍ଦାପଣକୁ ନେଇ ‘ଉଜଡ଼ା ଚମନ’ ୮ରେ ରିଲିଜ୍‌ ହେବ ବୋଲି ରହିଥିଲା ତେଣୁ ତା’ ସହିତ ଟକ୍କର୍‌ ଦେବାକୁ ‘ବାଲା’ ରିଲିଜ୍‌ ତାରିଖ ପରିବର୍ତ୍ତନ କରିଥିଲା । ଯେତେବେଳେ ‘ବାଲା’ ତା’ର ପୋଷ୍ଟର୍‌ ଏବଂ ଟିଜର୍‌ ଓ ଟ୍ରେଲର୍‌ ରିଲିଜ୍‌ କଲା ତାକୁ ନେଇ ଅନେକ ସମାନତା ରହିଥିବା ‘ଉଜଡ଼ା ଚମନ’ ଅଭିଯୋଗ ଆଣିଲା । କଥା କୋର୍ଟ ପର୍ଯ୍ୟନ୍ତ ଗଲା ।

ଶେଷରେ ଗତ ୧ ତାରିଖରେ କନ୍ନଡ଼ ସିନେମାର ରିମେକ୍‌ ‘ଉଜଡ଼ା ଚମନ’ ରିଲିଜ୍‌ ହେଲା । ଏବେ ‘ବାଲା’କୁ ଅପେକ୍ଷା । ଦେଖାଯାଉ ସିନେମାରେ ଆୟୁଷ୍ମାନଙ୍କ କ୍ରେଜ୍‌ ବକ୍ସ ଅଫିସ୍‌ରେ କେତେ କାମ କରୁଛି । କାହିଁକି ନା’ ବଲିଉଡରେ ଯେଉଁ କିଛି ନାୟକଙ୍କ ରାଜ୍‌ ଚାଲିଛି ସେ ଭିତରେ ସର୍ବାଗ୍ରେ ରହିଛନ୍ତି ଆୟୁଷ୍ମାନ ଖୁରାନା । ଏହି ଚଳଚ୍ଚିତ୍ରରେ ମୋଟ୍‌ ୨୫ କୋଟି ଟଙ୍କା ଖର୍ଚ୍ଚ ହୋଇଥିବାବେଳେ ସିନେମାଟି ଭଲ ବ୍ୟବସାୟ କରିବ ବୋଲି ଟ୍ରେଡ୍‌ ବିଶେଷଜ୍ଞ ମତ ରଖିଛନ୍ତି । ଆସନ୍ତାକାଲି ସର୍ବଭାରତୀୟସ୍ତରରେ ୯ଟି ସହର ଯଥା³ ମୁମ୍ବାଇ, ଅହମ୍ମଦାବାଦ, ଚଣ୍ଡିଗଡ଼, କୋଲକାତା, ପୁନେ, ଦିଲ୍ଲୀ, ଇନ୍ଦୋର, ହାଇଦ୍ରାବାଦ ଓ ବେଙ୍ଗାଲୁରୁରେ ଫିଲ୍ମର ସ୍ପେଶାଲ ସ୍କ୍ରିନିଂ ହେବ । ନିଜ ସିନେମା ଲାଗି ବାରାଣସୀ ଘାଟରେ ପୂଜାର୍ଚ୍ଚନ କରିଛନ୍ତି ଆୟୁଷ୍ମାନ । ପୂର୍ବରୁ ‘ବଧାଇ ହୋ’, ‘ଅନ୍ଧାଧୂନ’ସମୟରେ ବୈଷ୍ଣୋଦେବୀ ଯାଇଥିବାବେଳେ ‘ଡ୍ରିମ୍‌ଗାର୍ଲ’ ସମୟରେ ଲାଲ୍‌ବାଗ୍‌ ଯାଇଥିଲେ ।

   ସମ୍ବନ୍ଧିତ ଖବର


ଅକ୍ଷୟ କୁମାର ଓ ରୋହିତ ସେଟ୍ଟୀ ହେଲେ ହାତାହାତି, ଭିଡିଓ ଭାଇରାଲ

ହ୍ରିତିକ୍ ରୋଶନଙ୍କୁ ପସନ୍ଦ କରୁଥିଲେ ପତ୍ନୀ, ଛୁରି ଭୁସି ହତ୍ୟା କରି ଆତ୍ମହତ୍ୟା କଲା ସ୍ବାମୀ, ପଢ଼ନ୍ତୁ ପୁରା କାହାଣୀ…

ଓଡ଼ିଶା କୁଇନ୍ ମୁକୁଟ ପିନ୍ଧିଲେ ଅନନ୍ୟା

‘ବିଗ୍ ବସ୍ ୧୩’କୁ ନେଇ ଟ୍ୱିଟରରେ ପୁଣି ଯୁଦ୍ଧ, ସଲମାନଙ୍କ ବିରୁଦ୍ଧରେ ଏମିତି କହିଲେ ୟୁଜର୍ସ