‘ମିସ୍ ଇଣ୍ଡିଆ ହେବାକୁ ସ୍ୱପ୍ନ ଦେଖିଛି’: ସ୍ୱାତିକା

ବାଲେଶ୍ୱର ୦୫/୦୩: ବାଲେଶ୍ୱରରେ ଏମିତି କମ୍ ପ୍ରତିଭା ଅଛନ୍ତି ଯେଉଁମାନେ ମଡେଲିଂକୁ ରୁଚି କରିଛନ୍ତି । ଏଥିରେ ସଫଳତା ମଧ୍ୟ ହାସଲ କରିଛନ୍ତି ।

ଅନ୍ୟମାନଙ୍କ ପାଇଁ ଆଦର୍ଶ ମଧ୍ୟ ପାଲଟିଛନ୍ତି । ଏମିତି ଜଣେ ପ୍ରତିଭା ହେଉଛନ୍ତି ସ୍ୱାତିକା ପାଢ଼ୀ । ମଡେଲିଂ ସହ ଅଭିନୟ କରିବାକୁ ରୁଚି ରଖୁଥିବା ଏହି ମଡେଲ ଜଣକ ମିସ୍ ଇଣ୍ଡିଆ ହେବାକୁ ଲକ୍ଷ୍ୟ ରଖିଛନ୍ତି।

ସ୍ୱାତିକାଙ୍କ ଘର ବାଲେଶ୍ୱର ଜେଲ୍ ରୋଡ ଅଞ୍ଚଳରେ । ପିଲାବେଳୁ ସଙ୍ଗୀତ ପ୍ରତି ତାଙ୍କର ରୁଚି ଥିଲା । ନୃତ୍ୟ ସଙ୍ଗୀତ କଳା ମନ୍ଦିରରୁ ସେ ସଙ୍ଗୀତ ଶିକ୍ଷା କରିଥିଲେ । ପରବର୍ତ୍ତୀ ସମୟରେ ଗୁରୁ ବେଲା ସେନ୍୍ଙ୍କ ନିକଟରୁ ସଙ୍ଗୀତ ଶିକ୍ଷା ଗ୍ରହଣ କରିଥିଲେ ।

ବାଲେଶ୍ୱରରେ ସେନସେସ୍, ପୁରୀ, ସ୍ନୋ ଫେଷ୍ଟ ଭଳି ପ୍ରତିଯୋଗିତାରେ ଅଂଶଗ୍ରହଣ କରି ପ୍ରଶଂସିତ ହୋଇଛନ୍ତି । କାର୍ତ୍ତିକ କୁମାର ପାଢ଼ୀ, ରୁନା ପାଢ଼ୀଙ୍କ ଝିଅ ସ୍ୱାତିକା ଏବେ ଯୁକ୍ତ ୩ ଶେଷ ବର୍ଷର ଛାତ୍ରୀ ।

ମଡେଲିଂ, ସଙ୍ଗୀତ ସହିତ ସେ ଅଭିନୟରେ ବି ସଫଳତା ହାସଲ କରିଛନ୍ତି । ଏକାଧିକ ଓଡ଼ିଆ ଆଲବମରେ ଅଭିନୟ କରି ପ୍ରଶଂସା ମଧ୍ୟ ସାଉଁଟିଛନ୍ତି । ଏବେବି ଅନେକ ଆଲବମ ତାଙ୍କର ରିଲିଜ ଅପେକ୍ଷାରେ ରହିଛି ।