PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଦଳିଲେ ବିଏମସି କମିଶନର, ସଞ୍ଜୟ କୁମାର ସିଂହ ହେଲେ ନୂଆ କମିଶନର
  • ||
  • ବିନିକା : ପରିବା ବୋଝେଇ ପିକଅପ ଭ୍ୟାନକୁ ପିଟିଲା ଟ୍ରକ୍, ୩ ଗୁରୁତର
  • ||
  • ରାଜସୁନାଖଳା : ବନ୍ଧୁକ ମୁନରେ ଦମ୍ପତିଙ୍କୁ ଲୁଟ୍
  • ||
  • କେନ୍ଦୁଝର : କେନ୍ଦୁଝର ଜେଲରେ ପଶିଲା କରୋନା, ୯ କଏଦୀ ପଜିଟିଭ ଚିହ୍ନଟ
  • ||
  • ମାଲକାନଗିରି : ମାଓବାଦୀଙ୍କ ବର୍ବରକାଣ୍ଡ, ଯବାନଙ୍କୁ ଗଳାକାଟି ହତ୍ୟା
  • ||
  • ବୋରିଗୁମ୍ମା : ବୋରିଗୁମ୍ମା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଟିକା ନେବାକୁ ଛକାପଞ୍ଝା, ସାମାଜିକ ଦୂରତାକୁ ଫୁ, ଯେତିକି ଆସୁଛି ଅଣ୍ଟୁନି, ସ୍ଥାନୀୟ ଲୋକେ ଅସନ୍ତୋଷ
  • ||
  • ଭୁବନେଶ୍ଵର : ରାଜ୍ୟରେ ପୁଣି ୧୦ ହଜାର ଟପିଲା ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦ ହଜାର ୯୮୨ ପଜିଟିଭ୍, ସଂକ୍ରମିତଙ୍କ ସଂଖ୍ୟା ୫ଲକ୍ଷ ୬୫ ହଜାର ପାର୍
  • ||
  • ଭୁବନେଶ୍ଵର : ଓଡ଼ିଶାରେ ଆଉ ୧୭ ମୁଣ୍ଡ ନେଲା କରୋନା, ମୃତ୍ୟୁ ସଂଖ୍ୟା ୨୨୩୨କୁ ବୃଦ୍ଧି
  • ||

‘ବଂଶୀ’କୁ ଟାର୍ଗେଟ୍ କରିବାରେ ସଫଳ ହେଲା QR-SAM, ଶତ୍ରୁପକ୍ଷର ଯୁଦ୍ଧାସ୍ତ୍ରକୁ କରିବ ଅକାମୀ

ବାଲେଶ୍ବର, ୧୯|୧୨:    ବାଲେଶ୍ବର: ସ୍ବଳ୍ପ ଦୂରଗାମୀ କ୍ଷେପଣାସ୍ତ୍ର ‘ବଂଶୀ’କୁ ଟାର୍ଗେଟ କରିବାରେ ସଫଳ ହୋଇଛି (କୁଇକ ରିଆକ୍‌ସନ୍‌ ସର୍ଫେସ୍ ଟୁ ଏୟାର ମିଜାଇଲ) ବା QR-SAM। ଏହି କ୍ଷେପଣାସ୍ତ୍ର ଶତ୍ରୁପକ୍ଷର ଟ୍ୟାଙ୍କ, ଯୁଦ୍ଧ ବିମାନ ଓ ଏୟାରକ୍ରାଫ୍ଟକୁ ଟାର୍ଗେଟ୍ କରିବାକୁ ସକ୍ଷମ ହେବ ବୋଲି କୁହାଯାଇଛି।

ଆଜି ଅପରାହ୍ନ ୪ଟା ୨୦ ମିନିଟ୍‌ରେ ବାଲେଶ୍ବର ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିର ୧ ନମ୍ବର ଲଞ୍ଚ ପ୍ୟାଡରୁ ‘ବଂଶୀ’କୁ ଉତ୍‌କ୍ଷେପଣ କରାଯାଇଥିଲା। ଏହାର ୨ ମିନିଟ୍‌ ପରେ ୩ ନମ୍ବର ଲଞ୍ଚ ପ୍ୟାଡ଼ରୁ QR-SAMକୁ ଭୂପୃଷ୍ଠ ସହ ସମାନ୍ତରାଳ ଭାବେ ଛଡ଼ା ଯାଇଥିଲା । QR-SAM ‘ବଂଶୀ’କୁ ଟାର୍ଗେଟ କରିବାରେ ସଫଳ ହୋଇଥିଲା।

ଭୂପୃଷ୍ଠରୁ ଆକାଶକୁ ନିକ୍ଷେପ ହୋଇପାରୁଥିବା ଏହି ସ୍ବଳ୍ପ ଦୂରଗାମୀ “କୁଇକ ରିଆକ୍‌ସନ୍‌ ସରଫେସ୍‌ ଟୁ ଏୟାର ମିଜାଇଲ”ର ଲକ୍ଷ୍ୟଭେଦ କ୍ଷମତା ୩୦ କିଲୋମିଟର ରହିଛି। ଇସ୍ରାଇଲ୍‌ ଓ ଭାରତ ସରକାରଙ୍କ ମିଳିତ ଉଦ୍ୟମରେ ନିର୍ମିତ ଏହି କ୍ଷେପଣାସ୍ତ୍ର ଭୂପୃଷ୍ଠରୁ ଆକାଶକୁ ୯ କିଲୋମିଟର ଉଚ୍ଚତାକୁ ଯିବା ପରେ ଶତ୍ରୁପକ୍ଷର ଯୁଦ୍ଧାସ୍ତ୍ରକୁ ପ୍ରତିହତ କରିବାରେ ସଫଳ ହୋଇପାରିବ।

୨୦୧୭ ଜୁନ ୪ ରେ ଚାନ୍ଦିପୁର ଆଇଟିଆର୍‌ ୩ ନମ୍ବର ଲଞ୍ଚ ପ୍ୟାଡରୁ ପ୍ରଥମ ଥର ପାଇଁ ଏହାର ପରୀକ୍ଷା ହୋଇଥିଲା। ଏହି କ୍ଷେପଣାସ୍ତ୍ରଟି ଯେ କୌଣସି ସ୍ଥାନରୁ ମୋବାଇଲ୍‌ ଲଞ୍ଚର ସହାଯ୍ୟରେ ଶତ୍ରୁପକ୍ଷର ଟ୍ୟାଙ୍କ, ଯୁଦ୍ଧ ବିମାନ ଓ ଏୟାରକ୍ରାଫ୍ଟକୁ ସହଜରେ ଟାର୍ଗେଟ୍ କରିପାରିବ।