ମହିଳା ସରପଞ୍ଚ କରୋନା ଆକ୍ରାନ୍ତ

ବାଲେଶ୍ୱର ୧୮/୫: ବାଲେଶ୍ୱର ଜିଲ୍ଲାରେ ରବିବାର ପୁଣି ୧୭ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ଜଣେ ମହିଳା ସରପଞ୍ଚ ଥିବା କୁହାଯାଉଛି । ଏହାକୁ ମିଶାଇ ବାଲେଶ୍ୱର ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୧୯ରେ ପହଞ୍ଚିଛି । ଦୁଇ ଦିନର ବ୍ୟବଧାନ ପରେ ଜିଲ୍ଲାରେ ନୂଆ ୧୭ କରୋନା ପଜିଟିଭ୍‌ଙ୍କୁ ଚିହ୍ନଟ କରାଯାଇଛି ।
ଏବେ ବି ଜିଲ୍ଲାରେ ଅନେକ ରିପୋର୍ଟ ଆସି ନ ଥିବାରୁ ଆଗାମୀ ଦିନରେ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବା ନେଇ ଆଶଙ୍କା ପ୍ରକାଶ ପାଇଛି ।

ରବିବାର ରାଜ୍ୟ ସରକାର ପକ୍ଷରୁ ପ୍ରକାଶିତ ୯୧ ଜଣିଆ କରୋନା ଆକ୍ରାନ୍ତଙ୍କ ତାଲିକାରେ ବାଲେଶ୍ୱର ଜିଲ୍ଲାରୁ ଅଛନ୍ତି ୧୭ ଜଣ । ସେମାନଙ୍କ ମଧ୍ୟରୁ ଜଳେଶ୍ୱର ବ୍ଲକର ୨ ଜଣ ଆକ୍ରାନ୍ତ ଥିବାବେଳେ ଭୋଗରାଇର ୯, ସିମୁଳିଆର ୩, ବାଲିଆପାଳର ୨ ଓ ନୀଳଗିରିର ଜଣେ ଥିବା ଏକ ନିର୍ଭରଯୋଗ୍ୟ ସୂତ୍ରରୁ ଜଣାପଡ଼ିଛି । ସେମାନଙ୍କ ମଧ୍ୟରୁ ୧୬ ଜଣ କ୍ୱାରେଣ୍ଟାଇନ ସେଣ୍ଟରରେ ଥିଲେ । କ୍ୱାରେଣ୍ଟାଇନ କେନ୍ଦ୍ରରେ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ୨ ଜଣ ସୁରଟ ଫେରନ୍ତା, ୩ ଜଣ ପଶ୍ଚିମବଙ୍ଗ ଫେରନ୍ତା, ୧୦ ଜଣ ହାଇଦ୍ରାବାଦ ଫେରନ୍ତା ଓ ଜଣେ ମହାରାଷ୍ଟ୍ର ଫେରନ୍ତା ବୋଲି ଟ୍ରାଭେଲ ହିଷ୍ଟ୍ରିରୁ ଜଣାପଡ଼ିଛି । ତେବେ ଅନ୍ୟ ଜଣେ ଆକ୍ରାନ୍ତ ସିମୁଳିଆ ଅଞ୍ଚଳର ଜଣେ ମହିଳା ସରପଞ୍ଚ । କ୍ୱାରେଣ୍ଟାଇନ ସେଣ୍ଟରରେ ସେବା ଯୋଗାଇ ସେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି ।

ତେବେ କିଛି ଦିନର ବ୍ୟବଧାନ ପରେ ବାଲେଶ୍ୱର ସହରରେ କ୍ରମାଗତ କରୋନା ରୋଗୀ ଚିହ୍ନଟ ହେଉଥିବାରୁ ସହରବାସୀ ଚିନ୍ତାରେ ଅଛନ୍ତି ।

   ସମ୍ବନ୍ଧିତ ଖବର


ଖଣ୍ଡଗିରିରୁ ଯୁବକଙ୍କୁ ଉଠାଇନେଲା NIA, ଅଜ୍ଞାତ ସ୍ଥାନରେ କରୁଛି ପଚରାଉଚରା

ମାତ୍ର ୩ ଟଙ୍କାରେ ମିଳିବ ମାସ୍କ,ଏହି ରାଜ୍ୟରେ ଆଜିଠାରୁ ଧାର୍ଯ୍ୟ କରାଗଲା ମୂଲ୍ୟ

ଓକିଲଗୁଡା ପଥର ଖାଦାନ ବିସ୍ଫୋରଣ ଘଟଣା : ତହସିଲଦାର ଲକ୍ଷ୍ମୀ ନାରାୟଣ ସାବତ ସସ୍‌ପେଣ୍ଡ

ନିବେଶକଙ୍କ ପ୍ରଥମ ପସନ୍ଦ ଓଡ଼ିଶା: ମୁଖ୍ୟମନ୍ତ୍ରୀ

ରାଜ୍ୟରେ କରୋନା ନେଲା ଆଉ ୧୩ ଜୀବନ: ମୃତ୍ୟୁସଂଖ୍ୟା ୧୧୮୧କୁ ବୃଦ୍ଧି

ଚାକିରି ନ ମିଳିବାରୁ ଆତ୍ମହତ୍ୟା ! ଜୀବନ ହାରିଲେ ସିଭିଲ୍‌ ଇଞ୍ଜିନିୟରିଂ ଛାତ୍ର