PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରଙ୍ଗେଇଲୁଣ୍ଡା: ହଳଦିଆପଦର ନିକଟରେ ଟ୍ରାକ୍ଟର ସହ ଅଟୋ ଦୁର୍ଘଟଣା, ୩ ମହିଳା ମତ୍ସ୍ୟଜୀବୀ ଗୁରୁତର
  • ||
  • ସୋର: ହାଇଦର୍ ଏନ୍‌କାଉଣ୍ଟର ସ୍ଥଳରୁ ୨ଟି ଗୁଳି ଜବତ କଲା ପୋଲିସ ଓ ସାଇଣ୍ଟିଫିକ୍‌ ଟିମ୍‌
  • ||
  • ଭୁବନେଶ୍ୱର: ଓଡ଼ିଶାରେ ଆଉ ୬୭ଜଣଙ୍କ ଜୀବନ ନେଲା କରୋନା, ସାଢ଼େ ୫ ହଜାର ଟପିଲା ମୃତ୍ୟୁସଂଖ୍ୟା
  • ||
  • ଭୁବନେଶ୍ୱର: ରାଜ୍ୟରେ ୨୪ ଘଣ୍ଟା ଭିତରେ ଚିହ୍ନଟ ହେଲେ ଆଉ ୧୮୩୩ ଜଣ କରୋନା ପଜିଟିଭ୍
  • ||
  • ଭୁବନେଶ୍ୱର : ରାଜଧାନୀରେ କାୟା ମେଲାଉଛି ଡେଙ୍ଗୁ, ୧୨ ଦିନରେ ଆକ୍ରାନ୍ତଙ୍କ ସଂଖ୍ୟା ୨୫୦ ପାର୍
  • ||
  • ପାରଳାଖେମୁଣ୍ଡି : ଏସିଏଫ୍‌ ସୌମ୍ୟରଞ୍ଜନ ଡେଥ୍ ମିଷ୍ଟ୍ରି, ବଲାଙ୍ଗୀରରେ ପାରଳା ପୁଲିସର ୫ଜଣିଆ ଟିମ୍‌, ବିଦ୍ୟାଙ୍କ ପାର୍ଟି ସହ ସୌମ୍ୟ ମୃତ୍ୟୁର ଲିଙ୍କ୍‌ ଖୋଜିବ
  • ||
  • ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟା ଭିତରେ ଚିହ୍ନଟ ହେଲେ ଆଉ ୧୮୩୩ ଜଣ କରୋନା ପଜିଟିଭ୍
  • ||
  • ଜଳେଶ୍ଵର : ମନ୍ଦାର ଫୁଲ ଗଛ କଟାକୁ ନେଇ ଶଳାକୁ ଭିଣୋଇର ସଙ୍ଘବଦ୍ଧ ଆକ୍ରମଣ, ସଜ୍ଞାହୀନ ଅବସ୍ଥାରେ ନଦୀ କୂଳରୁ ଉଦ୍ଧାର
  • ||
  • ଭୁବନେଶ୍ୱର : ୨୮ରେ ପୁଣି ଏକ ଲଘୁଚାପ, ୨୭ରୁ ବଢ଼ିବ ବର୍ଷା
  • ||

ବାଲେଶ୍ୱର ଝିଅ ଦେଶର ସର୍ବକନିଷ୍ଠ ୟୁପିଏସ୍‌ସି ଟପର୍‌, ଜାଣନ୍ତୁ ର‌୍ୟାଙ୍କ କେତେ ?

ଭୁବନେଶ୍ୱର ୦୬/୦୮ : ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ନିର୍ବାଚନମଣ୍ଡଳୀ ସନ୍ତୋଷପୁରର ଝିଅ ସୀମି କରଣ ପ୍ରକାଶ ପାଇଥିବା ୟୁପିଏସ୍‌ସି ପ୍ରାଶାସନିକ ସେବା ପରୀକ୍ଷାରେ ସର୍ବଭାରତୀୟ ସ୍ତରରେ ୩୧ ର‌୍ୟାଙ୍କ୍‌ ହାସଲ କରିଛନ୍ତି । ସୀମି ଏହି ର‌୍ୟାଙ୍କ୍‌ ହାସଲ କରିବାରେ ସର୍ବକନିଷ୍ଠ । ସେହିପରି ସେ ଛତିଶଗଡ଼ ରାଜ୍ୟର ଟପର୍‌ ହୋଇ ନିଜ ରାଜ୍ୟ ତଥା ଓଡ଼ିଶା ପାଇଁ ଗୌରବ ଆଣିଛନ୍ତି ।

୨୦୧୫ ମସିହା ସିବିଏସ୍‌ଇ ପରୀକ୍ଷାରେ ଛତିଶଗଡ଼ ଟପର୍‌ ହୋଇ ସେ ମୁମ୍ବାଇ ଆଇଆଇଟିରେ ଭର୍ତ୍ତି ହୋଇଥିଲେ । ଇଲେକ୍ଟ୍ରିକାଲ୍‌ ଇଞ୍ଜିନିୟରିଂରେ ୨୦୧୯ରେ ସେ ବିଟେକ୍‌ ଫାଇନାଲ୍‌ ପରୀକ୍ଷା ଦେବା ପରେ ମାତ୍ର ୩ ମାସ ମଧ୍ୟରେ ନିଜକୁ ପ୍ରସ୍ତୁତ କରି ପ୍ରଥମ ଥର ପରୀକ୍ଷା ଦେଇ ଏହି କୃତିତ୍ୱ ଲାଭ କରିଛନ୍ତି । ମାତ୍ର ୨୨ ବର୍ଷ ବୟସରେ ସେ ଏହି ବିରଳ ସଫଳତା ପାଇ ପାରିଛନ୍ତି । ସୀମି ଏବେ ଭିଲାଇରେ ରହୁଛନ୍ତି । ତାଙ୍କ ପିତା ଦେବେନ୍ଦ୍ରନାଥ କରଣ ଭିଲାଇ ଷ୍ଟିଲ୍‌ ପ୍ଲାଣ୍ଟ୍‌ (ବିଏସ୍‌ଏଲ୍‌)ର ସାଧାରଣ ପରିଚାଳକ (ବିତ୍ତ) ରୂପେ କାର୍ଯ୍ୟ କରୁଥିବାବେଳେ ମା’ ସୁଜାତା କରଣ ଦୁର୍ଗସ୍ଥିତ ଦିଲ୍ଲୀ ପବ୍ଲିକ ସ୍କୁଲରେ ଶିକ୍ଷୟିତ୍ରୀ ଅଛନ୍ତି । ତାଙ୍କର ଏହି କୃତିତ୍ୱ ପାଇଁ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ, ଦୁର୍ଗ ଜିଲ୍ଲାପାଳ ଡ. ସର୍ବେଶ୍ୱର ଭୁରେ, ଏସପି ପ୍ରଶାନ୍ତ ଠାକୁର ପ୍ରମୁଖ ଅଭିନନ୍ଦନ ଜଣାଇଛନ୍ତି । ସେ ଛତିଶଗଡ଼ ରାଜ୍ୟର ଦୁର୍ଗ ଜିଲ୍ଲାରେ ୟୁପିଏସ୍‌ସି ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ଛାତ୍ରଛାତ୍ରୀମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ମୁମ୍ବାଇରେ ରହୁଥିବା ବେଳେ ବସ୍ତିପିଲାଙ୍କୁ ସେ ପଢ଼ାଉଥିଲେ ।

ସେହି ସମୟରେ ଗରିବ ପିଲା ଓ ତାଙ୍କ ପରିବାରର ଦୁଃଖ ଦେଖିବା ପରେ ସେ ମନ ପରିବର୍ତ୍ତନ କରି ଇଞ୍ଜିନିୟରିଂରୁ ପ୍ରଶାସକ ହେବା ପାଇଁ ଯାତ୍ରା ଆରମ୍ଭ କରିଥିଲେ। ପ୍ରଶାସକ ହେବା ପରେ ସେ ମହିଳା ସଶକ୍ତିକରଣ ଓ ଝିଅମାନଙ୍କୁ ବିଦ୍ୟାଳୟରେ ପଢ଼ିବା ପାଇଁ ଉଦ୍ୟମ କରିବେ ବୋଲି ପ୍ରତିକ୍ରିୟାରେ କହିଛନ୍ତି । ତାଙ୍କ ଘର ଜଳେଶ୍ୱର ନିର୍ବାଚନମଣ୍ଡଳୀ ସନ୍ତୋଷପୁର ଗ୍ରାମରେ ହୋଇଥିବାବେଳେ ସେଠାରେ ତାଙ୍କ ବଡ଼ବାପା ସଚ୍ଚୀନ୍ଦ୍ର ନାଥ କରଣ ଏବଂ ଜେଜେମା ମନୋରମା କରଣ ରହୁଛନ୍ତି। ଅଜା ରାଉରକେଲାର ସ୍ତ୍ରୀ ରୋଗ ଓ ପ୍ରସୂତି ବିଭାଗର ଡାକ୍ତର ମଧୁସୂଦନ ସାହୁ। ସୀମିଙ୍କର ଏହି ସଫଳତା ପାଇଁ ଜଳେଶ୍ୱର ବିଧାୟକ ଅଶ୍ୱିନୀ କୁମାର ପାତ୍ର ଅଭିନନ୍ଦନ ଜଣାଇଛନ୍ତି।

ସୂଚନାଯୋଗ୍ୟ, ସୀମି, ବିଧାୟକ ଶ୍ରୀ ପାତ୍ରଙ୍କ ଭାଣିଜୀଙ୍କ କନ୍ୟା । ନାତୁଣୀର ଏହି କୃତିତ୍ୱ ପାଇଁ ସେ ଅତ୍ୟନ୍ତ ଖୁସି ବୋଲି କହିଛନ୍ତି । ଓଡ଼ିଆ ଝିଅର ଏହି ସଫଳତା ପାଇଁ ଜଳେଶ୍ୱରର ବହୁ ଶିକ୍ଷାବିତ୍‌ ଓ ବୁଦ୍ଧିଜୀବୀ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ତାଙ୍କର ଅନ୍ୟ ଜଣେ ଅଜା ଅବସରପ୍ରାପ୍ତ ଭାରତୀୟ ଜଙ୍ଗଲ ସେବା ଅଧିକାରୀ ହୋଇଥିବା ବେଳେ ସୀମିଙ୍କୁ ଭାରତୀୟ ପ୍ରାଶାସନିକ ସେବା ପାଇଁ ପ୍ରସ୍ତୁତ ହେବାକୁ ପ୍ରେରଣା ଦେଇଥିଲେ ।

ସମ୍ବନ୍ଧିତ ଖବର