ବାଲିଯାତ୍ରା ପଡ଼ିଆ ନିର୍ମାଣକାମରେ ବଢିଲା ଅଡ଼ୁଆ, ହସ୍ତକ୍ଷେପ କଲେ ଗ୍ରୀନ୍‌ ଟ୍ରିବ୍ୟୁନାଲ

ଡିସେମ୍ବର ୧୫ରେ ପରବର୍ତ୍ତୀ ଶୁଣାଣି

କଟକ/ନୂଆଦିଲ୍ଲୀ,୨୨/୦୮: କିଶନନଗର ରଟିଲୋ ମୌଜାର ମହାନଦୀ ପଠାରେ ଚାଲିଥିବା ବେଆଇନ ନିର୍ମାଣ ମାମଲାର ଶୁଣାଣି ଅବସରରେ ଜାତୀୟ ଗ୍ରୀନ୍‌ ଟ୍ରିବ୍ୟୁନାଲ୍‌ (ଏନ୍‌ଜିଟି) ହଠାତ୍‌ କଟକ ବାଲିଯାତ୍ରା ପଡିଆରେ ତଥା ମହାନଦୀ ପଠାରେ ଆରମ୍ଭ ହେଉଥିବା ପ୍ରକଳ୍ପ ନିର୍ମାଣରେ ହସ୍ତକ୍ଷେପ କରିଛନ୍ତି । ଯଦି ରଟିଲୋ ମହାନଦୀ ପଠାରେ ଜବରଦଖଲ ହୋଇପାରିଲା ତାହେଲେ ମହାନଦୀର ବିଭିନ୍ନ ବନ୍ୟା ଅବବାହିକା ସ୍ଥାନରେ ମଧ୍ୟ ଜବରଦଖଲ ହେବା ଆଶଙ୍କାକୁ ଏଡାଇ ଦେଇ ହେବ ନାହିଁ ବୋଲି ଟ୍ରିବ୍ୟୁନାଲ୍‌ ମତ ଦେଇଛନ୍ତି ।

ଏହି ପରିପ୍ରେକ୍ଷୀରେ ଯେଉଁ ବିଶେଷଜ୍ଞ ଟିମ୍‌ ରଟିଲୋ ମୌଜାକୁ ଲାଗି ଥିବା ମହାନଦୀ ପଠାରେ ନିର୍ମାଣ କାର୍ଯ୍ୟର ତଦନ୍ତ କରି ରିପୋର୍ଟ ଦାଖଲ କରିଥିଲେ, ଉକ୍ତ ଟିମ୍‌ ବାଲିଯାତ୍ରା ପଡିଆରେ ନିର୍ମାଣ ଓ ଜବରଦଖଲକୁ ନେଇ ରିପୋର୍ଟ ପ୍ରଦାନ କରିବାକୁ ଟ୍ରିବ୍ୟୁନାଲ ନିର୍ଦ୍ଦେଶ ଦେଇଛନ୍ତି । ଆସନ୍ତା ୩ମାସ ମଧ୍ୟରେ ଏହି ରିପୋର୍ଟ ଦାଖଲ ପାଇଁ କୁହାଯାଇଛି । ଗ୍ରୀନ୍‌ ଟ୍ରିବ୍ୟୁନାଲ୍‌ର ଅଧ୍ୟକ୍ଷ ଆଦର୍ଶ କୁମାର ଗୋଏଲ, ବିଚାର ବିଭାଗୀୟ ସଦସ୍ୟ ଏସ୍‌ପି ୱାଙ୍ଗଡି, ପରିବେଶ ସଦସ୍ୟ ଡ. ସତ୍ୟବାନ ସିଂ ଗରବୟାଲ, ଡ. ଏନ୍‌. ନନ୍ଦଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ନିର୍ଦ୍ଦେଶ ଦେଇଛନ୍ତି । ଡିସେମ୍ବର ୧୫ ତାରିଖକୁ ମାମଲାର ଶୁଣାଣି ଧାର୍ଯ୍ୟ ହୋଇଛି । ଗ୍ରୀନ୍‌ ଟ୍ରିବ୍ୟୁନାଲଙ୍କ ଏହି ନିର୍ଦ୍ଦେଶ ଫଳରେ ବାଲିଯାତ୍ରା ପଡିଆକୁ ପୋତି ଆରମ୍ଭ ହେଉଥିବା ବର୍‌ଫି ପ୍ରକଳ୍ପ ସମେତ ମହାନଦୀ ପଠାରେ ଚାଲିଥିବା ଅନ୍ୟ ପ୍ରକଳ୍ପଗୁଡ଼ିକର ନିର୍ମାଣ କାର୍ଯ୍ୟ ପାଇଁ ଅଡୁଆ ବଢିଯାଇଛି । ରଟିିଲୋ ମୌଜା ପାଶ୍ୱର୍ ଦେଇ ଯାଇଥିବା ମହାନଦୀ ପଠାରେ କେତେକ ବେଆଇନ ନିର୍ମାଣ କାର୍ଯ୍ୟକୁ ବିରୋଧ କରି ଦିଲ୍ଲୀପ କୁମାର ସାମନ୍ତରାୟ ଗ୍ରୀନ୍‌ ଟ୍ରିବ୍ୟୁନାଲରେ ମାମଲା ରୁଜୁ କରିଥିଲେ ।

ଟ୍ରିବ୍ୟୁନାଲ ବିଚାର ପାଇଁ ଗ୍ରହଣ କରି ଜଳସମ୍ପଦ ବିଭାଗ ସଚିବଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ ପାଇଁ ନିର୍ଦ୍ଦେଶ ଦେଇଥିଲେ । ଜଳସମ୍ପଦ ବିଭାଗ ସଚିବଙ୍କ ପ୍ରତିନିଧି ଭାବେ ଏହି ବିଭାଗର ସର୍ବୋଚ୍ଚ ଯନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଗଠିତ ବିଶେଷଜ୍ଞ କମିଟି ଘଟଣାସ୍ଥଳ ପରିଦର୍ଶନ କରି ଗ୍ରୀନ୍‌ ଟ୍ରିବ୍ୟୁନାଲଙ୍କ ନିକଟରେ ରିପୋର୍ଟ ଦାଖଲ କରିଥିଲେ । ଗତକାଲି ଟ୍ରିବ୍ୟୁନାଲରେ ମାମଲାର ଶୁଣାଣି ହୋଇଥିଲା । ରିପୋର୍ଟରେ ଆଇନ ଉଲ୍ଲଂଘନ ହୋଇଥିବା ନେଇ ପ୍ରଶାସନ ସ୍ୱୀକାର କରିଥିବା ଟ୍ରିବ୍ୟୁନାଲ ଦେଖିବାକୁ ପାଇଥିଲେ । ପ୍ରଶାସନ ନିଜେ ଆଇନ ଉଲ୍ଲଂଘନ ହୋଇଥିବା ଅନୁଭବ କରୁଥିଲାବେଳେ ଦୋଷୀଙ୍କ ବିରୋଧରେ ଆଇନ କିପରି କାର୍ଯ୍ୟକାରୀ ହେବ ତାହା ମଧ୍ୟ ପ୍ରଶାସନର ଦାୟିତ୍ୱ ବୋଲି ଟ୍ରିବ୍ୟୁନାଲ ମତ ଦେଇଛନ୍ତି ।

   ସମ୍ବନ୍ଧିତ ଖବର


୧୦ ଦିନରେ ପୁଲିସକୁ ମିଳିଲା ୪ ଶବ ତିନୋଟି ହତ୍ୟାକାଣ୍ଡ- ସିରିଏଲ୍‌ କିଲର୍‌ ଗ୍ୟାଙ୍ଗର କାରନାମା, ମାତ୍ର ୧୫୦ ଦୁଇ ଶହ ଟଙ୍କା ଲୁଟ୍‌ ପରେ କରୁଥିଲେ ହତ୍ୟା

ସାନିଆ ମିର୍ଜା ମାତୃତ୍ୱ ଲାଭ କରିବା ପରେ ପୁଣି ସେ କୋର୍ଟକୁ ଫେରିବେ

ସାଇକେଲ୍‌ ବନ୍ଧା ରଖିବାରୁ ଛୁରୀ ଭୁଷି ହତ୍ୟା

ଭାରତରେ ନୋକିଆ ୨.୪ ଉନ୍ମୋଚିତ – ଅନ୍ଧାରରେ ବି ଉଠାଇ ହେବ ଉନ୍ନତ ଧରଣର ଫଟୋ: ଏଥିରେ ରହିଛି ଏହି ବିଶେଷତ୍ୱ, ଦାମ ମାତ୍ର ୧୦,୩୯୯

ମହାପ୍ରଭୁଙ୍କ ନାଗାର୍ଜୁନ ବେଶ ପାଇଁ ପ୍ରଶାସନର ପ୍ରସ୍ତୁତି- ଶ୍ରୀମନ୍ଦିର ଚାରିପାଖରେ ୧୪୪ ଧାରା ଜାରି

ଓଡିଶା ହାଇକୋର୍ଟରେ ପରୀ ମାମଲା- ସିବିଆଇ ତଦନ୍ତ ପାଇଁ ଜନସ୍ୱାର୍ଥ ମାମଲା ରୁଜୁ