PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଜୟପୁର: ଜୟପୁର ସବ୍ ଜେଲରେ ରେଡ୍, ଏସ୍‌ପି ଓ ଉପ ଜିଲ୍ଲାପାଳ ସାମିଲ
  • ||
  • ଆଇପିଏଲ-୧୪: ଆଜି ଖେଳାଯିବ ଦୁଇଟି ମ୍ୟାଚ୍, କୋହଲି-ମୋର୍ଗାନ ଓ ରାହୁଲ-ପନ୍ଥ ମଧ୍ୟରେ ଲଢେ଼ଇ
  • ||
  • ଭୁବନେଶ୍ୱର : ବଦଳିଲା ମୋ ବସ୍‌ ଚଳାଚଳ ସମୟ। ଏଣିକି ସକାଳ ୭ଟାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଚଳାଚଳ କରିବ ମୋ ବସ୍
  • ||
  • ଭୁବନେଶ୍ୱର: ରମାଦେବୀ ଛାତ୍ରୀନିବାସରୁ ୪ ଛାତ୍ରୀ କରୋନା ପଜିଟିଭ୍, ୧୯ ତାରଖ ପୂର୍ବରୁ ହଷ୍ଟେଲ ଛାଡ଼ିବାକୁ ନିର୍ଦ୍ଦେଶ ‌
  • ||
  • ରାଜ୍ୟକୁ ପୁଣି ଫେରିବ ତାତି, ସପ୍ତାହେ ପର୍ଯ୍ୟନ୍ତ ଛଟପଟ କରିବ ଗ୍ରୀଷ୍ମ ପ୍ରକୋପ
  • ||

ବିଧାନସଭାରେ ବାଲି ତାତି : ବାଲି ନୀତିକୁ ନେଇ ସରକାରଙ୍କୁ ଘେରିଲେ ବିଜେପି ଓ କଂଗ୍ରେସ

ଭୁବନେଶ୍ଵର, ୨୬/୨ : ବିଧାନସଭା ପ୍ରଶ୍ନକାଳରେ ବାଲି ତାତି। ବାଲି ନୀତିକୁ ନେଇ ସରକାରଙ୍କୁ ଘେରିଛନ୍ତି ଉଭୟ ବିଜେପି ଓ କଂଗ୍ରେସ। ରାଜ୍ୟରେ ବ୍ୟାପକ ବାଲି ଚୋରି ହେଉଥିବା ଅଭିଯୋଗ ହେଉଛି। ସେପଟେ ଏନେଇ ଉଦବେଗ ପ୍ରକାଶ କରିଛନ୍ତି ବାଚସ୍ପତି। ରାଜ୍ୟରେ କାହିଁକି ବାଲି ନୀତି କାର୍ଯ୍ୟକାରୀ କରାଯାଉନି ବୋଲି ପ୍ରଶ୍ନ କରିଛନ୍ତି ବିଜେପି ଓ କଂଗ୍ରେସ।

ଏନେଇ ବିରୋଧୀଙ୍କ ପ୍ରଶ୍ନରେ ଉତ୍ତର ରଖିଛନ୍ତି ରାଜସ୍ଵ ମନ୍ତ୍ରୀ ସୁଦାମ ମାର୍ଣ୍ଡି। ସେ କହିଛନ୍ତି ଯେ, ବିଦେଶକୁ ବାଲି ଚାଲାଣ ହେଉ ନାହିଁ, ୨ ରୁ ୩ଟି ରାଜ୍ୟକୁ ବାଲି ଦେଇଛୁ। ଖୁବ୍ ଶୀଘ୍ର ବାଲି ନୀତି ଆଣିବାକୁ ଯାଉଛୁ। ରାଜ୍ୟର ୧୪୪ ତହସିଲ ଅତି ସମ୍ବେଦନଶୀଳ ଅଞ୍ଚଳ ଭାବେ ଚିହ୍ନଟ। ୧୪୪ ତହସିଲରେ ଅଧିକ ମାତ୍ରାରେ ବାଲି ଚୋରାଚାଲାଣ କରାଯାଉଛି। ସେହି ଅଞ୍ଚଳରେ ଅଧିକ ଅଫିସର, ଆରଆଇ ଓ ଅମିନଙ୍କୁ ନିଯୁକ୍ତି ଦିଆଯାଇଛି। ଚୋରା ଚାଲାଣ ରୋକିବାକୁ ସ୍ଵତନ୍ତ୍ର ସ୍କ୍ଵାଡ୍ ଗଠନ କରି ଅଫିସରଙ୍କୁ ନିଯୁକ୍ତି ଦିଆଯାଇଛି ବୋଲି କହିଛନ୍ତି।

କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି କହିଛନ୍ତି ଯେ ବାଚସ୍ପତିଙ୍କ ନିର୍ବାଚନ ମଣ୍ଡଳୀରୁ ବାଲି ଆନ୍ଧ୍ରପ୍ରଦେଶ ଯାଉଛି। ବାଲି ମାଇନର ମିନେରାଲ। ଏଥିରୁ ରଜସ୍ଵ ମିଳୁଛି। ବାଲି ବାବଦରେ ରାଜ୍ୟ ସରକାର ୧୫୦୦ କୋଟି ପାଉଛନ୍ତି ୫ ହଜାର କୋଟି ରାଜସ୍ଵ ହରାଉଛି। କାହିଁକି ୩ ବର୍ଷ ହେଲା ଆଇନ କରୁନ, ପକେଇ ରଖିଛ ପ୍ରଶ୍ନ କରିଛନ୍ତି ବାଚସ୍ପତି। ତୁରନ୍ତ ମିଟିଂ ଡାକି ଆଇନ କରିବାକୁ ରୁଲିଂ ଦେଇଛନ୍ତି ବାଚସ୍ପତି।