PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେବଗଡ : ରିଆମାଳ ରେଞ୍ଜ ନୁଆଁଡିହି ସେକ୍ସନ ଖିଲେଇ ଜଙ୍ଗଲରେ ହାତୀ ଆକ୍ରମଣ ଯୋଗୁଁ ବନ ଶ୍ରମିକ ଗୁରୁତର
  • ||
  • କୋଣାର୍କ : ରୋଗ କଷ୍ଟ ସହିନପାରି ସ୍କୁଲ ହତାରେ ଆତ୍ମହତ୍ୟା କଲେ ବୃଦ୍ଧ
  • ||
  • ଭୁବନେଶ୍ଵର : ରାଜ୍ୟରେ ଆଉ ୪ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୧୫୦କୁ ବୃଦ୍ଧି
  • ||
  • ଭୁବନେଶ୍ୱର : ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୭୩୪ ପଜେଟିଭ୍
  • ||
  • ନୀଳଗିରି : ମାଡ଼ିଆସୁଛନ୍ତି ନୀଳଗିରି ଆଡକୁ ଝାଡ଼ଖଣ୍ଡ ହାତୀ, ଚାଷୀ ଆତଙ୍କିତ
  • ||
  • କଳାହାଣ୍ଡି : ପୋଖରୀରେ ବୁଡି ୨ ଶିଶୁ ମୃତ
  • ||
  • ଜଳେଶ୍ଵର : ବିପଦ ସଂକେତ ଉପରେ ପ୍ରବାହିତ ହେଉଛି ଜଳକା, ବନ୍ୟା ପାଣି ଘେରରେ ୧୦ରୁ ଉର୍ଦ୍ଧ୍ଵ ଗ୍ରାମ
  • ||
  • ଲମତାପୁଟ : ଅଟୋରୁ ୧୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଗାଡି ଛାଡି ୨ ମାଫିଆ ଫେରାର୍
  • ||

ଭରସା ଦେଇ ବି ଚୀନ ନାଗରିକଙ୍କୁ ସୁରକ୍ଷା ଦେଇପାରୁନି ପାକିସ୍ତାନ; ପୁଣି ଜଣେ ଚୀନ ଇଞ୍ଜିନିୟରଙ୍କୁ ଆକ୍ରମଣ

pic-nbt

କରାଚୀ: ପାକିସ୍ତାନରେ ଚୀନ ନାଗରିକଙ୍କ ଉପରେ ହେଉଥିବା ଆକ୍ରମଣ ଉପରେ ରୋକ ଲଗାଇପାରୁ ନାହିଁ ପାକିସ୍ତାନ। ଇମ୍ରାନ ସରକାର ଚୀନ ନାଗରିକଙ୍କୁ ସୁରକ୍ଷା ଦେବାକୁ ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ପାକିସ୍ତାନରେ ପୁଣି ଜଣେ ଚୀନ ନାଗରିକଙ୍କ ଉପରେ ହିଂସକ ଆକ୍ରମଣ ହୋଇଛି। କରାଚୀରେ ଜଣେ ବୋଲଚ ବିଦ୍ରୋହୀ ଚୀନର ଜଣେ ଇଞ୍ଜିନିୟରଙ୍କୁ ତାଙ୍କ କାର ଭିତରେ ଗୁଳିମାରି ଦେଇଛନ୍ତି। ଏଥିରେ ଚୀନ ନାଗରିକ ଜଣକ ଗୁରୁତର ଆହତ ହୋଇଛନ୍ତି।

ଗତ ବର୍ଷ ଡିସେମ୍ବର ମାସରେ ମଧ୍ୟ କରାଚୀରେ ଚୀନ ନାଗରିକଙ୍କ ଉପରେ ଆକ୍ରମଣ ହୋଇଥିଲା। ଏହାକୁ ମିଶାଇ କରାଚୀରେ ଚୀନ ନାଗରିକଙ୍କ ଉପରେ ଏପର୍ଯ୍ୟନ୍ତ ୪ ଥର ଆକ୍ରମଣ ହୋଇସାରିଲାଣି। ଚୀନ ଇଞ୍ଜିନିୟରଙ୍କ ସ୍ୱାସ୍ଥ୍ୟାବସ୍ଥା ଏବେ ସ୍ଥିର ରହିଥିବା ସୂଚନା ମିଳିଛି। ଏହି ଖବର ଚୀନକୁ ମିଳିବା ପରେ ସେ ଏହାକୁ ଏକ ଛୋଟ ଘଟଣା କହି ମାମଲାକୁ ଥଣ୍ଡା କରିବାକୁ ଚେଷ୍ଟା କରିଛି।

ମିଳିଥିବା ସୂଚନା ଅନୁସାରେ ବୁଧବାର କରାଚୀରେ କାର୍‌ରେ ଯାଉଥିବା ଚୀନର ଦୁଇ ଫ୍ୟାକ୍ଟ୍ରି ଶ୍ରମିକ ଉପରେ ଗୁଳି ଚଳାଇଥିଲେ ଅଜଣା ବନ୍ଧୁକଧାରୀ। ଏଥିରେ ଜଣେ ଆହତ ହୋଇଥିଲେ। ଆକ୍ରମଣକାରୀ ମୋଟର ସାଇକେଲ୍‌ରେ ଆସି ଗୁଳି ଚଳାଇ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲେ ବୋଲି ପାକିସ୍ତାନ ପୁଲିସ କହିଛି। ଅନ୍ୟପଟେ ବଲୁଚିସ୍ତାନ ଲିବରେସନ ଫ୍ରଣ୍ଟ ଏହି ଘଟଣାରେ ନିଜକୁ ଦାୟୀ କରିଛି ବୋଲି ପାକିସ୍ତାନ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି।

ସୂଚନା ଥାଉକି, କିଛିଦିନ ପୂର୍ବରୁ ଖାଇବର ପାଖତୁନ୍‌ଖା କୋହିସ୍ତାନ ଜିଲ୍ଲାର ଦାସୁ ଅଞ୍ଚଳରେ ଚୀନ ନାଗରିକଙ୍କ ଉପରେ ଆକ୍ରମଣ ହୋଇଥିଲା। ଏଥିରେ ବସ୍‌ରେ ଯାଉଥିବା ୯ ଚୀନ ନାଗରିକଙ୍କ ମୃତ୍ୟୁ ହୋଇଥିଲା। ଅନ୍ୟ ୭ ଜଣ ଆହତ ହୋଇଥିଲେ। ଘଟଣାରେ ମୋଟ ୧୩ ଜଣଙ୍କର ମୃତ୍ୟୁ ହୋଇଥିଲା। ଯାହାକୁ ନେଇ ଚୀନ ପାକିସ୍ତାନ ଉପରେ ଅସନ୍ତୋଷ ପ୍ରକାଶ କରିଥିଲା। ସୂଚନା ଥାଉକି ପାକିସ୍ତାନରେ ଚୀନର ଯେଉଁ ସବୁ ଯୋଜନା କରୁଛି ତାହାକୁ ବିରୋଧ କରୁଛି ବଲୁଚିସ୍ତାନ। ଫଳରେ ଚୀନ ନାଗରିକ ଉପରେ ହିଂସା କରିବାକୁ ପଛାଉ ନାହାଁନ୍ତି ସେମାନେ।

ସମ୍ବନ୍ଧିତ ଖବର