ଆଜି ମହାପ୍ରଭୁଙ୍କ ବନକଲାଗି ନୀତି, ସନ୍ଧ୍ୟାରେ ୪ ଘଣ୍ଟା ବନ୍ଦ ରହିବ ଦର୍ଶନ

ପୁରୀ ୪/୧୨: ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ । ଅପରାହ୍ନରେ ଏହି ନୀତି ସମ୍ପନ୍ନ ହେବ । ଏଣୁ ଭକ୍ତମାନେ ପ୍ରାୟ ୪ଘଣ୍ଟା ଧରି ମହାପ୍ରଭୁଙ୍କ ଦର୍ଶନ ପାଇବେ ନାହିଁ । ଅପରାହ୍ନ ୪ଟାରୁ ରାତି ୮ଟା ପର୍ଯ୍ୟନ୍ତ ଠାକୁରଙ୍କ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନର ସୂଚନା ରହିଛି ।

ଆଜି ଅପରାହ୍ନରେ ଦ୍ୱିତୀୟ ଭୋଗମଣ୍ଡପ ନୀତି ସରିବା ପରେ ମହାପ୍ରଭୁଙ୍କ ବନକଲାଗି ନୀତି ଆରମ୍ଭ ହେବ । ଦତ୍ତମହାପାତ୍ର ସେବକମାନେ ଠାକୁରଙ୍କ ଶ୍ରୀମୁଖ ସିଂହାର କରିବା ପାଇଁ ଗର୍ଭଗୃହକୁ ପ୍ରବେଶ କରିବେ । ବୁଧବାର ଠାକୁରଙ୍କ ସେବାପୂଜାର ନୀତି ନିର୍ଘଣ୍ଟକୁ ଚାହିଁ ବନକଲାଗି ସମୟ ଧାର୍ଯ୍ୟ ହେବ ବୋଲି ଶ୍ରୀମନ୍ଦିର ପ୍ରଶାସନର ସୂଚନା ରହିଛି ।

   ସମ୍ବନ୍ଧିତ ଖବର


ବେଶ ଓଲାଗି ପରେ ନେଇଗଲେ ଦୁର୍ଲଭ ନାଗାର୍ଜୁନ ବେଶର ସୂର୍ଯ୍ୟ-ଚନ୍ଦ୍ର: ତଦନ୍ତ କରିବେ ଶ୍ରୀମନ୍ଦିର କମାଣ୍ଡର ଓ ନୀତି ପ୍ରଶାସକ

ଆଜି ମହାପ୍ରଭୁଙ୍କ ଲକ୍ଷ୍ମୀନୃସିଂହ ବେଶ

ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ତ୍ରିବିକ୍ରମ ବେଶ

ନାଗାର୍ଜୁନ ବେଶ ଓଲାଗି ପରେ ଭକ୍ତଙ୍କୁ ମିଳିବ ଅବଢ଼ା: ୧୫ ହଜାର ଭକ୍ତଙ୍କ ପାଇଁ ଅବଢ଼ା ସେବା

ଆଜି ମହାପ୍ରଭୁଙ୍କ ଦୁର୍ଲଭ ନାଗାର୍ଜୁନ ବେଶ, ସୁରକ୍ଷା ବଳୟରେ ଶ୍ରୀମନ୍ଦିର

ପଞ୍ଚୁକ ପ୍ରଥମ ଦିନରେ ଘଟିଲା ବିଭ୍ରାଟ: ଶ୍ରୀଅଙ୍ଗ ଛୁଇଁବାରୁ ମହାପ୍ରଭୁଙ୍କ ହେଲା ମହାସ୍ନାନ