ରେଳ ଷ୍ଟେସନରେ କଦଳୀ ବିକିବା ମନା, ନିୟମ ଉଲ୍ଲଙ୍ଘନ କଲେ ଜରିମାନା

ଲକ୍ଷ୍ନୌ ୨୮/୮: ଲକ୍ଷ୍ନୌରେ ରେଳ ଅଧିକାରୀ ସ୍ୱଚ୍ଛତାକୁ ଅଧିକ ଗୁରୁତ୍ୱ ଦେଉଛନ୍ତି । ରେଳ ଅଧିକାରୀ, ରେଲୱେ ଷ୍ଟେସନରେ କଦଳୀ ବିକ୍ରି ଅପେକ୍ଷା ସ୍ୱଚ୍ଛତାକୁ ଅଧିକ ପ୍ରାଥମିକତା ଦେଉଛନ୍ତି । କଦଳୀ ଚୋପା ପଡିବା ଫଳରେ ଆବର୍ଜନା ବୃଦ୍ଧି ପାଉଛି । ଏବଂ ଏଥିପାଇଁ ରେଳ ପ୍ରଶାସନ ଚାରବାଗ ରେଲୱେ ଷ୍ଟେସନରେ ଫଳ ବିକ୍ରି ଉପରେ ରୋକ ଲଗାଇ ଦେଇଛନ୍ତି । ପ୍ରଶାସନ ଏନେଇ ଚେତାବନୀ ମଧ୍ୟ ଦେଇଛନ୍ତି ଯେ ଯଦି କୌଣସି ବ୍ୟକ୍ତି ଏହି ନିୟମ ଭାଙ୍ଗିବ ତେବେ ଜୋରିମାନା ସହିତ ତା ବିରୁଦ୍ଧରେ ଦୃଢ କାର୍ଯ୍ଯାନୁଷ୍ଠାନ ନିଆଯିବ ।

ଅନ୍ଯପଟେ ଫଳ ଦୋକାନୀ କିମ୍ବା ଯାତ୍ରୀ ଏହି ନିର୍ଦ୍ଦେଶ ପରେ ଖୁସି ନାହାଁନ୍ତି । ଚାରବାଗ ଷ୍ଟେସନରେ ଜଣେ ଫଳ ବେପାରୀ କୁହନ୍ତି ‘ମୁଁ ଗତ ୫-୬ ଦିନରୁ ଫଳ ବିକ୍ରି କରିନାହିଁ । ପ୍ରଶାସନ ଏହାର ବିକ୍ରି ଉପରେ ରୋକ ଲଗାଇ ଦେଇଛି । ପୂର୍ବରୁ ଅନେକ ଗ୍ରାହକ କଦଳୀ କିଣୁଥିଲେ କାରଣ ଅନ୍ଯ ଫଳ ଗୁ଼ଡିକ ମହଙ୍ଗା ରହୁଥିଲା ।‘

ଲକ୍ଷ୍ନୌ ଓ କାନପୁର ମଧ୍ୟରେ ପ୍ରତିଦିନ ରେଳ ଯାତ୍ରା କରିଥିବା ଜଣେ ଯାତ୍ରୀ କୁହନ୍ତି ‘କଦଳୀ ସବୁଠାରୁ ଶସ୍ତା, ସ୍ୱାସ୍ଥ୍ଯବର୍ଦ୍ଧକ ଏବଂ ସୁରକ୍ଷିତ ଫଳ । କୌଣସି ବି ଯାତ୍ରାରେ ଏହାକୁ ସାଙ୍ଗରେ ନେଇହେବ । କଦଳୀ ପାଇଁ ପରିବେଶ ପ୍ରଦୂଷଣ ଗେପଛି ଏହା କହିବା ଯୁକ୍ତିଯୁକ୍ତ ନୁହେଁ । ଯଦି ଏହା ସତ ତେବେ ଶୌଚାଳୟ ଉପରେ ମଧ୍ୟ ପ୍ରତିବନ୍ଧକ ଲଗାଇଦେବା ଉଚିତ୍ କାରଣ ସବୁଠାରୁ ଅଧିକ ଅସନା ସେଠାରି ହିଁ ବ୍ୟାପୁଛି ।‘

ସେ ଏହା ମଧ୍ଯ କହିଛନ୍ତି ଯେ କଦଳୀ ଚୋପା ଜୈବିକ ହେବା ସହ ପରିବେଶ ପାଇଁ ମଧ୍ଯ କ୍ଷତିକାରକ ନୁହେଁ । ଏହା ବ୍ୟତୀତ ଏହା ଗରିବଙ୍କ ପାଇଁ ପୋଷଣର ଏକ ଶସ୍ତା ଉତ୍ସ ।

   ସମ୍ବନ୍ଧିତ ଖବର


ଗୁଗୁଲ ପ୍ଲେ ଷ୍ଟୋରରୁ ହଟିଲା Paytm, ଆପ୍ ହଟାଇବା ପଛରେ ରହିଛି ଏହି କାରଣ

ରୁଷର ଭ୍ୟାକସିନ ନେଉଥିବା ପ୍ରତି ୭ ଜଣରୁ ଜଣେ ବ୍ୟକ୍ତି ଅସୁସ୍ଥ, ଭାରତକୁ ମଧ୍ୟ ଆସିବ ଲକ୍ଷାଧିକ ଟିକା

ଜୟା ବଚ୍ଚନଙ୍କ ‘ଥାଳି’ ମନ୍ତବ୍ୟ ନେଇ ମୁହଁ ଖୋଲିଲେ ମୁକେଶ ଖାନ୍ନା, କହିଲେ-ବଲିଉଡ ଇଣ୍ଡଷ୍ଟ୍ରୀ କାହା ବାପାର ନୁହେଁ…

ପ୍ରଥମ ଥର ସ୍ବୀକାର କଲା ଡ୍ରାଗନ୍,ଗଲଓ୍ବାନ ଘାଟି ସଂଘର୍ଷରେ ନିହତ ହୋଇଥିଲେ ଚୀନ୍ ସୈନିକ

ଜାତୀୟ ସୁରକ୍ଷା ଉପରେ ବଡ଼ ବିପଦ! ଏନଆଇସି ଉପରେ ସାଇବର ଆଟାକ୍, ସମ୍ବେଦନଶୀଳ ତଥ୍ୟ ଚୋରିକଲେ ହ୍ୟାକର

ପ୍ରଖ୍ୟାତ ଫ୍ୟାସନ୍‌ ଡିଜାଇନର ଶରବରୀ ଦତ୍ତାଙ୍କ ଦେହାନ୍ତ, ମୃତ୍ୟୁର କାରଣ ଅସ୍ପଷ୍ଟ