କଙ୍ଗନାଙ୍କ ବିରୋଧରେ ଏଫଆଇଆର ରୁଜୁ କରିବାକୁ ବାନ୍ଦ୍ରା କୋର୍ଟଙ୍କ ନିର୍ଦ୍ଦେଶ, ଏହା ରହିଛି କାରଣ

ମୁମ୍ବାଇ,୧୭।୧୦: ନିଜର ବିବାଦୀୟ ମନ୍ତବ୍ୟକୁ ନେଇ ସବୁବେଳେ ଚର୍ଚ୍ଚାର ପରିସରରେ ରହୁଥିବା ବଲିଉଡ ଅଭିନେତ୍ରୀ କଙ୍ଗାନା ରାନାଓ୍ବତ ଏବେ ଆଡୁଆରେ। କଙ୍ଗନାଙ୍କ ବିରୋଧରେ ମୁମ୍ବାଇର ବାନ୍ଦ୍ରା କୋର୍ଟ ଏଫଆଇଆର ରୁଜୁ କରିବାର ନିର୍ଦ୍ଦେଶ ଦେଇଛନ୍ତି। ଦୁଇଜଣ ବ୍ୟକ୍ତିଙ୍କ ଦ୍ବାରା ଦାଖଲ କରାଇଥିବା ଆବେଦନ ଉପରେ ଶୁଣାଣି କରି ବାନ୍ଦ୍ରା କୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି। ଆବେଦନରେ ଅଭିଯୋଗ କରାଯାଇଥିଲା ଯେ, କଙ୍ଗନା ହିନ୍ଦୁ-ମୁସଲମାନ ସମ୍ପ୍ରଦାୟ ଭିତରେ ବିବାଦ ସୃଷ୍ଟି କରିବାକୁ ଚେଷ୍ଟା କରୁଛନ୍ତି।

କଙ୍ଗନା ସୋସିଆଲ ମିଡିଆ ପ୍ଳାଟଫର୍ମରୁ ନେଇ ଟିଭି ପର୍ଯ୍ୟନ୍ତ ସବୁଠି ବଲିଉଡରେ ଚାଲିଥିବା ନେପୋଟିଜମ୍ ବା ପରିବାରବାଦକୁ ନେଇ ମୁହଁ ଖୋଲିଥିଲେ। ଏହା ବିରୋଧରେ ଦୁଇଜଣ ମୁସଲମାନ ବ୍ୟକ୍ତି ବାନ୍ଦ୍ରା କୋର୍ଟରେ ଏକ ଆବେଦନ କରିଥିଲେ। ଏଥିରେ ଉଲ୍ଲେଖ କରାଯାଇଥିଲା କଙ୍ଗନା ନିଜର ଟୁଇଟ୍ ଜରିଆରେ ଦୁଇ ସମ୍ପ୍ରଦାୟର ଧାର୍ମିକ ଭାବନାକୁ ଆଘାତ ଦେଇଛନ୍ତି। ଏହା ସହିତ ଫିଲ୍ମ ଇଣ୍ଡଷ୍ଟ୍ରୀର ବହୁ ଲୋକ ମଧ୍ୟ ଆଘାତ ପାଇଛନ୍ତି। କଙ୍ଗନା ସାମ୍ପ୍ରଦାୟିକ ବିବାଦ ସୃଷ୍ଟି କରିବାକୁ ଚାହାନ୍ତି ବୋଲି ସେମାନେ ଅଭିଯୋଗ କରିଥିଲେ।

ଆବେଦନକାରୀଙ୍କ କହିବା ଅନୁସାରେ, ବାନ୍ଦ୍ରା ପୋଲିସ ଷ୍ଟେସନ କଙ୍ଗନାଙ୍କ ବିରୋଧରେ ତାଙ୍କ ଅଭିଯୋଗ ଉପରେ କିଛି ଶୁଣିବାକୁ ମନା କରିଦେଇଥିଲା, ଏହାପରେ ସେମାନେ ମାମଲାର ତଦନ୍ତ ପାଇଁ କୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। କୋର୍ଟ କଙ୍ଗନାଙ୍କ ବିରୋଧରେ ମାମଲା ରୁଜୁ କରିବାର ନିର୍ଦେଶ ଦେଇଛନ୍ତି। ଆବେଦନକାରୀ କୋର୍ଟରେ କଙ୍ଗନାଙ୍କର ଅନେକ ଗୁଡିଏ ଟୁଇଟ୍ ମଧ୍ୟ ଉପସ୍ଥାପିତ କରିଥିଲେ। ତାଙ୍କର କହିବା ଅନୁସାରେ, ସିଆରପିସିର ଧାରା ୧୫୬(୩) ଅନୁସାରେ କଙ୍ଗନାଙ୍କ ବିରୋଧରେ ଏଫଆଇଆର ରୁଜୁ କରାଯାଇପାରେ। ଏଫଆଇଆର ପରେ କଙ୍ଗନାଙ୍କୁ ପଚରାଉଚରା କରାଯିବ ଓ ଯଦି କଙ୍ଗନାଙ୍କ ବିରୋଧରେ ପ୍ରମାଣ ମିଳେ ତେବେ ତାଙ୍କୁ ଗିରଫ କରାଯାଇପାରେ।

   ସମ୍ବନ୍ଧିତ ଖବର


ସଞ୍ଜୟ ଦତ୍ତଙ୍କ କଣ୍ଠରେ ଆତ୍ମବିଶ୍ୱାସର ସ୍ୱର ଅତି ଗଭୀର

କରୋନା – ମାସ୍କ ନପିନ୍ଧିବାକୁ ନେଇ ଯୁବକଙ୍କ ଅଜବ ତର୍କ , ଭିଡ଼ିଓ ଭାଇରାଲ

ସୋସିଆଲ୍‌ ମିଡିଆରେ ଟ୍ରୋଲ୍‌ ହେଉଥିବା ସ୍ୱରାଙ୍କର ରହିଛି ଏହି ଗୁଣ

ଲୁଚାଛପାକୁ ସେ ପସନ୍ଦ କରନ୍ତି ନାହିଁ

ବିହାର ନିର୍ବାଚନୀ ପ୍ରତିଶ୍ରୁତିରେ କରୋନା ଭାକ୍‌ସିନ୍‌ – ମାଗଣାରେ ଲୋକଙ୍କୁ କୋଭିଡ୍‌-୧୯ ଟିକା ମିଳିବା ନେଇ ସ୍ପଷ୍ଟ କଲେ ନିର୍ମଳା ସୀତାରମଣ

୬ଦିନ ପର୍ଯ୍ୟନ୍ତ ଦୁଇ ନାବାଳିକା ଭଉଣୀଙ୍କୁ ଗଣଦୁଷ୍କର୍ମ କଲେ ୧୫ ଦୁର୍ବୃତ୍ତ: ପୋଲିସ ଚୁପ୍, ବିକ୍ଷୋଭ ପ୍ରଦର୍ଶନ କଲେ ଲୋକେ