PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ଆଜି ଅପରାହ୍ନ ୫ଟାରେ କୋଭିଡ଼ ନେଇ ସମିକ୍ଷା କରି​‌ବେ ମୁଖ୍ୟମନ୍ତ୍ରୀ
  • ||
  • ପଞ୍ଜାବ ନିର୍ବାଚନ: ପଞ୍ଜାବ ପାଇଁ ଆପ୍‌ର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା, ମୁଖ୍ୟମନ୍ତ୍ରୀ ଚେହେରା ହେଲେ ଭାଗୱତ ମାନ୍
  • ||
  • ଭୁବନେଶ୍ୱର: ପଞ୍ଚାୟତ ନିର୍ବାଚନ ଲାଗି ବଡ଼ ଘୋଷଣା, ଡ୍ୟୁଟିରେ ଥାଇ ମୃତ୍ୟୁ ହେଲେ ମିଳିବ ୩୦ଲକ୍ଷ ଅନୁକୁମ୍ପା
  • ||
  • ଭୁବନେଶ୍ଵର : ରାଜ୍ୟରେ ଆଉ ୪ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୮୮କୁ ବୃଦ୍ଧି
  • ||
  • ଭୁବନେଶ୍ୱର : ରାଜ୍ୟରେ ୮୦ ହଜାର ଟପିଲା ଆକ୍ଟିଭ କେସ୍, ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହେଲେ ୧୧,୦୮୬ ଜଣ କରୋନା ପଜିଟିଭ
  • ||
  • ଭୁବନେଶ୍ଵର : ଏଟିଏମ୍‌ରୁ ଲୁଟ୍ ଉଦ୍ୟମ ବେଳେ ଧରାପଡ଼ିଲେ ୨ ଯୁବକ, ଗ୍ୟାସ୍ କଟର ମେସିନ୍ ଜବତ
  • ||
  • ଭୁବନେଶ୍ୱର : ରାଜ୍ୟରେ ଗାଏବ ହେବ ଶୀତ, ୨ ଦିନ ଘନ କୁହୁଡ଼ି, ୨୩ରୁ ବର୍ଷା ସମ୍ଭାବନା
  • ||
  • କଣ୍ଟାବାଞ୍ଜି : ବାଇକ୍ ଦୁର୍ଘଟଣାଗ୍ରସ୍ତ, ୨ ବାଇକ୍ ଆରୋହୀ ମୃତ
  • ||
  • ଚେନ୍ନାଇ : ୧୮ ବର୍ଷର ବୈବାହିକ ସମ୍ପର୍କରେ ପୂର୍ଣ୍ଣଛେଦ ପକାଇଲେ ସାଉଥ୍ ସୁପରଷ୍ଟାର ଧନୁଷ-ଐଶ୍ଵର୍ଯ୍ୟା, ଟ୍ଵିଟ୍ କରି ଦେଲେ ସୂଚନା
  • ||
  • ଲମତାପୁଟ : ପିକଅପ୍ ଭ୍ୟାନ୍‌ରୁ ୩୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୨ ଗିରଫ
  • ||

IPL-୧୪ର ବଳକା ମ୍ୟାଚରେ ନଜର ଆସିବେନି ଏହି ଦୁଇ ଷ୍ଟାର ଖେଳାଳି, ବିସିବି କହିଲା….

Live Hindustan

ନୂଆଦିଲ୍ଲୀ: ୟୁଏଇରେ ହେବ ଆଇପିଏଲ-୧୪ର ବଳକା ମ୍ୟାଚ୍। କେଉଁ ତାରିଖରୁ ହେବ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ କରିନାହିଁ ବିସିସିଆଇ। ହେଲେ ସେପ୍ଟମ୍ବର-ଅକ୍ଟୋବର ମଧ୍ୟରେ ବଳକା ମ୍ୟାଚ୍‌ ଗୁଡ଼ିକ ଖେଳା ଯିବ ବୋଲି ସୂଚନା ଦେଇଛି ବିସିସିଆଇ। ହେଲେ ୟୁଏଇରେ ହେବାକୁ ଥିବା ଅବଶିଷ୍ଟ ମ୍ୟାଚ୍‌ରେ ବହୁ ବିଦେଶୀ ଖେଳାଳି ନଜର ଆସିବେନି। କାରଣ ଇଂଲଣ୍ଡ କ୍ରିକେଟ ବୋର୍ଡ ପ୍ରଥମରୁ ହିଁ ସ୍ପଷ୍ଟ କରି ସାରିଛି ଯେ, ଇଂଲଣ୍ଡ ଖେଳାଳି ଇଣ୍ଟରନ୍ୟାଶନାଲ କ୍ରିକେଟ ଉପରେ ଧ୍ୟାନ ଦେବେ ଯାହାଫଳରେ ଆଇପିଏଲର ଦ୍ବିତୀୟ ପର୍ଯ୍ୟାୟରେ ନଜର ଆସିବେ ନାହିଁ। ଏହାରି ମଧ୍ୟରେ ବାଂଲାଦେଶ କ୍ରିକେଟ ବୋର୍ଡ ଶାକିବ ଅଲ ହାସନ୍‌ ଓ ମୁସ୍ତାଫିଜୁର ରହମାନଙ୍କୁ ଆଇପିଏଲ ଦ୍ବିତୀୟ ପର୍ଯ୍ୟାୟ ଖେଳିବା ପାଇଁ ଏନଓସି ଦେବା ପାଇଁ ମନା କରି ଦେଇଛି।

ବାଂଲାଦେଶର ଏକ ପ୍ରାଇଭେଟ ଚ୍ୟାନେଲରେ ବିସିବିର ଜଣେ ଅଧିକାରୀ କହିଛନ୍ତି ଯେ, ଆମର ଇଣ୍ଟରନ୍ୟାଶନାଲ କମିଟମେଣ୍ଟକୁ ନଜରରେ ରଖି ଆଇପିଏଲ ପାଇଁ ଏନଓସି ଦେବା ସମ୍ଭବପର ନୁହେଁ। ଟି-୨୦ ବିଶ୍ବକପ୍‌ ଆଖି ଆଗରେ ଅଛି। ତାକୁ ନଜରରେ ରଖି ଆମେ ପ୍ଲାନ୍‌ ପ୍ରସ୍ତୁତ କରୁଛୁ। ଆମ ପାଇଁ ବର୍ତ୍ତମାନ ସମସ୍ତ ମ୍ୟାଚ୍‌ ଗୁରୁତ୍ବପୂର୍ଣ୍ଣ। ଶାକିବ ଅଲ ହାସନ୍‌ ୨୦୨୧ ମସିହାରେ କେକେଆର ପକ୍ଷରୁ ଖେଳୁଥିବା ବେଳେ ମୁସ୍ତାଫିଜୁର ରହମାନ ରାଜସ୍ଥାନ ରୟାଲ୍ସ ପକ୍ଷରୁ ଖେଳୁଛନ୍ତି।

ଏଥିସହିତ ପ୍ୟାଟ୍‌ କମିନ୍ସଙ୍କ ଭଳି ବହୁ ଖେଳାଳି ଆଇପିଏଲର ଦ୍ବିତୀୟ ପର୍ଯ୍ୟାୟରେ ସାମିଲ ହୋଇ ନପାରନ୍ତି ବୋଲି ଚର୍ଚ୍ଚା ଲାଗି ରହିଛି। ଏପର୍ଯ୍ୟନ୍ତ ଏନେଇ କୌଣସି ସ୍ପଷ୍ଟୀକରଣ ମିଳିପାରି ନାହିଁ। ଅପରପକ୍ଷେ ବିସିସିଆଇ ଉପସଭାପତି ରାଜୀବ ଶୁକ୍ଳା କହିଛନ୍ତି ଯେ, ବିଦେଶୀ ଖେଳାଳି ଆଇପିଏଲର ଦ୍ବିତୀୟ ପର୍ଯ୍ୟାୟରେ ସାମିଲ ନହେଲେ କିଛି ବି ପ୍ରଭାବ ପଡ଼ିବ ନାହିଁ ବୋଲି କହିଛନ୍ତି।